Posted inଖେଳ

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ: ସିଏସି, ଆଇସିଏରୁ ରଙ୍ଗାସ୍ବାମୀଙ୍କ ଇସ୍ତଫା

ନୂଆଦିଲ୍ଲୀ,୩୦।୯(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ଶନ୍ଥା ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେଇଛନ୍ତି। ସେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ସଭ୍ୟ ପଦରୁ ଓ ଇଣ୍ଡିଆ କ୍ରିକେଟର୍ସ ଆସୋସିଏଶନ (ଆଇସିଏ) ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ଏଥିକ୍ସ ଅଫିସର ତଥା ଲୋକପାଳ ଡି.କେ. ଜୈନ ତାଙ୍କ ନିକଟକୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପାଇଁ ନୋଟିସ ପଠାଇବା ପରେ ସେ ଏହି ଦୁଇ ପଦରୁ ରବିବାର ଇସ୍ତଫା ଦେଇଛନ୍ତି।
ମୋର ଅନ୍ୟ ଯୋଜନା ରହିଛି, ତେଣୁ ଏହି ନିଷ୍ପତ୍ତି ନେଇଛି । ସିଏସିର ବୈଠକ ବର୍ଷରେ ଥରେ କିମ୍ବା ଦୁଇ ବର୍ଷରେ ଥରେ ବସିଥାଏ। ତେଣୁ କେଉଁ ଆଧାରରେ ମୋ ନିକଟରକୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନେଇ ନୋଟିସ ପଠାଗଲା ତାହା ବୁଝି ପାରୁନାହିଁ ବୋଲି ରଙ୍ଗାସ୍ବାମୀ କହିଛନ୍ତି। ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପାଇଁ ବର୍ତ୍ତମାନ କ୍ରିକେଟ ପ୍ରାଶସକ ଭୂମିକାରେ ଜଣେ ପୂର୍ବତନ କ୍ରିକେଟର ଅବତୀର୍ଣ୍ଣ ହେବା କଷ୍ଟକର। ନିର୍ବାଚନ ପୂର୍ବରୁ ଆଇସିଏ ପଦରୁ ଇସ୍ତଫା ଦେଇଥାନ୍ତି। ତେଣୁ ଦୁଇଟି ପଦରୁ ଇସ୍ତାଫା ଦେବା ଏକ ସଂଯୋଗ ମାତ୍ର ବୋଲି ସେ କହିଛନ୍ତି।
ଉଲ୍ଲେଖଥାଉ କି, ରଙ୍ଗାସ୍ବାମୀ ଦୁଇ ପୂର୍ବତନ କ୍ରିକେଟର କପିଲ ଦେବ ଓ ଅଂଶୁମାନ ଗାଏକ୍ୱାଡଙ୍କ ସମେତ କ୍ରିକେଟ ଉପଦେଷ୍ଟା କମିଟିର ସଦସ୍ୟ ଥିଲେ। ସେ ତାଙ୍କ ଇସ୍ତଫା ପତ୍ର କ୍ରିକେଟ ପ୍ରଶାସକ କମିଟି (ସିଓଏ) ଓ ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ନିକଟକୁ ମେଲ ମାଧ୍ୟମରେ ରବିବାର ପୂର୍ବାହ୍ନରେ ପଠାଇଛନ୍ତି।
ପୂର୍ବରୁ ଶନିବାର ଜୈନ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନେଇ ସିଏସି ସଭ୍ୟମାନଙ୍କ ନିକଟକୁ ନୋଟିସ୍‌ ପଠାଇଥିଲେ। ଅକ୍ଟୋବର ୧୦ ସୁଦ୍ଧା ଜବାବ ଦେବାକୁ ଏମାନଙ୍କୁ କୁହାଯାଇଛି। ସିଏସିର ୩ଜଣ ସଦସ୍ୟଙ୍କ ବିରୋଧରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ) ଆଜୀବନ ସଦସ୍ୟ ସଞ୍ଜିବ ଗୁପ୍ତା ଅଭିଯୋଗ ଦାଖଲ କରିଥିଲେ। ରଙ୍ଗାସ୍ବାମୀ, ଗାଏକ୍ୱାଡ ଓ କପିଳ ଦେବ ଗତ ଅଗଷ୍ଟରେ ଭାରତୀୟ ହେଡ୍‌ କୋଚ୍‌ ଚୟନ କରିଥିଲେ। ବିସିସିଆଇର ସମ୍ବିଧାନ ଅନୁସାରେ କୌଣସି ବ୍ୟକ୍ତି ଏକାଧିକ ପଦରେ ଏକା ସମୟରେ ରହିପାରିବେ ନାହିଁ। ସିଏସି ସଦସ୍ୟମାନେ କ୍ରିକେଟ ସମ୍ପର୍କିତ ଏକାଧିକ ପଦରେ କାର୍ଯ୍ୟ କରୁଛନ୍ତି ବୋଲି ଗୁପ୍ତା ଅଭିଯୋଗ ଆଣିଛନ୍ତି।
କପିଲ ଦେବ ଜଣେ ଭାଷ୍ୟକାର, ଫ୍ଲଡ ଲାଇଟ୍‌ କମ୍ପାନୀର ମାଲିକ, ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ ସଦସ୍ୟ ହେବା ସହିତ ସିଏସିର ସଦସ୍ୟ ଅଛନ୍ତି। ସେହିପରି ଗାଏକ୍ୱାଡ ଗୋଟିଏ କ୍ରିକେଟ ଏକାଡେମୀ ମାଲିକ ରହିଥିବାବେଳେ ବିସିସିଆଇ ଆଫିଲିଏଶନ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି। ସେହିପରି ରଙ୍ଗାସ୍ବାମୀ ସିଏସି ଓ ଆଇସିଏରେ ଏକାଧିକ ପଦରେ ରହିଛନ୍ତି ବୋଲି ଗୁପ୍ତା ଅଭିଯୋଗ ଆଣିଛନ୍ତି। ସିଏସି ଭାରତୀୟ ମହିଳା ଦଳର କୋଚ୍‌ ଡବ୍ଲ୍ୟୁଭି ରମଣଙ୍କୁ ଡିସେମ୍ବରରେ ନିଯୁକ୍ତ କରିଥିଲେ। କିନ୍ତୁ ସେତେବେଳେ ଏହା ଏକ ଆଡହକ୍‌ କମିଟି ଥିଲା। ସେହିପରି ରବି ଶାସ୍ତ୍ରୀଙ୍କୁ ଭାରତୀୟ ହେଡ୍‌ କୋଚ୍‌ ରୂପେ ସିଏସି ନିଯୁକ୍ତି ଦେଇଥିଲା। ଶାସ୍ତ୍ରୀ ଭାରତରେ ଆୟୋଜନ ହେବାକୁ ଥିବା ୨୦୨୧ ଟି୨୦ ବିଶ୍ୱକପ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ। ସେ ଚତୁର୍ଥଥର ପାଇଁ ଜାତୀୟ ଦଳ ଲାଗି କାର୍ଯ୍ୟ କରିବାର ସୁଯୋଗ ହାସଲ କରିଛନ୍ତି। ପୂର୍ବରୁ ସେ ୨୦୦୭ ବାଂଲାଦେଶ ଗସ୍ତରେ ଦଳ ସହିତ କ୍ରିକେଟ ମ୍ୟାନେଜର, ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଟିମ୍‌ ଡାଇରେକ୍ଟର ଓ ୨୦୧୭ରୁ ୧୯ ପର୍ଯ୍ୟନ୍ତ ଦଳର ହେଡ୍‌ କୋଚ୍‌ ରୂପେ କାର୍ଯ୍ୟ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଜାତୀୟ ସବ୍‌ଜୁନିୟର ହକି: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର(ଡିଭିଜନ-ଏ) ହକି ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ଶୁଟ୍‌ଆଉଟ୍‌ ୩-୧...

