Posted inଜାତୀୟ

ନେହେରୁଙ୍କ ଉପରେ ବର୍ଷିଲେ ଅମିତ୍‌ ଶାହ: କଶ୍ମୀର ପାଇଁ ଜାତିସଂଘ ଯିବା ବଡ଼ ଭୁଲ୍‌

ନୂଆଦିଲ୍ଲୀ,୩୦ା୯(ପି.ଟି.): ୧୯୪୮ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘ ଯିବା ହିମାଳୟ ଭଳି ବଡ଼ ଭୁଲ୍‌ ଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ସମାଲୋଚନା କରିଛନ୍ତି। କଶ୍ମୀର ଉପତ୍ୟକାରେ ଆଉ କଟକଣା ନାହିଁ। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସାରା ବିଶ୍ୱ ସମର୍ଥନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଗଷ୍ଟ ୫ର ଏହି ବଳିଷ୍ଠ ପଦକ୍ଷେପ ଯୋଗୁ ଆଗାମୀ ୧୦ ବର୍ଷରେ ଜମ୍ମୁ-କଶ୍ମୀର ଦେଶର ସବୁଠୁ ବିକଶିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଦେଶ ସ୍ବାଧୀନ ହେଲାବେଳେ ୬୩୧ଟି ଦେଶୀୟ ରାଜ୍ୟ ଥିଲା। ସେଥିରୁ ୬୩୦ଟିକୁ ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତରେ ମିଶାଇଥିବାବେଳେ ନେହେରୁ ମାତ୍ର ଗୋଟିଏ ଦେଶୀୟ ରାଜ୍ୟକୁ ଫେରାଇଆଣିବାରେ ସକ୍ଷମ ହୋଇଥିଲେ। କେବଳ ଜମ୍ମୁ-କଶ୍ମୀରକୁ ଛାଡ଼ିଲେ ଅନ୍ୟ ୬୩୦ ଦେଶୀୟ ରାଜ୍ୟ ଭାରତରେ ସମ୍ପୂର୍ଣ୍ଣ ମିଶ୍ରଣ ହୋଇଥିଲା। ୧୯୪୭ ଅକ୍ଟୋବର ୨୭ରେ ଭାରତୀୟ ସେନା କଶ୍ମୀରରେ ପହଞ୍ଚତ୍ ପାକିସ୍ତାନୀ ଆକ୍ରମଣକାରୀଙ୍କୁ ପରାସ୍ତ କରିଥିଲେ। ସେମାନେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଆଡ଼େ ମାଡ଼ିଚାଲିଥିଲେ ଓ ଏହାକୁ ଦଖଲ କରିବାର ନିକଟବର୍ତ୍ତୀ ହୋଇଥିଲେ। କିନ୍ତୁ ବିଡ଼ମ୍ବନା, ତତ୍କାଳୀନ କେନ୍ଦ୍ର ସରକାର ହଠାତ୍‌ ଅସ୍ତ୍ରବିରତି ଘୋଷଣା କଲେ। ଆମେ ଯୁଦ୍ଧ ଜିତିବାକୁ ଗଲାବେଳେ ଅସ୍ତ୍ରବିରତି ଘୋଷଣା କରିବାର କ’ଣ ଆବଶ୍ୟକ ଥିଲା ବୋଲି ଶାହ ପ୍ରଶ୍ନ କରିଛନ୍ତି। ଯଦି ସେତେବେଳେ ଅସ୍ତ୍ରବିରତି ଘୋଷଣା ହୋଇ ନ ଥାନ୍ତା ତେବେ ପିଓକେ ଆମର ହୋଇଥାନ୍ତା ବୋଲି ସେ କହିଛନ୍ତି। ନେହେରୁ ନିଜ ଭୁଲ୍‌ ବୁଝିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ୍‌ ଅବଦୁଲ୍ଲାଙ୍କୁ ୧୧ ବର୍ଷ ଜେଲ୍‌ରେ ରଖିଥିଲେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ସ୍ବାକ୍ଷରିତ ସିମଲା ରାଜିନାମାକୁ ଶାହ ପ୍ରଶଂସା କରିଛନ୍ତି। ଏହି ରାଜିନାମା ଯୋଗୁ ଜମ୍ମୁ-କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗରେ ପରିଣତ ହୋଇଥିଲା।
