ବଢୁଛି ଚୋରା ମଦ କାରବାର

କାମାକ୍ଷାନଗର, ୩୦।୯(ଡି.ଏନ୍‌.ଏ.) ପୋଲିସ ଏବଂ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ କାମାକ୍ଷାନଗର ଉପଖଣ୍ଡରେ ଅବାଧ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ମଦ ଯୋଗୁ ଗଣ୍ଡଗୋଳ, ଅସାମାଜିକ କାର୍ଯ୍ୟ ବଢୁଛି। ନିଶାଡ଼ିଙ୍କ ଉପଦ୍ରବ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ମହିଳା ଗୋଷ୍ଠୀ ମଦବିକ୍ରିକୁ ବିରୋଧ କଲେ ଧମକ ମିଳୁଥିବା ଅଭିଯୋଗ ହେଉଛି। ଏହି କାରଣରୁ ନିଶା ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଶିଥିଳ ପଡ଼ିଯାଉଛି।
ଅଞ୍ଚଳରେ ମଦ କାରବାର ନୂଆ କଥା ନୁହେଁ। ମଦ ପାଇଁ ପରିବାରରେ ସୁଖଶାନ୍ତି ହଜିଯାଉଛି। ଗଣ୍ଡଗୋଳ ନିତିଦିନିଆ ଘଟଣା ହୋଇଛି। ଅସାମାଜିକଙ୍କ ଦୌରାତ୍ମରେ ଝିଅବୋହୂ ରାସ୍ତାରେ ଚାଲିବା ମୁସ୍କିଲ ହୋଇଗଲାଣି। ପୋଲିସ ଏବଂ ଅବକାରୀ ବିଭାଗ ଉପରୁ ଆସ୍ଥା ହରାଇ ଗତ ୨୧ ତାରିଖରେ କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ଗ୍ରାମର ଶତାଧିକ ମହିଳା ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କୁ ଫେରାଦ ହୋଇଥିଲେ। ଏହା ପରେ ବି ମଦବିକ୍ରି ରୋକିବାକୁ ପଦକ୍ଷେପ ନିଆଯାଉନାହିଁ।
ଅଭିଯୋଗ ଅନୁଯାୟୀ, କାମାକ୍ଷାନଗର, କଙ୍କଡ଼ାହାଡ଼, ଭୁବନ, ପରଜଙ୍ଗ ଅଞ୍ଚଳରେ ସରକାରୀ ଦେଶୀ ମଦଭାଟି ନାମକୁ ମାତ୍ର ରହିଛି। ଭାଟିରୁ ମଦ ପ୍ରସ୍ତୁତି ପରେ ଏହାକୁ ଅଭ୍ୟନ୍ତରୀଣ ଗ୍ରାମକୁ ଯୋଜନାବଦ୍ଧ ଭାବେ ପହଞ୍ଚାଇ ଦିଆଯାଉଛି। ପ୍ରତି ଗ୍ରାମରେ ଥିବା ବ୍ୟବସାୟୀମାନେ ମଦ କାରବାରକୁ ପ୍ରଶ୍ରୟ ଦେଉଛନ୍ତି। ଅନୁରୂପ ଭାବେ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରୁ ଢାବା, ପାନ ଦୋକାନ, ପରିବା ଦୋକାନ, ତେଜରାତି ଦୋକାନକୁ ମଦ ଯୋଗାଇ ଦିଆଯାଉଛି। ଅଞ୍ଚଳର କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଏହି କାରବାରରେ ଲିପ୍ତ ଅଛନ୍ତି। ସେମାନଙ୍କ ବିରୋଧରେ ସ୍ବର ଉଠାଉଥିବା ବ୍ୟକ୍ତି, ଅନୁଷ୍ଠାନକୁ ଧମକଚମକ ମିଳୁଛି। କେତେଜଣ ନ୍ୟସ୍ତସ୍ବାର୍ଥ ସରକାରୀ କର୍ମଚାରୀ ଏପରି ବେଆଇନ କାରବାରରେ ସମ୍ପୃକ୍ତ ଥିବାରୁ ମଦ ବ୍ୟବସାୟୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରାଯାଉଛି। ଏଥିପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ କହିଛନ୍ତି।
ଏ ନେଇ ଉପଖଣ୍ଡ ଦାୟିତ୍ୱରେ ଥିବା ଅବକାରୀ ଏସ୍‌ଆଇ ସ୍ବପ୍ନାରାଣୀ ସାହୁ କୁହନ୍ତି, ଅଭିଯୋଗ ଆସିଲେ ଯଥାସମ୍ଭବ ଚଢ଼ାଉ କରାଯାଉଛି। ସରକାରୀ ସ୍ବୀକୃତିପ୍ରାପ୍ତ ଦୋକାନଗୁଡ଼ିକରେ ମଦବିକ୍ରି କରିବା ନିୟମ ଅଛି। ଏହାକୁ ଉଲ୍ଲଂଘନ କରି ଅଣସ୍ବୀକୃତିପ୍ରାପ୍ତ ସ୍ଥାନରେ ମଦବିକ୍ରି କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


