Posted inଖେଳ

ଭାରତୀୟ ହକି ଦଳର ବିଜୟଧାରା ଜାରି

ଆଣ୍ଟରେପ (ବେଲଜିୟମ),୩୦।୯(ପି.ଟି.)- ବେଲଜିୟମ ଗସ୍ତରେ ଯାଇଥିବା ଭାରତୀୟ ପୁରୁଷ ହକି ଦଳ ଦମ୍‌ଦାର ପ୍ରଦର୍ଶନ କରି ବିଜୟଧାରା ଅବ୍ୟାହତ ରଖିଛି। ରବିବାର ଅନୁଷ୍ଠିତ ତୃତୀୟ ମ୍ୟାଚ୍‌ରେ ଭାରତ ୫-୧ ଗୋଲରେ ସ୍ପେନ୍‌କୁ ହରାଇଛି। ଏଥିସହ ସ୍ପେନ୍‌ ବିପକ୍ଷରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଶନିବାର ଭାରତ ସ୍ପେନ୍‌କୁ ୬-୧ ଗୋଲରେ ହରାଇଥିଲା। ବିଶ୍ୱର ୫ ନମ୍ବର ଦଳ ଭାରତ ହରମନପ୍ରୀତ ସିଂଙ୍କ ଡବଲ୍‌ ଗୋଲ ଜରିଆରେ ଏହି ସହଜ ବିଜୟ ହାସଲ କରିଛି।
ତେବେ ଆରମ୍ଭରୁ ଭାରତ ସେତେଟା ପ୍ରଭାବୀ ପ୍ରଦର୍ଶନ କରି ନ ଥିଲା। କାରଣ ଭାରତ ମ୍ୟାଚ୍‌ ତୃତୀୟ ମିନିଟ୍‌ରେ ହିଁ ଗୋଲ ବରଣ କରିଥିଲା। ବିଶ୍ୱର ୮ ନମ୍ବର ଦଳ ସ୍ପେନ୍‌ ତରଫରୁ ଇଗ୍ଲେସିଆସ୍‌ ଅଲଭାରୋ ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ତେବେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ଭାରତର ଆତ୍ମ ବିଶ୍ୱାସ ବେଶ୍‌ ଉଚ୍ଚରେ ଥିଲା। ତେଣୁ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ପଞ୍ଚମ ମିନିଟ୍‌ରେ ଆକାଶଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନସ୍ତରକୁ ଆଣିଥିଲେ। ଏହାପରେ ଭାରତ ପଛକୁ ଫେରି ଚାହିଁ ନ ଥିଲା। ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଏସ୍‌ଭି ସୁନୀଲ ଏକ ସୁନ୍ଦର ଗୋଲ ଦେଇଥିଲେ ଓ ଭାରତ ପ୍ରଥମାର୍ଦ୍ଧ ସୁଧା ୨-୧ରେ ଅଗ୍ରଣୀ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଦମ୍‌ଦାର ପ୍ରଦର୍ଶନ କରିଥିଲା। ୩୫ତମ ମିନିଟରେ ଫରଓ୍ବାର୍ଡ ରମନଦୀପ ସିଂ ଭାରତ ପାଇଁ ତୃତୀୟ ଗୋଲ ସ୍କୋର କରିଥିଲେ। ଏହାପରେ ୪୧ତମ ମିନିଟ୍‌ରେ ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂ ଏକ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଭାରତକୁ ୪-୧ ଗୋଲରେ ଅଗ୍ରଣୀ କରାଇଥିଲେ। ଅନ୍ତିମ କ୍ୱାର୍ଟରରେ ଭାରତ କୁଇକ୍‌ ପାସ୍‌ ଦେଇ ଦ୍ରୁତ ଗତିରେ ଖେଳିଥିଲା। ହରମନପ୍ରୀତ ସିଂ ଦଳ ତରଫରୁ ପଞ୍ଚମ ଗୋଲ ଦେଇଥିଲେ। ସେ ପେନାଲ୍ଟି କର୍ନର ମାଧ୍ୟମରେ ଏହି ଗୋଲ ଦେଇଥିଲେ। ଭାରତୀୟ ଡିଫେଣ୍ଡର୍ସଙ୍କୁ ସ୍ପେନ୍‌ ଆଦୌ ସମସ୍ୟାରେ ପକାଇବାକୁ ସକ୍ଷମ ହୋଇ ନ ଥିଲା। ଶେଷରେ ଭାରତ ୫-୧ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା। ଭାରତ ଏବେ ମଙ୍ଗଳବାର ଚତୁର୍ଥ ମ୍ୟାଚ୍‌ରେ ବିଶ୍ୱର ୨ ନମ୍ବର ଦଳ ବେଲଜିୟମକୁ ଭେଟିବ।


