ତାଲିବାନକୁ ଚ୍ୟାଲେଞ୍ଜ, ଭୋଟ ଦେଲେ ସୈଫୁଲ୍ଲା

କାବୁଲ,୩୦ା୯: ଆତଙ୍କବାଦୀଙ୍କ ଧମକକୁ ଖାତିର ନ କରି ଆଫଗାନିସ୍ତାନର ରାଷ୍ଟ୍ରପତି ନିର୍ବାଚନରେ ବ୍ୟବସାୟୀ ସୈଫୁଲ୍ଲା ସାଫି ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଛନ୍ତି। ୩୮ ବର୍ଷୀୟ ସୈଫୁଲ୍ଲା ୫ ବର୍ଷ ପରେ ପୁଣିଥରେ ଭୋଟଦେଇ ଜଣେ ପ୍ରକୃତ ନାଗରିକର ପରିଚୟ ଦେଇଛନ୍ତି। ଏହାସହ ସେ ନିଜ ବାମ ଅଙ୍ଗୁଳିର ଅଲିଭା କାଳିଚିହ୍ନ ଦେଖାଉଥିବା ଫଟୋ ଟୁଇଟରରେ ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ସହ ସାହସୀ ସୈଫୁଲ୍ଲାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି।
ପ୍ରଭାବିତ ଆଫଗାନିସ୍ତାନରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନର ତାଣ୍ଡବଲୀଳା ଜାରି ରହିଛି। ରାଷ୍ଟ୍ରପତି ନିର୍ବାଚନକୁ ବର୍ଜନ କରିବା ପାଇଁ ଆତଙ୍କବାଦୀ ପ୍ରଥମେ ଧମକ ଦେଇଥିଲେ। ପରେ ନିର୍ବାଚନ ଭଣ୍ଡୁର କରିବା ଲାଗି ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଚାଲିଥିଲେ। ଇତିମଧ୍ୟରେ ଶନିବାର କେତେକ ସ୍ଥାନରେ ହିଂସା ଓ ଆକ୍ରମଣ ଘଟିଥିବାବେଳେ ନିର୍ବାଚନ ଶେଷ ହୋଇଛି। ୨୦୧୪ ନିର୍ବାଚନରେ ତାଲିବାନ ଆତଙ୍କବାଦୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ସେମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଧାରୁଆ ଅସ୍ତ୍ରରେ ୬ ଜଣ ଭୋଟରଙ୍କ ଅଙ୍ଗୁଳି କାଟି ଦେଇଥିଲେ। ଅଙ୍ଗୁଳି ହରାଇଥିବା ମତଦାତାଙ୍କ ମଧ୍ୟରେ ଥିଲେ ରାଜଧାନୀ କାବୁଲର ବ୍ୟବସାୟୀ ସୈଫୁଲ୍ଲା ସାଫି। ସେ କାବୁଲରୁ କୋସ୍ତ ସହରକୁ ଯାଉଥିବାବେଳେ ଆତଙ୍କବାଦୀମାନେ ତାଙ୍କ ଡାହାଣ ଅଙ୍ଗୁଳିର କାଳିଚିହ୍ନ ଦେଖି ଛେଦି ଦେଇଥିଲେ। ଏଥର ମଧ୍ୟ ଭୋଟ ନ ଦେବାକୁ ତାଲିବାନ ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିଲା। ହେଲେ ସୈଫୁଲ୍ଲା ଏହାକୁ ଖାତିର ନ କରି ବୁଥ୍‌କୁ ଯାଇ ଭୋଟ ଦେଇଥିଲେ। କେବଳ ଏତିକି ନୁହେଁ, ସେ ନିଜ ପରିବାରର ଅନ୍ୟ ସାବାଳକ ସଦସ୍ୟଙ୍କୁ ମଧ୍ୟ ମତଦାନ କେନ୍ଦ୍ରକୁ ନେଇ ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରିଛନ୍ତି। ମତଦାନ ପରେ ନିଜ ଅଙ୍ଗୁଳିର କାଳିଚିହ୍ନକୁ ଦେଖାଇ ନିର୍ଭୀକ ସୈଫୁଲ୍ଲା କହିଛନ୍ତି, ଯେତେବେଳେ ମୋ ଦେଶ ଓ ପିଲାଛୁଆଙ୍କ ଭବିଷ୍ୟତ କଥା ଉଠୁଛି ମୁଁ ନୀରବ ବସିଯିବି ନାହିଁ। ଆତଙ୍କବାଦୀମାନେ ଏହାକୁ ନେଇ ମୋ ସବୁ ଅଙ୍ଗୁଳି କି ଦୁଇହାତ କାଟିଦେଲେ ବି ଖାତିର କରିବିନି। ଉଭୟ ହାତର ଅଙ୍ଗୁଳି ଦେଖାଉଥିବା ତାଙ୍କର ଫଟୋକୁ ଟୁଇଟ୍‌ କରିବା ପରେ ସୈଫୁଲ୍ଲାଙ୍କ ନିକଟକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।
ଆଫଗାନିସ୍ତାନର ମୋଟ ଭୋଟରଙ୍କ ସଂଖ୍ୟା ୧୨ ନିୟୁତ ଥିଲା। ସେତେବେଳେ ସେମାନଙ୍କ ମଧ୍ୟରୁ ୬୦% ମତଦାତା ଭୋଟ ଦେଇଥିବାବେଳେ ଏଥର ମାତ୍ର ୨୦% ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହାସହ ରାଷ୍ଟ୍ରପତି ଅଶ୍‌ରଫ୍‌ ଗନି ଓ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲାଙ୍କ ସମେତ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଭାଗ୍ୟ ଝୁଲି ରହିଛି। କାରଣ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ କେହି ଜଣେ ୫୧%ରୁ ଅଧିକ ଭୋଟ ନ ପାଇଲେ ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ମତଦାନ କରାଯିବ।