All Right Reserved By Dharitri.Com

ଚିଟିକାମାଲରେ ଦମ୍ପତିଙ୍କୁ ହତ୍ୟା ଘଟଣା:ଗୁଣିଗାରେଡ଼ିରୁ ହତ୍ୟା ସ୍ପଷ୍ଟ

ବଲାଙ୍ଗୀର ଅଫିସ/ ପାଟଣାଗଡ଼,୨୦-୯ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗଁାରେ ଗତ ୧୬ ତାରିଖରେ ସଂଘଠିତ ଦମ୍ପତି ହତ୍ୟା...

ଜଳସେଚନ ପ୍ରକଳ୍ପ ନିର୍ମାଣ ସମୀକ୍ଷା

ବଇଣ୍ଡା,୪।୮(ଡି.ଏନ.ଏ.)-କୃଷି ବହୁଳ ଅଞ୍ଚଳ କିଶୋରନଗର ବ୍ଲକରେ ନିର୍ମାଣ ହେବାକୁ ଥିବା ସୁରେଶ୍ୱରୀ ଓ ଜୟଗଡ଼ ଜଳସେଚନ ପ୍ରକଳ୍ପ ପାଇଁ ଶନିବାର କ୍ଷୁଦ୍ର ଜଳସେଚନ ପକ୍ଷରୁ ସମୀକ୍ଷା...

ମହାନଦୀ, ଶାଳିଆରୁ ଗଞ୍ଜାମକୁ ଆସିବ ପାଣି

ଛତ୍ରପୁର,୩୧ା୧(ଡି.ଏନ୍‌.ଏ.)- ନୟାଗଡ ଜିଲା ଦେଇ ଯାଇଥିବା ମହାନଦୀ ଓ ଖୋର୍ଦ୍ଧା ଜିଲା ଦେଇ ଯାଇଥିବା ଶାଳିଆ ଡ୍ୟାମ୍‌ରୁ ଗଞ୍ଜାମ ଜିଲାକୁ ପାଣି ଅଣାଯିବ। ଏନେଇ ୨ଟି...

ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କୁ ମହତାବ ପ୍ରତିଭାରେ ସମ୍ମାନିତ

ହାଟଡିହୀ,୧୪।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କୁ ଡ. ମହତାବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ଆଗରପଡ଼ାଠାରେ...

ସିଟି ହସ୍ପିଟାଲ ଘୋଷଣା ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ବରଗଡ଼ ଅଫିସ,୧।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହି ଦାବି...

ନାବାଳିକା ନିଖୋଜ ଘଟଣା: ମିଛ ତଥ୍ୟ ଦେଉଛି ପ୍ରଶାସନ; ଏବେବି ନିଖୋଜ ୯, ଚିନ୍ତାରେ ପରିବାର

ବ୍ରହ୍ମପୁର ଅଫିସ, ୯। ୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଛି। କିନ୍ତୁ ୯ ଜଣ...

ଖୋର୍ଦ୍ଧା ହେଉଛି ବୀର ପାଇକମାନଙ୍କ ମାଟି : ଜିଲାପାଳ

ଖୋର୍ଦ୍ଧା ଅଫିସ,୨୬।୧: ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ବିଜେବି ହାଇସ୍କୁଲ ଖେଳପଡ଼ିଆରେ ରବିବାର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲାପାଳ ସୀତାଂଶୁ...

ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଅସଦ୍‌ ବ୍ୟବହାର ଅଭିଯୋଗ

ପୁରୁଷୋତ୍ତମପୁର,୨୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲଦାର ଓ ଅତିରିକ୍ତ ତହସିଲଦାର ବିରୋଧରେ ଅଭିଯୋଗ ଆଣିଛନ୍ତି ତହସିଲ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ। ତହସିଲଦାର ଅରୁଣ କୁମାର ନାୟକ...

Leave a comment

Your email address will not be published. Required fields are marked *