Posted inଖେଳ

କୋହଲି, ସ୍ମିଥଙ୍କ ରେକର୍ଡ ଭାଙ୍ଗିଲେ ନେପାଳ ଅଧିନାୟକ

କାଠମାଣ୍ଡୁ ,୩୦।୯: ନେପାଳ କ୍ରିକେଟ ଦଳର ଅଧିନାୟକ ପାରସ ଖାଡ୍‌କା ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହାଇଛନ୍ତି। ଶନିବାର ସିଙ୍ଗାପୁର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଶତକ ଲଗାଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ଟାର୍ଗେଟର ପିଛା କରୁଥିବାବେଳେ ଶତକ ଲଗାଇବାରେ ଖାଡ୍‌କେ ପ୍ରଥମ ଅଧିନାୟକ। ସେ ୪୯ ତମ ବଲରେ ଶତକ ଲଗାଇଥିଲେ, ଯାହାକି ଏସିଆନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୪ର୍ଥ ଦ୍ରୁତତମ। ୫୨ ବଲର ସମ୍ମୁଖୀନ ହୋଇ ୧୦୬ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୭ ଚୌକା ଓ ୯ ଛକା ସାମିଲ ଥିଲା। ଏଥିଯୋଗୁ ନେପାଳ ୪ ଓଭର ପୂର୍ବରୁ ୯ ଉଇକେଟ ହାତରେ ରଖି ୧୫୨ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଏଥିପୂର୍ବରୁ ନେଦରଲାଣ୍ଡର ପିଟର ସିଲାରଙ୍କ ୯୬ ରନ୍‌ର ଇନିଂସ ଥିଲା ଅନ୍ତର୍ଜାତୀୟ କ୍ରିକେଟରେ ବିଜୟ ଲକ୍ଷ୍ୟର ପିଛା କରୁଥିବାବେଳେ ଅଧିନାୟକଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହି ତାଲିକାରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ (୨୦୧୫, ଇଂଲଣ୍ଡ ବିପକ୍ଷରେ ୯୦) ଓ ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ (୨୦୦୯, ଅଷ୍ଟେଲିଆ ବିପକ୍ଷରେ ୮୮) ରହିଛନ୍ତି। ଏଥିରେ ଭାରତୀୟ ଅଧିନାୟକ ବିରାଟ କାହଲିଙ୍କ ୮୨ ରନ୍‌ର ଇନିଂସ ରହିଛି। ୨୦୧୭, ଶ୍ରୀଲଙ୍କା ବିପକ୍ଷରେ ସେ ଏହି ଇନିଂସ ଖେଳିଥିଲେ। ଖାଡ୍‌କା ଦିନିକିଆ କ୍ରିକେଟରେ ଶତକ ହାସଲ କରିଥିବା ଦେଶର ପ୍ରଥମ କ୍ରିକେଟର। ଏପର୍ଯ୍ୟନ୍ତ ଦୁଇ ଥର ଟପ୍‌ ୧୦ ମଧ୍ୟରେ ସ୍ଥାନ ପାଇସାରିଛନ୍ତି। ଉଲ୍ଲେଖଥାଉ କି, ସିଙ୍ଗାପୁର ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୩ ଉଇକେଟ ହରାଇ ୧୫୧ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟକ ଟିମ ଡାଭିଡ ୬୪ ରନ୍‌ର ଇନିଂସ ଖେଳିଥିଲେ। ବିଜୟୀ ଦଳ ପାଇଁ ଷ୍ଟାର ସ୍ପିନର ସନ୍ଦୀପ ଲାମିଚାନେ ଉଇକେଟ ନେଇ ନ ଥିଲେ ମଧ୍ୟ ୪ ଓଭରରେ ମାତ୍ର ୧୮ ରନ୍‌ ଖର୍ଚ୍ଚ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି

କୋଲକାତା,୨୪।୧୧- ଦେଶର ପ୍ରଥମ ଭାରତୀୟ ଅଧିନାୟକ ଭାବେ ବିରାଟ କୋହଲି ରବିବାର କ୍ରମାଗତ ୭ ଟେଷ୍ଟ ଜିତି ରେକର୍ଡ କରିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା...

ରିକି ପଣ୍ଟିଂଙ୍କୁ ‘ପଣ୍ଟର’ ଆଖ୍ୟା ଦେଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର

କିଛି ଖେଳାଳିଙ୍କ ପ୍ରକୃତ ନାଁ ଅପେକ୍ଷା ଡାକ ନାମରେ ଅଧିକ ପରିଚିତ ହାସଲ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅନ୍ୟତମ।...

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନୋଟିସ୍‌: ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌

ଏଥିକ୍ସ ଅଫିସରଙ୍କ ଆଗରେ ହାଜର ହେବେ, କପିଳ ଦେବ, ଗାଏକ୍ୱାଡ୍‌ ନୂଆଦିଲ୍ଲୀ, ୧୭ା୧୨ (ପି.ଟି.)- ଚଳିତ ମାସର ପରବର୍ତ୍ତୀ ଭାଗରେ ଭାରତୀୟ କ୍ରିକେଟ କଣ୍ଟ୍ରେଲ ବୋର୍ଡ(ବିସିସିଆଇ)...

ପ୍ରଥମ ଟି୨୦: କୋହଲି ଦେଲେ ବିରାଟ ବିଜୟ

ହାଇଦ୍ରାବାଦ, ୬।୧୨: ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଲୋକେଶ ରାହୁଲଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଭାରତ ଶୁକ୍ରବାର ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦...

ବୁମ୍‌ରା ବାଦ୍‌, ଉମେଶ ବଦଳ ଖେଳାଳି

ନୂଆଦିଲ୍ଲୀ,୨୫।୯(ପି.ଟି.)- ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଭାରତୀୟ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ବାଦ୍‌...

ଭାରତର ପ୍ରଥମେ ବ୍ୟାଟିଂ

ମାଉଣ୍ଟ ମାଉଁଗାନୁଇ,୨।୨- ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। କାମଚଳା ଭାରତୀୟ ଅଧିନାୟକ ରୋହିତ...

କ୍ରିକେଟ ଉପଦେଷ୍ଟା କମିଟିରେ ମଦନ ଲାଲ

ନୂଆଦିଲ୍ଲୀ, ୩୧ା୧ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ପୂର୍ବତନ କ୍ରିକେଟର ରୁଦ୍ରପ୍ରତାପ ସିଂ, ମଦନ ଲାଲ ଏବଂ ସୁଲକ୍ଷଣା ନାଏକ ପ୍ରମୁଖ ଶୁକ୍ରବାର...

ହ୍ବାଟସଆପ ଗ୍ରୁପ୍‌ରେ ଜୋକୋଭିଚ୍‌, ନାଡାଲ, ଫେଡରର

ପ୍ୟାରିସ,୨୪ା୨- ବର୍ତ୍ତମାନ ଟେନିସ କ୍ରୀଡ଼ାର ଶ୍ରେଷ୍ଠ ୩ ଖେଳାଳି ରୋଜର ଫେଡରର, ରାଫାଲ ନାଡାଲ ଓ ନୋଭାକ ଜୋକୋଭିଚ୍‌ କୋର୍ଟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରନ୍ତି। କିନ୍ତୁ...

Leave a comment

Your email address will not be published. Required fields are marked *