ଉପତ୍ୟକାରେ କଟକଣା ଜାରି ରହିଥିବା ନେଇ ବିରୋଧୀ ଦଳ ଭୁଲ୍‌ ତଥ୍ୟ ପ୍ରସାର କରାଉଛନ୍ତି। ପ୍ରକୃତରେ ସେଠାରେ କୌଣସି କଟକଣା ନାହିଁ, ତାହା କେବଳ ବିରୋଧୀ ନେତାମାନଙ୍କ ମାନସିକତାରେ ରହିଛି ବୋଲି ରବିବାର ସଂକଳ୍ପ ପୂର୍ବତନ ପ୍ରଶାସନିକ ଅଧିକାରୀ ଫୋରମ୍‌ ପକ୍ଷରୁ ଜାତୀୟ ସୁରକ୍ଷା ଉପରେ ଆୟୋଜିତ ସେମିନାରରେ ଉଦ୍‌ବୋଧନ ଦେଇ ଶାହ କହିଥିଲେ। କଶ୍ମୀରର ସମସ୍ତ ୧୯୬ ଥାନା ଅଞ୍ଚଳରୁ କର୍ଫ୍ୟୁ ଉଠାଇଦିଆଯାଇଛି। କେବଳ ୮ଟି ଥାନା ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି ଓ ସେଠାରେ ୫ କିମ୍ବା ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। କଶ୍ମୀର ଜନସାଧାରଣ ଅବାଧରେ ଯେକୌଣସି ସ୍ଥାନକୁ ଯାଇପାରୁଛନ୍ତି। ବିଭିନ୍ନ ରାଜ୍ୟରୁ ଖବରଦାତାମାନେ ଉପତ୍ୟକାକୁ ନିୟମିତ ଯାଉଥିବା ସ୍ବରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
ନିକଟରେ ଶେଷ ହୋଇଥିବା ଜାତିସଂଘ ସାଧାରଣ ସଭା ଅଧିବେଶନ ସମ୍ପର୍କରେ ଉଲ୍ଲେଖ କରି ସାରା ବିଶ୍ୱର ନେତା ଭାରତର ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ କରିଥିବା ଶାହ କହିଛନ୍ତି। ସେଠାରେ ଉପସ୍ଥିତ କୌଣସି ଜଣେ ହେଲେ ନେତା ଭାରତର ନିଷ୍ପତ୍ତି ବିରୋଧରେ ସ୍ବର ଉଠାଇନାହାନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କର ବଡ଼ କୂଟନୈତିକ ବିଜୟ। ଜମ୍ମୁ-କଶ୍ମୀରରେ ବର୍ଷ ବର୍ଷ ଧରି ଆତଙ୍କବାଦୀ ଆକ୍ରମଣରେ ୪୧,୮୦୦ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଯବାନ ଅଛନ୍ତି। ତେବେ ଶହୀଦ ଯବାନ, ସେମାନଙ୍କ ବିଧବା ପତ୍ନୀ ଓ ପିଲାମାନଙ୍କ ମାନବାଧିକାର ଉଲ୍ଲଂଘନ ନେଇ କେହି ଜଣେ ହେଲେ ପ୍ରଶ୍ନ ଉଠାଇନାହାନ୍ତି। କିନ୍ତୁ କିଛିଦିନ ମୋବାଇଲ ଫୋନ୍‌ ସଂଯୋଗ ବନ୍ଦ ରହିବାରୁ ଏହାର ଜୋରଦାର ପ୍ରତିବାଦ କରାଯାଉଛି। ଫୋନ ସଂଯୋଗ ବନ୍ଦ ହେବା ମାନବାଧିକାର ଉଲ୍ଲଂଘନ ନୁହେଁ। ସେଠାରେ ୧୦ ହଜାର ନୂଆ ଲ୍ୟାଣ୍ଡଲାଇନ ସଂଯୋଗ ଦିଆସରିଲଣି ଓ ୬୦୦୦ ପିସିଓ କାର୍ଯ୍ୟ କରୁଛି ବୋଲି ଶାହ କହିଥିଲେ। ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବ ଏବଂ ଜମ୍ମୁ-କଶ୍ମୀର ସ୍ଥିତି ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ ବୋଲି ଶାହ ଦୃଢ଼ୋକ୍ତି କରିଛନ୍ତି।