All Right Reserved By Dharitri.Com

ରୁଷିଆରେ ଡ୍ୟାମ୍‌ ଭୁଶୁଡ଼ି ୧୫ ମୃତ

ମସ୍କୋ,୨୦ା୧୦(ଏଏଫ୍‌ପି): ରୁଷିଆର ସାଇବେରିଆ ସୁନାଖଣି ଅଞ୍ଚଳରେ ଶନିବାର ଏକ ଡ୍ୟାମ୍‌ ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୩ ଜଣ ନିଖୋଜ ଅଛନ୍ତି। ସାଇବେରିଆର...

ଏକସଙ୍ଗରେ ୬ଟି ସନ୍ତାନ ଜନ୍ମଦେଲେ ମହିଳା: ରାଷ୍ଟ୍ରପତି ଜଣାଇଲେ ଶୁଭେଚ୍ଛା

ଓ୍ବାର୍‌ଶ, ୨୨।୫: ୟୁରୋପୀୟ ଦେଶ ପୋଲାଣ୍ଡରେ ଜଣେ ମହିଳା ପ୍ରଥମଥର ପାଇଁ ୬ଟି ସନ୍ତାନ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହାକୁ ନେଇ ପୋଲାଣ୍ଡରେ ଏକ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ…

ପିଆଜ ଶଣ୍ଢା ଶରୀରର ଅନେକ ଉପକାର କରେ। ଏହା ବହୁ ରୋଗରୁ ଦୂରେଇ ରଖେ। ନିୟମିତ ଅଭ୍ୟାସ କରି ସକାଳେ ଅଧାକପ୍‌ ପିଆଜ ଶଣ୍ଢା ରସ...

ଚିକିତ୍ସା ପାଇଁ ଔଷଧ ଦୋକାନକୁ ଚାଲିଆସିଲା ବୁଲା କୁକୁର: ଭିଡିଓ ଭାଇରାଲ

ଇସ୍ତାନବୁଲ,୨୫।୬: ତୁର୍କୀର ଇସ୍ତାନବୁଲରେ ଏକ ବୁଲା କୁକୁର ନିଜର ଚିକିତ୍ସା କରାଇବାକୁ ସିଧାସଳଖ ଔଷଧ ଦୋକାନରେ ପହଞ୍ଚିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।...

‘ଆମେ ଶାନ୍ତିରେ ବଞ୍ଚତ୍ପାରିବା’

ଲଣ୍ଡନ,୯।୮:କଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ। ଆମେ ଶାନ୍ତିରେ ବଞ୍ଚତ୍ପାରିବା। କେହି କାହାକୁ ଆଘାତ ଦେବା ବା କ୍ଷତି ପହଞ୍ଚାଇବା ଅନାବଶ୍ୟକ ବୋଲି ନୋବେଲ ଶାନ୍ତି...

ମୁମ୍ବାଇ ଭଳି ବହୁ ସହର ସମୁଦ୍ର ଆଁରେ: ୨୦୫୦ ସୁଦ୍ଧା ପ୍ରଭାବିତ ହେବେ ୩ ଶହ ନିୟୁତ !

ନ୍ୟୁୟର୍କ,୩୦।୧୦: ଆସନ୍ତା ୩୦ ବର୍ଷ ମଧ୍ୟରେ ମୁମ୍ବାଇ ଭଳି ପୃଥିବୀର ବହୁ ସହର ସମୁଦ୍ର ଆଁରେ ଲୀନ ହେବ। ଏନେଇ ନ୍ୟୁଜର୍ସି ସ୍ଥିତ ସଂସ୍ଥା କ୍ଲାଇମେଟ୍‌...

କେବଳ ବିବାହ ଦିନ ସ୍ନାନ କରନ୍ତି ଏହି ମହିଳା

ଆଫ୍ରିକାର ଉତ୍ତର-ପଶ୍ଚିମରେ ଥିବା ନାମିବିୟାର କୁନେର ଅଞ୍ଚଳରେ ବସବାସ କରନ୍ତି ହୁମ୍ବା ଜନଜାତି। ଏହି ଜନଜାତିର ମହିଳାମାନେ ଜୀବନରେ କେବଳ ଥରଟିଏ ଗାଧାନ୍ତି। ଏହା ସେମାନଙ୍କର...

ନିବେଶ ଲାଗି ବ୍ରିକ୍ସ୍‌ ସମ୍ମିଳନୀରେ ମୋଦିଙ୍କ ଆହ୍ବାନ: ଭାରତରେ ରହିଛି ମୁକ୍ତ ବ୍ୟବସାୟ ଉପଯୋଗୀ ପରିବେଶ

ବ୍ରାସିଲିଆ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ୍‌ର ରାଜଧାନୀ ବ୍ରାସିଲିଆଠାରେ ଆୟୋଜିତ ବ୍ରିକ୍ସ୍‌ ବିଜନେସ୍‌ ଫୋରମ୍‌ ସମ୍ମିଳନୀରେ ଭାରତରେ ନିବେଶ ଲାଗି ଆହ୍ବାନ ଦେଇଛନ୍ତି। ଭାରତରେ ମୁକ୍ତ...

Leave a comment

Your email address will not be published. Required fields are marked *