Posted inଜାତୀୟ

ଇମ୍ରାନଙ୍କ ଗସ୍ତ ପ୍ରଭାବହୀନ: ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିବ ସୌଦି

ନୂଆଦିଲ୍ଲୀ,୨୯।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଭାରତ ବିରୋଧରେ ସମର୍ଥନ ଯୋଗାଡ ପାଇଁ ଲାଗିପଡିଛନ୍ତି। ଏହି କ୍ରମରେ ସେ ଗତ ସପ୍ତାହରେ ସୌଦି ଗସ୍ତ କରିଥିଲେ। କିନ୍ତୁ ତାଙ୍କର ଏହି ଗସ୍ତ ପ୍ରଭାବହୀନ ବୋଲି କୁହାଯାଉଛି। କାରଣ ଏହାର ଗୋଟିଏ ସପ୍ତାହ ପରେ ସୌଦି ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିବ ବୋଲି ସୂଚନା ମିଳିଛି। ପେଟ୍ରୋକେମିକାଲ, ଭିତ୍ତିଭୂମି ଏବଂ ଖଣି ଆଦି କ୍ଷେତ୍ରରେ ଏହି ନିବେଶ ହେବ। ସୌଦି ରାଷ୍ଟ୍ରଦୂତ ଡକ୍ଟର ସାଉଦ ବିନ ମହମ୍ମଦ ଅଲସତି କହିଛନ୍ତି, ଭାରତ ଏକ ଆକର୍ଷଣୀୟ ନିବେଶସ୍ଥଳ। ସୌଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ୨୦୩୦ ଭିଜନ ଅଧୀନରେ ଭାରତ ଏବଂ ସୌଦି ମଧ୍ୟରେ ବାଣିଜି୍ୟକ ପରିସର ଆହୁରି ବ୍ୟାପକ ହେବ। ତୈଳ ରପ୍ତାନି, ମାର୍କେଟିଂ, ବିଶୋଧନ, ପେଟ୍ରୋକେମିକାଲ ଏବଂ ଲୁବ୍ରିକାଣ୍ଟ ଆଦି କ୍ଷେତ୍ରରେ ହେଉଥିବା ସଫଳତାରୁ ଭାରତ ଲାଭ ଉଠାଇପାରିବ।


All Right Reserved By Dharitri.Com

ସିଏଏ ପ୍ରତ୍ୟାହାର କଲେ ମୋଦିଙ୍କ ସହ ଆଲୋଚନା: ସର୍ତ୍ତ ବାଢ଼ିଲେ ମମତା ବାନାର୍ଜୀ

କୋଲକାତା,୨୯ା୧: ସିଏଏକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ତା’ ପୂର୍ବରୁ ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରିବାକୁ...

ମାଓବାଦୀଙ୍କ ଜୀବନ କାହାଣୀ: ପୋଲିସ ବିଭାଗ ପକ୍ଷରୁ ନିର୍ମିତ ହେଉଛି ଫିଲ୍ମ; ମୁଖ୍ୟ ଭୂମିକାରେ ଏସ୍‌ପି

ବିଳାସପୁର,୧୦।୭: ମାଓବାଦୀଙ୍କ ଜୀବନ କାହାଣୀ ଉପରେ ଛତିଶଗଡ଼  ପୋଲିସ ପକ୍ଷରୁ ଏକ କ୍ଷୁଦ୍ର ଫିଲ୍ମ ନିର୍ମାଣ କରାଯିବା ଯୋଜନା କରାଯାଇଛି। ଏଥିରେ ଏସ୍‌ପି ଡ. ଅଭିଷେକ...

୩୫ ବର୍ଷ ତଳର କଳା ରବିବାର: ମଝି ଆକାଶରେ ବିମାନ ବିସ୍ଫୋରଣରେ ୩୨୯ ଲୋକଙ୍କ ଘଟିଥିଲା ମୃତ୍ୟୁ

ନୂଆଦିଲ୍ଲୀ, ୨୩।୬: ଆଜିକୁ ୩୫ ବର୍ଷ ତଳେ ଜୁନ୍‌ ୨୩ର କଳା ରବିବାରରେ ମଝି ଆକାଶରେ ବିମାନ ଦୁର୍ଘଟଣାରେ ୩୨୯ ଲୋକଙ୍କ ମୃତ୍ୟୁ ଘଟିଥିଲା। ୩୦୭...

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ କରିଥିବା ୫ ପାଇଲଟ୍‌ଙ୍କୁ ବାୟୁସେନା ମେଡାଲ୍‌

ନୂଆଦିଲ୍ଲୀ,୧୪।୮: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ କରିଥିବା ୫ ପାଇଲଟ୍‌ଙ୍କୁ ବାୟୁସେନା ମେଡାଲ୍‌ ପ୍ରଦାନ କରାଯିବ। ତାଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସେମାନଙ୍କୁ ଏହି ସମ୍ମାନରେ ସମ୍ମାନୀତ...

ଯୋଗୀ ସରକାରଙ୍କ ବଜେଟ: ଜଳ ଜୀବନ ମିଶନ ପାଇଁ ୩୦୦୦ କୋଟି

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ୨୦୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରାଯାଇଛି। ମୋଟ ୫,୧୨, ୮୬୦ କୋଟି...

୩୦ ବର୍ଷ ପରେ ୪ ବାୟୁସେନା ଯବାନଙ୍କ ହତ୍ୟା ମାମଲାର ଶୁଣାଣି: ମୁଖ୍ୟ ଅଭିଯୁକ୍ତ ୟାସିନ୍‌ ମାଲିକ୍‌ଙ୍କୁ ଟାଡା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଶ୍ରୀନଗର,୧୧।୯: ବାୟୁସେନା ଯବାନଙ୍କୁ ହତ୍ୟା କରାଯିବା ମାମଲାରେ ଜେକେଏଲଏଫ୍‌ ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକ୍‌ଙ୍କୁ ହାଜର ହେବାକୁ ଜମ୍ମୁର ଟାଡା କୋର୍ଟ ପକ୍ଷରୁ...

ଅନୁଚ୍ଛେଦ ୩୭୦: ଜନ୍ତର ମନ୍ତରରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୨।୮: ଜମ୍ମୁ-କଶ୍ମୀରରେ ଗୃହବନ୍ଦୀ ଥିବା ନେତାଙ୍କୁ ମୁକୁଳାଇବାକୁ ନେଇ ଗୁରୁବାର ଦିଲ୍ଲୀର ଜନ୍ତର ମନ୍ତରଠାରେ ବିରୋଧୀ ଦଳ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିରେ କଂଗ୍ରେସ,...

ଏଣିକି ଡ୍ରାଇଭରଙ୍କୁ ଶୋଇବାକୁ ଦେବ ନାହିଁ ଇସ୍ରାଏଲ ସେନ୍ସର ଡିଭାଇସ୍‌

ଲକ୍ଷ୍ନୌ,୧୫।୭: ରାଜ୍ୟରେ ବୃଦ୍ଧି ପାଇଥିବା ସଡ଼କ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗତ କିଛି ଦିନ ତଳେ...

Leave a comment

Your email address will not be published. Required fields are marked *