ଗୋରୁ ବୋଝେଇ ଗାଡ଼ି ଜବତ, ୨ ଅଟକ

ରଣପୁର, ୩୦ା୯ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ରବିବାର ଏକ ଗୋରୁ ବୋଝେଇ ଗାଡି ଜବତ କରିଛି। ରାତି ପ୍ରାୟ ୧୦ଟାରେ ଓଡି୨୫ଏଫ-୩୪୯୫ ନମ୍ବର ବିଶିଷ୍ଟ ଆଇଚର କଣ୍ଟେନର ଗାଡିକୁ ପୋଲିସ ଥାନା ଆଗରେ ଅଟକାଇ ତଲାସୀ ନେଇଥିଲା। ଏହି ସମୟରେ ସେଥିରେ ୪୦ରୁ ଊର୍ଦ୍ଧ୍ୱ ଗୋରୁ ଥିବା ଦେଖି ପୋଲିସ ଗାଡ଼ିଟିକୁ ଥାନା ପରିସରକୁ ନେଇଥିଲା। ଗାଡିରେ ଥିବା ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ପୋଲିସ ଅଟକ ରଖି ପଚାରାଉଚୁରା କରୁଛି। ଗାଡିଟି ଏହି ଥାନାର ଗଡମାଣିତିରି ଅଞ୍ଚଳରୁ ଗୋରୁ ବୋଝେଇ କରି ବାହାରକୁ ଚାଲାଣ କରିବାକୁ ଯାଉଥିବାବେଳେ ଧରାଯାଇଥିବା ପୋଲିସ କହିଛି। ଜବତ ହୋଇଥିବା ଗୋରୁଙ୍କୁ ଜଟଣୀ ନିକଟ ଗୋଶାଳାରେ ଛଡାଯାଇଥିବା ସୂଚନା ଦିଆଯାଇଛି। ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଖବର ପ୍ରଚାର ହେବା ପରେ ରଣପୁରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ଲେଖାହେବା ବେଳକୁ ଏ ସଂକ୍ରାନ୍ତରେ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ। ସୂଚନାଯୋଗ୍ୟ ବାହାର ରାଜ୍ୟର ଗୋରୁ ବେପାରୀମାନେ ଗଡମାଣିତିରି, ବାମ୍ବଡା, ବାଣିକିଲୋ ଆଦି ଅଞ୍ଚଳରୁ ବେଆଇନ ଭାବେ ଗୋରୁ ଚାଲାଣ କରିଥାନ୍ତି। ବିଭିନ୍ନ ସମୟରେ ଗ୍ରାମବାସୀ ଗୋରୁ ବୋଝେଇ ଗାଡି ଜବତ କରି ପୋଲିସ ଜିମା ଦେଇଥିବା ନଜିର ରହିଛି।


All Right Reserved By Dharitri.Com

ଏସ୍‌ଏଚ୍‌ଜି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ମୁକାବିଲା ତାଲିମ

ବ୍ରହ୍ମପୁର ଅଫିସ୍‌,୧୧ା୫-ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲାକୁ ପ୍ରତି ବର୍ଷ ବାତ୍ୟା ଏବଂ ବନ୍ୟାର ଭୟ ଦେଖାଦେଇଥାଏ । ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌ ହେଉ...

ବିଦ୍ୟାଳୟରେ ବାଘ ଆତଙ୍କ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ, ୧୦।୭(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡା ପଞ୍ଚାୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସରରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଭୋରରେ ବିଦ୍ୟାଳୟର କୁକ୍‌ କମ୍‌...

ସରକାରୀ ସୁବିଧାରୁ ବଁଚିତ୍‌ କେଁଦୁପତର ବଁଧାଲି

ସିନାପାଲି, ୩।୭ (ଡି.ଏନ୍‌.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକର ଭିନେ ଭିନେ କେଁଦୁପତର ଫଡିରେ ପତର ବଁଧାଲିମାନେ ବଡ଼ା ଗୁଲଗୁଲା ହେଇ ଜୀବନ୍‌ ବିତଉଥିବାର ଅଭିଯୋଗ...

ଗ୍ରାମ୍ୟ ରାସ୍ତାରେ ଭାରିଯାନ ଚଳାଚଳ : ଯାତାୟାତ ବାଧାପ୍ରାପ୍ତ

ବଡ଼ବିଲ,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗ୍ରାମକୁ ଯାଇଥିବା ରାସ୍ତାରେ ଏକ କମ୍ପାନୀର ପରିବହନ କାର୍ଯ୍ୟ ଯୋଗୁ ଶୁକ୍ରବାର ରାତିରୁ ଶନିବାର ଅପରାହ୍ନ...

ନୀହାରିକାକୁ ମୋ’ ପୁଅ ବହୁତ ଭଲପାଉଥିଲା, ସେ କଦାପି ମାରିପାରିବ ନାହିଁ: ରାଜାଙ୍କ ମା’

ଜଗତସିଂହପୁର ଅଫିସ/ବିରିଡି(ଡି.ଏନ୍‌.ଏ.), ୨୦।୯: ନୀହାରିକାଙ୍କୁ ମୋ’ ପୁଅ ବହୁତ ଭଲପାଉଥିଲା। ତାକୁ ସେ କଦାପି ମାରିପାରିବ ନାହିଁ। ସେ ନିର୍ଦ୍ଦୋଷ। ଘଟଣାରେ ମୋ’ ପୁଅର ସମ୍ପୃକ୍ତି...

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ପରଜଙ୍ଗ, ୧୫।୮( ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଆଡମ୍ବରପୂର୍ଣ୍ଣ ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ତ୍ରିରଙ୍ଗା ତଳେ ସମସ୍ତେ ଏକାଠି...

ବିଜେପୁରରେ ବିଆର୍‌ସି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପାଇଖାନା ବିଲ୍‌ ବିବାଦ ହତ୍ୟାର କାରଣ, ୩ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ/ବିଜେପୁର,୧୫।୧୦- ବରଗଡ଼ ଜିଲା ବିଜେପୁର ନିକଟ ବାଉଁଶପୋଲା ଡମ୍ପିଂୟାର୍ଡରୁ ଆରଡବ୍ଲୁଏସ୍‌ଏସ୍‌ ବିଭାଗ ଅଧୀନ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମର ଗୋଷ୍ଠୀ ସାଧନ ସଂଯୋଜକ (ବିଆର୍‌ସି) ତରଣୀସେନ...

ନୟାଗଡ଼ ଜିଲାରେ ୫ ଟି ଓ ମୋ ସରକାର ପ୍ରଭାବ: ଦେଢ଼ମାସରେ ୧୦ ନିଲମ୍ବିତ, ଜଣେ ବହିଷ୍କୃତ

ନୟାଗଡ଼ ଅଫିସ,୧୮ା୧୧: ନୟାଗଡ଼ ଜିଲାରେ ୫ ଟି ଓ ମୋ ସରକାର ପ୍ରଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଦେଢମାସରେ ୧୦ ଜଣ ନିଲମ୍ବିତ ହୋଇଥିବା...

Leave a comment

Your email address will not be published. Required fields are marked *