All Right Reserved By Dharitri.Com

Posted inଖେଳ View All

ଟି୨୦ କ୍ରିକେଟରେ ଇତିହାସ ରଚିଲେ ନେପାଳ ଝିଅ

ପୋଖାରା,୨।୧୨- ନେପାଳର ମହିଳା କ୍ରିକେଟର ଅଞ୍ଜଳୀ ଚାନ୍ଦ ସୋମବାର ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ମାଳଦ୍ୱୀପ ବିପକ୍ଷ ମ୍ୟାଚ୍‌ରେ ସେ ବିନା କୌଣସି...

ଦୃଷ୍ଟିହୀନ କ୍ରିକେଟ, ଭାରତ ସିରିଜ ବିଜୟୀଅଜୟଙ୍କ ଦ୍ୱିଶତକ, ଦୁର୍ଗାଙ୍କ ଶତକ

ଭୁବନେଶ୍ୱର, ୨୩।୭(କ୍ରୀଡ଼ା ପ୍ରତିନିଧି)- କାରିବିୟନ ଗସ୍ତରେ ଥିବା ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଅଧିନାୟକ ଅଜୟ ରେଡ୍ଡୀଙ୍କ...

ଟେଲରଙ୍କୁ ଉପହାର ସ୍ବରୂପ ୧୦୦ ଓ୍ବାଇନ ବୋତଲ

ଓ୍ବେଲିଂଟନ,୨୨।୨- ଏଠାରେ ଚାଲିଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ପାଇଁ କ୍ୟାରିୟରର ୧୦୦ତମ ଟେଷ୍ଟ। ବିଶ୍ୱର ପ୍ରଥମ ଖେଳାଳି...

ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆ: ଧୋନୀଙ୍କ ମିଶନ କଶ୍ମୀର ଆରମ୍ଭ

ଶ୍ରୀନଗର,୩୧।୭: କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏବେ ଖେଳ ପଡ଼ିଆରୁ ଯୁଦ୍ଧ ପଡ଼ିଆକୁ ଓହ୍ଲାଇଛନ୍ତି। ତାଙ୍କର ମିଶନ କଶ୍ମୀର ବୁଧବାରଠାରୁ ଆରମ୍ଭ ହୋଇଛି।ଏଠାରେ ୧୦୬-ପ୍ରାଦେଶିକ ସେନାରେ...

ପ୍ରମୋଦ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୭।୯(କ୍ରୀଡ଼ା ପ୍ରତିନିଧି)- ଚାଇନାର ୟୁହାଙ୍ଗ ହାଙ୍ଗଝୋଉଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି...

ଭୁଶୁଡ଼ିଲା ଭାରତୀୟ ବ୍ୟାଟିଂ ଲାଇନ

ଓ୍ବେଲିଂଟନ,୩୧।୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ ଭୁଶୁଡ଼ି ପଡ଼ିଛି। ଦଳ ୧୩...

ଅବସର ପୂର୍ବରୁ ରାଞ୍ଚିକୁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଯାଉଛନ୍ତି ଧୋନୀ

ରାଞ୍ଚି,୨୯।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। ୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ ନିଜକୁ ଦୂରେଇ...

ପ୍ଲିସ୍‌କୋଭାଙ୍କୁ ହରାଇଲେ ମାର୍ଟିକ

ପ୍ୟାରିସ୍‌, ୩୧।୫ (ଏଏଫ୍‌ପି)- ଦ୍ୱିତୀୟ ସିଡ୍‌ ଚେକ୍‌ ରିପବ୍ଲିକ୍‌ର କାରୋଲିନା ପ୍ଲିସ୍‌କୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ ଟେନିସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଏକ...

Leave a comment

Your email address will not be published. Required fields are marked *