ଏଫ୍‌ପିଆଇ ନିବେଶରେ ଉନ୍ନତି

ନୂଆଦିଲ୍ଲୀ,୩୦-୯: ଲଗାତର ଭାବେ ଗତ ୨ ମାସ ଧରି ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ଇନଭେଷ୍ଟର (ଏଫ୍‌ପିଆଇ) ମାନେ ପୁଞ୍ଜି ପ୍ରତ୍ୟାହାର କରିଥିବା ବେଳେ ସେପ୍ଟେମ୍ବରରେ ଏଥିରେ ସୁଧାର ଆସିଛି। ବିଦେଶୀ ନିବେଶମାନେ ସେପ୍ଟେମ୍ବର ମାସରେ ୭,୭୧୪ କୋଟି ଟଙ୍କାର ନେଟ୍‌ ନିବେଶ କରିଛନ୍ତି। ସରକାରଙ୍କ ଆର୍ଥତ୍କ ସଂସ୍କାର ପରେ ପୁଞ୍ଜି ବଜାରକୁ ଏଭଳି ନିବେଶ ଆସିଥିବା ଜଣାପଡ଼ିଛି। ସରକାର ଗତ ସପ୍ତାହରେ କର୍ପୋରେଟଗୁଡିକ ଉପରୁ ଟିକସ ହ୍ରାସ କରିଥିଲେ। ସେହିଭଳି ପୁଞ୍ଜି ବଜାରର ସିକ୍ୟୁରିଟି ଏବଂ ଡେରିଭେଟିଭ୍‌ସ ବିକ୍ରିରୁ ବିଦେଶି ନିବେଶକମାନଙ୍କ କ୍ୟାପିଟାଲ ଗେନ୍ସ ଉପରେ ସରଚାର୍ଜ ଲାଗୁ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହାବାଦ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ମଧ୍ୟ ବିଦେଶୀ ନିବେଶକଙ୍କ ଲାଗି କଓ୍ବୋଇସି ନିୟମକୁ କୋହଳ କରିଛି। ଡିପୋଜିଟୋରୀ ତଥ୍ୟ ମୁତାବକ ବିଦେଶୀ ନିବେଶକମାନେ ୭,୮୪୯ କୋଟି ଟଙ୍କା ନେଟ୍‌ ନିବେଶ କରିଥିବା ବେଳେ ୧୩୫ କୋଟି ଟଙ୍କା ଉଠାଣ କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟରେ ସେମାନେ ୫,୨୨୦ କୋଟି ଏବଂ ଜୁଲାଇରେ ୨,୯୮୫ କୋଟି ଟଙ୍କା କାଢି ନେଇଥିଲେ। ଏଫ୍‌ପିଆଇକୁ ବଜାର ସହ ଜଡିତ କରି ରଖିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଫ୍‌ପିଆଇଙ୍କ ଲାଗି ନିୟମ କୋହଳ ଯୋଗୁ ଏହାର ପ୍ରଭାବ ବଜାର ଉପରେ ସକରାତ୍ମକ ରହିବ ବୋଲି ଜିଓଜିତ ଫାଇନାସିଆଲ ସର୍ଭିସେସର ମୁଖ୍ୟ ନିବେଶ ବିଶେଷଜ୍ଞ ଭି.କେ. ବିଜୟ କୁମାର କହିଛନ୍ତି।


All Right Reserved By Dharitri.Com

ଅଭିବୃଦ୍ଧି ଅନୁମାନ କମାଇଲା ଡିବିଏସ୍‌

ନୂଆଦିଲ୍ଲୀ, ୩।୯ ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଅନୁମାନକୁ ବ୍ୟାଙ୍କିଂ ସେବା ପ୍ରଦାନକାରୀ ଡିବିଏସ୍‌ ହ୍ରାସ କରିଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାରତର...

