ଏଇ ଭାରତରେ

ଭାରତରେ ଧାର୍ମିକ ପରମ୍ପରାରେ ଏବେ ବି ଯନ୍ତ୍ରଣାଦାୟକ ବିଧି ଜମିରହିଛି। ଏମିତିକି ଆଧୁନିକତାର ସ୍ରୋତରେ ସାମିଲ ହୋଇଥିବା ରାଜପରିବାରରେ ମଧ୍ୟ ଏଭଳି କିଛି ବିଧି ଉପରେ ବିଶ୍ୱାସ ରହିଥିବା ଦେଖିବାକୁ ମିଳିଛି ଛତିଶଗଡ଼ରେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବସ୍ତର ରାଜପରିବାର ଦଶହରା ପାଳନ କରିବା ପୂର୍ବରୁ ଏହି କଷ୍ଟଦାୟକ ବିଧି ପାଳନ କରିଛନ୍ତି। ରାଜପରିବାରର ସମସ୍ତ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି କାଞ୍ଚନଗୁଡିର ମା’ରଣଦେବୀଙ୍କ ନିକଟରେ ପହଞ୍ଚତ୍ବା ପରେ ଗର୍ଭଗୃହରେ ବସି ମା’ଙ୍କ ଆରାଧନା କରିଛନ୍ତି। ପରେ ଦେବୀଙ୍କୁ ସେମାନେ ଦଶହରା ପାଳନ କରିବା ପାଇଁ ଅନୁମତି ଭିକ୍ଷା କରିଥିଲେ। ପରମ୍ପରା ଅନୁଯାୟୀ ମନ୍ଦିର ସାମ୍‌ନାରେ ବେଲକଣ୍ଟା ବିଛାଯାଇଥିବା ଏକ ଝୁଲା ନିର୍ମାଣ କରାଯାଇ ସେହି ଝୁଲା ଚାରିପାଖରେ ଦେବୀଙ୍କ ପ୍ରତିରୂପ ଭାବେ ଜଣେ ବାଳିକାଙ୍କୁ ପରିକ୍ରମା କରାଯାଇଥିଲା। ଏହାପରେ ବାଳିକା ଜଣଙ୍କୁ ବେଲକଣ୍ଟା ଝୁଲାରେ ଶୁଆଇ ଝୁଲାଯାଇଥିଲା। ଏହା ଶେଷ ହେବା ପରେ ମନ୍ଦିରରେ ରଣଦେବୀ ଓ ବସ୍ତର ମହାରାଜାଙ୍କ ମଧ୍ୟରେ ସାଙ୍କେତିକ ଯୁଦ୍ଧ ହୋଇଥିଲା। ଏହି ଅବସରରେ ମହିଳାମାନେ ଧନକୁଳ ବାଦ୍ୟ ସହ କାଞ୍ଚନ ଯାତ୍ରା ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ଦଶହରା ପାଳନ କରିବା ପାଇଁ ରାଜପରିବାରକୁ ରଣଦେବୀ ଅନୁମତି ଦେବା ପରେ ତାହାକୁ ନେଇ ରାଜପରିବାର ଦଶହରା ପାଳନର ଆୟୋଜନ କରିଛନ୍ତି।


All Right Reserved By Dharitri.Com

ଢୋକେ ପିଇ, ଦଣ୍ଡେ ଜିଇ

ସୌମ୍ୟା ପରିଡ଼ା ସରକାର ଯଦି ମାଗଣା ଚାଉଳ, ଡାଲି, ରାଶନ ଦେଉଛନ୍ତି ତା’ହେଲେ ଆମେ କାଇଁ ନେବୁନାହିଁ! ଆମ ବାଡ଼ିପଟ ଘରେ ପଚାଶ ବସ୍ତା ଚାଉଳ...

ଆତଙ୍କବାଦ ଓ ପାକିସ୍ତାନ

ଆକାର ପଟେଲ ମନି ଲଣ୍ଡରିଂ (କଳାଧନକୁ ବୈଧ କରିବା) ଓ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ...

ଓଡ଼ିଆ ପତ୍ରପତ୍ରିକା

ସୁଖର କଥା, ଓଡ଼ିଶାରେ ପତ୍ରପତ୍ରିକା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଅନୁଷ୍ଠାନ, ସଂସଦ ଏବଂ ବ୍ୟକ୍ତିଗତ ଭାବରେ ଅନେକ ପତ୍ରିକା ଜନ୍ମ...

ଏଇ ଭାରତରେ

ଶିକ୍ଷାର ବିକାଶ ଲାଗି ସମଗ୍ର ଦେଶରେ ବିଭିନ୍ନ ଯୋଜନା କରାଯାଉଛି। ଏହି ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ତା’ର ବାସ୍ତବତାକୁ ପଦାକୁ ଆଣିଛି ହିମାଚଳ ପ୍ରଦେଶର...

ତାଲାବନ୍ଦର ପରିବେଶୀୟ ପ୍ରଭାବ

ସମ୍ପ୍ରତି ବିଶ୍ୱ ମାରାତ୍ମକ କରୋନା (କୋଭିଡ-୧୯) ଭୂତାଣୁ ସଂକ୍ରମଣ ଦ୍ୱାରା ଜର୍ଜରିତ। ପ୍ରାୟ ୨୦୦ରୁ ଅଧିକ ଦେଶକୁ ଏହି ଭୂତାଣୁ ସଂକ୍ରମଣ କବଳକୁ ନେଇସାରିଲାଣି। ସଂକ୍ରମଣ...

କୋଭିଡ୍‌-୧୯ରୁ ଶିକ୍ଷା

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଆଖିକୁ ଦିଶୁ ନ ଥିବା କ୍ଷୁଦ୍ରାପି କ୍ଷୁଦ୍ର ଭୂତାଣୁଟିଏ। ହେଲେ ତା’ର ପ୍ରକୋପ ପୁଣି ଏତେ ଯେ, ଗ୍ରହ-ଗ୍ରହାନ୍ତର ଜୟ...

ଭାରତର ଚନ୍ଦ୍ର ଅଭିଯାନ

ଆକାର ପଟେଲ ପଚାଶ ବର୍ଷ ତଳେ ୧୯୬୯ ମସିହା ଜୁଲାଇ ୨୪ ତାରିଖରେ ଆମେରିକାର ଆପୋଲୋ-୧୧ ମିଶନ ଚନ୍ଦ୍ରପୃଷ୍ଠରୁ ପ୍ରତ୍ୟାବର୍ତ୍ତନ କଲା। ତିନିଜଣ ମହାକାଶଚାରୀ ମାଇକେଲ...

ନାରୀ ନିର୍ଯାତନା

ଡା. ସୁରେନ୍ଦ୍ରନାଥ ପତି ଆମ ଦେଶରେ ମହିଳାମାନଙ୍କ ପ୍ରତି ବଳାତ୍କାର ଦିନକୁ ଦିନ ବଢ଼ିବା ଲକ୍ଷ୍ୟ କରାଯାଉଛି। ଏଣିକି ଗଣମାଧ୍ୟମର ଏହା ପ୍ରମୁଖ ସମାଚାର ପାଲଟିଲାଣି।...

Leave a comment

Your email address will not be published. Required fields are marked *