ଲିସା କେଟଲୀ ଇଂଲଣ୍ଡ ମହିଳା କୋଚ୍‌

ଲଣ୍ଡନ, ୩୧।୧୦(ଏଏଫ୍‌ପି)- ପୂର୍ବତନ ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ଲିସା କେଟଲୀଇଂଲଣ୍ଡ ମହିଳା ଦଳର ଫୁଲ ଟାଇମ୍‌ କୋଚ୍‌ ହିସାବରେ ନିଯୁକ୍ତ ପାଇଛନ୍ତି। ସେ ପ୍ରଥମ ମହିଳା...

ଭାରତର ଦମଦାର ବିଜୟ

ଅକ୍‌ଲାଣ୍ଡ,୨୪।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଦମଦାର ବିଜୟ ହାସଲ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୩ ରନ୍‌ର ବିଶାଳ ବିଜୟ...

ତାରକା ମହିଳା ଡିଫେଣ୍ଡର

ଇମ୍ପାଲରେ ଜନ୍ମିତ ଆଶାଲତା ଦେବୀ ଏଏଫ୍‌ସି ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜଣେ ଗୋଲକିପର ହେବାକୁ ଚାହୁଁଥିଲେ ମଧ୍ୟ ସେ...

କୋହଲିଙ୍କ ବିଶ୍ୱ ରେକର୍ଡ

ମାଞ୍ଚେଷ୍ଟର,୨୭।୬- ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଗୁରୁବାର ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ର ଏକ ମ୍ୟାଚ୍‌ ଅବସରରେ...

ରୁମାଲ ଚୋରି ଖେଳିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୭।୫- ମ୍ୟାଚ୍‌ ପୂର୍ବରୁ ପ୍ରାକ୍ଟିସବେଳେ ଖେଳାଳିମାନେ ଫିଟ୍‌ ରହିବା ପାଇଁ ସର୍ବଦା କିଛି ଅଲଗା ଖେଳ ଖେଳିଥାନ୍ତି। ଏହା ଖେଳାଳିଙ୍କୁ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାରେ...

ଓମାନଠାରୁ ହାରି ଭାରତ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍‌

ମସ୍କାଟ,୨୦।୧୧(ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ଭାରତ ବାଦ୍‌ ପଡିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୧-୦ରେ ଓମାନଠାରୁ ପରାସ୍ତ ହେବା ପରେ...

ଇଞ୍ଜୁରି କାରଣରୁ ହାର୍ଦ୍ଦିକ ଦୀର୍ଘ ଦିନ ବାଦ୍‌ ପଡିବା ସମ୍ଭାବନା

ନୂଆଦିଲ୍ଲୀ,୧।୧୦(ପି.ଟି.)- ଭାରତର ପ୍ରଥମ ପସନ୍ଦର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଞ୍ଜୁରି କାରଣରୁ ଦୀର୍ଘ ଦିନଧରି କ୍ରିକେଟରୁ ବାଦ୍‌ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ପିଠିର ନିମ୍ନ...

Leave a comment

Your email address will not be published. Required fields are marked *