All Right Reserved By Dharitri.Com

ଦେଶ ପାଇଁ ଶହୀଦ ହେଲେ ପୁଅ, ଏବେ ମା’ ୩୫୦ ପିଲାଙ୍କୁ ସେନାରେ ଭର୍ତ୍ତି ପାଇଁ କରୁଛନ୍ତି ପ୍ରସ୍ତୁତି

ଗାଜିଆବାଦ୍‌,୧୮।୧୧: ସାଧାରଣତଃ ଦେଶ ପାଇଁ ପୁଅ ଶହୀଦ୍‌ ହେବା ପରେ ମା’ବାପାମାନେ ଭାଙ୍ଗିପଡନ୍ତି। କିନ୍ତୁ ସବିତା ତିଓ୍ବାରୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ପୁଅ...

ସିଏଏ ବିରୋଧୀ ଶୋଭାଯାତ୍ରାବେଳେ ରାମଭକ୍ତଙ୍କ ଉନ୍ମତ୍ତକାଣ୍ଡ: ବନ୍ଧୁକ ବୁଲାଇଲେ, ଗୁଳି ଚଳାଇଲେ

ନୂଆଦିଲ୍ଲୀ,୩୧-୧(ପି.ଟି.):କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି। ଏହିକ୍ରମରେ ଗୁରୁବାର ଦିଲ୍ଲୀର ଜାମିଆ ନଗରରେ ଏକ...

ବନ୍ଦ ହେଲା ଅମୃତସର-ଲାହୋର ବସ୍‌ ସେବା

ନୂଆଦିଲ୍ଲୀ/ଇସଲାମାବାଦ,୧୦।୮: ବିଚଳିତ ପାକିସ୍ତାନ ଏବେ ଭାରତକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି। ପ୍ରଥମେ କୁଟନୈତିକ ସମ୍ପର୍କ, ପରେ ଟ୍ରେନ୍‌ ସେବା ବନ୍ଦ କରିଥିବା...

ଅନୁପ୍ରବେଶ କରୁଥିବା ବାଟ୍‌ କମାଣ୍ଡୋଙ୍କ ଉପରେ ଗ୍ରେନେଡ୍‌ ମାଡ଼ କଲେ ଭାରତୀୟ ସେନା: ଭିଡ଼ିଓ ଜାରି

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ବର୍ଡର ଆକ୍ସନ୍‌ ଟିମ୍‌(ବାଟ୍‌) କମାଣ୍ଡୋଙ୍କର ଭାରତରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ନିୟନ୍ତ୍ରଣ ରେଖାଠାରୁ ୨ କିମି ଦୂରରେ...

କୁମାରସ୍ବାମୀଙ୍କ ଶକ୍ତି ପରୀକ୍ଷା: ସମର୍ଥକଙ୍କ ସଂଖ୍ୟା ଶହେରୁ କମି ୯୮ ହେଲା

ବେଙ୍ଗାଲୁର୍‌,୧୮।୭: କର୍ନାଟକରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ବାମୀ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। କର୍ନାଟକ ବିଧାନସଭାରେ ୧୯ ଜଣ ସଦସ୍ୟ...

ଆଚାର ସଂହିତା ଉଲ୍ଲଂଘନ ଅଭିଯୋଗରେ ଭାଜପା, ଏଏପିକୁ ନିର୍ବାଚନ କମିଶନରଙ୍କ ନୋଟିସ

ନୂଆଦିଲ୍ଲୀ,୧୩।୧: ରାଜଧାନୀରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଚାର ସଂହିତା ମଧ୍ୟ ଲାଗୁ ହୋଇଯାଇଛି। ଏହାପରେ ଶାସନ...

ମୁମ୍ବାଇର ଜିଏସ୍‌ଟି ଭବନରେ ଅଗ୍ନିକାଣ୍ଡ

ମୁମ୍ବାଇ,୧୭।୨: ମୁମ୍ବାଇର ଜିଏସ୍‌ଟି ଭବନରେ ଅଗ୍ନିକାଣ୍ଡ। ବାୟକୁଲାର ମଝଗାଓଁସ୍ଥିତ ଜିଏସ୍‌ଟି ଭବନର ୮ମହଲାରେ ସୋମବାର ଦ୍ୱିପ୍ରହରରେ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀର ୮ଟି...

ଗିରଫ ଡିଏସ୍‌ପିଙ୍କୁ ଆତଙ୍କବାଦୀ ଭଳି ଜେରା କରାଯିବ

ଶ୍ରୀନଗର,୧୩ା୧: ହିଜବୁଲ ମୁଜାହିଦ୍ଦିନ ଓ ଲଶ୍କର-ଇ-ତୋଇବା ଆତଙ୍କବାଦୀଙ୍କ ସହ ଧରାପଡିଥିବା ଜମ୍ମୁ-କଶ୍ମୀରର ଡିଏସ୍‌ପି ଦେବୀନ୍ଦର ସିଂଙ୍କୁ ଗିରଫ କରାଯାଇଛି। ସେ ପୂର୍ବରୁ ସ୍ପେଶାଲ ଅପରେଶନ ଗ୍ରୁପ୍‌ରେ...

Leave a comment

Your email address will not be published. Required fields are marked *