ରାଜ୍ୟଗୁଡ଼ିକୁ ୧୯,୯୫୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୨୧-୨: କେନ୍ଦ୍ର ସରକାର ରାଜ୍ୟଗୁଡ଼ି୧୯,୯୫୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରିଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଗତ ସୋମବାର ଏହି ଅର୍ଥ...

ବ୍ରାଣ୍ଡେଡ ପୋଷାକ ମେଳାରେ ରିହାତି

ଭୁବନେଶ୍ୱର,୧୦-୬: ସ୍ଥାନୀୟ ହୋଟେଲ ନିୟୁ ମ୍ୟାରିୟନଠାରେ ଆରମ୍ଭ ହୋଇଥିବା ବ୍ରାଣ୍ଡେଡ ପୋଷାକ ମେଳାରେ ଗ୍ରାହକଙ୍କ ଲାଗି ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି। କମ୍ପାନୀ ପକ୍ଷରୁ ଗ୍ରାହକଙ୍କ...

ପ୍ରୋତ୍ସାହନ ଲୋଡିଲା ଶିଳ୍ପ ଜଗତ

ମୁମ୍ବାଇ,୨୩-୩: ଅର୍ଥ ବ୍ୟବସ୍ଥା ଉପରେ କରୋନାର ପ୍ରଭାବକୁ କମ୍‌ କରିବା ଲାଗି ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସରକାରୀ ପ୍ରୋତ୍ସାହନ ଲୋଡାଯାଇଛି। ସେହିଭଳି ଋଣ ପ୍ରଦାନ...

ତିଆରି ହେଲା ୧୮୦କିମି/ଘଣ୍ଟା ସ୍ପିଡ୍‌ର ରେଳ ଇଞ୍ଜିନ

ନୂଆଦିଲ୍ଲୀ,୧୪-୮: ଭାରତୀୟ ରେଲଓ୍ବେ ହାଇସ୍ପିଡ ଟ୍ରେନ ଇଞ୍ଜିନ ନିର୍ମାଣ କ୍ଷେତ୍ରରେ ବହୁ ଉନ୍ନତି କରିଛି। ପଶ୍ଚିମବଙ୍ଗର ଚିତ୍ତରଞ୍ଜନ ଲୋକୋମୋଟିଭ ଓ୍ବର୍କ୍ସରେ ଏକ ହାଇସ୍ପିଡ ଇଞ୍ଜିନ ନିର୍ମାଣ...

ଓଏନ୍‌ଜିସି, ଆଇଓସି, ଏନ୍‌ଟିପିସି, ଗେଲ୍‌ର ସରକାରୀ ନିୟନ୍ତ୍ରଣ ହଟିବ

ବଜେଟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ନିଜର ନିୟନ୍ତ୍ରଣ ହଟାଇବାକୁ ଚାହୁଁଛନ୍ତି। ଏହାଦ୍ୱାରା ଦେଶରେ...

ବ୍ରଡ୍‌ବ୍ୟାଣ୍ଡ ସହ ଯୋଡି ହେବ ସବୁ ପଞ୍ଚାୟତ

ନୂଆଦିଲ୍ଲୀ,୨୮-୬: କେନ୍ଦ୍ର ସରକାରଙ୍କ ଭାରତ ନେଟ୍‌ କାର୍ଯ୍ୟକ୍ରମ ଦ୍ୱାରା ଦେଶର ସବୁ ପଞ୍ଚାୟତକୁ ବ୍ରଡ୍‌ବ୍ୟାଣ୍ଡ ନେଟ୍‌ଓ୍ବର୍କ ସହ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ...

ଏସ୍‌ବିଆଇ ବିରୋଧରେ ଅଭିଯୋଗ ଆଣିଲେ ମାଲ୍ୟା

ଲଣ୍ଡନ,୨୦-୪: ପଳାତକ ଘୋଷିତ ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବିରୋଧରେ ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆରେ ଏସ୍‌ବିଆଇକୁ ଟାର୍ଗେଟ କରି...

Leave a comment

Your email address will not be published. Required fields are marked *