୧୭୫ ବର୍ଷର ପୁରୁଣା ସ୍କୁଲ, ଯେଉଁଠି ଏବେ ବି ଗାନ୍ଧୀ ଟୋପି ପିନ୍ଧି ପଢୁଛନ୍ତି ଛାତ୍ର

ଭୋପାଳ, ୨୯।୯:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ଜିନିଷକୁ ସାଇତି ରଖିବା ପାଇଁ ସବୁବେଳେ ପ୍ରଚେଷ୍ଟା ହୋଇଆସିଛି। ସେ ଟୋପି ହେଉ ଅବା ସେ ବ୍ୟବହାର କରୁଥିବା ଚର୍‌ଖା ଆଜି ବି ଐତିହାସିକ ହୋଇ ରହିଛି। ମଧ୍ୟପ୍ରଦେଶର ନରସିଂହପୁରରେ ଏକ ସ୍କୁଲରେ ଏବେ ବି ଛାତ୍ରମାନେ ଗାନ୍ଧୀ ଟୋପି ପିନ୍ଧି ସ୍କୁଲକୁ ଆସୁଛନ୍ତି। ୧୭୫ ବର୍ଷ ପୁରୁଣା ଶାସକୀୟ ମାାଧ୍ୟମିକ ବାଳକ ଶାଳା ନାମକ ଏହି ସ୍କୁଲରେ ପିଲାମାନେ ପାଠ ପଢିବାବେଳେ ମଧ୍ୟ ଟୋପି ପିନ୍ଧିଥାନ୍ତି। ଏହି ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୧୯୪୫, ଅକ୍ଟୋବର ୩ରେ ମହାତ୍ମା ଗାନ୍ଧୀ ଏହି ସ୍କୁଲ ପରିଦର୍ଶନରେ ଆସିଥିଲେ। ସେତେବେଳେ ଦେଶରେ ଅସହଯୋଗ ଆନ୍ଦୋଳନ ଚାଲିଥିଲା। ସେବେଠାରୁ ସ୍କୁଲର ଛାତ୍ରମାନେ ଟୋପି ପିନ୍ଧି ସ୍କୁଲକୁ ଆସିଥାନ୍ତି। କେବଳ ଛାତ୍ର ନୁହଁନ୍ତି, ଶିକ୍ଷକମାନେ ମଧ୍ୟ ଟୋପି ପିନ୍ଧିଥାନ୍ତି। ଶିକ୍ଷକଙ୍କ କହିବା ଅନୁଯାୟୀ, ପିଲାମାନେ ଗାନ୍ଧି ଟୋପି ପିନ୍ଧି ଆସିଲେ ସେମାନଙ୍କ ମନରେ ଦେଶ ଭକ୍ତି ଭାବନା ଜାଗ୍ରତ ହେବ।


All Right Reserved By Dharitri.Com

ପାଣି ବିଲ ଛାଡ଼ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀବାସୀଙ୍କ ପାଇଁ ପୁଣି ଥରେ ଏକ ବଡ଼ ଉପହାର ଘୋଷଣା କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି।...

ଛାଡ଼ପତ୍ର ନ ଦେବାରୁ ପ୍ରେମୀକଙ୍କୁ ସୁପାରୀ ଦେଇ ସ୍ବାମୀଙ୍କ ହତ୍ୟା କରାଇଲେ ସ୍ତ୍ରୀ

ନୂଆଦିଲ୍ଲୀ,୨।୫: ଦିଲ୍ଲୀର ଗ୍ରେଟର ନୋଏଡା ସ୍ଥିତ ଗୌର ସିଟି-୨ ଗେଲେକ୍ସି ନର୍ଥ ଏଭେନ୍ୟୁରେ ରହୁଥିବା ସେଲ୍ସ ମ୍ୟାନେଜର ରୁପେନ୍ଦ୍ର ଚନ୍ଦେଲଙ୍କ ହତ୍ୟା ଅଭିଯୋଗ ତାଙ୍କ ପତ୍ନୀଙ୍କ...

ରାଜ୍ୟସଭା ମାର୍ଶଲଙ୍କ ଡ୍ରେସକୁ ନେଇ ତେଜିଲା ବିବାଦ: ବାଚସ୍ପତି କହିଲେ, କରାଯିବ ପୁନର୍ବିଚାର

ନୂଆଦିଲ୍ଲୀ,୧୯।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ରାଜ୍ୟସଭାର ୨୫୦ତମ ଅଧିବେଶନ ଅବସରରେ ଗୃହରେ କିଛି ପରିବର୍ତ୍ତନ କରାଯାଇଛି। ଗୃହ ଆରମ୍ଭ ହେବା ସମୟରେ...

ହାଇକୋର୍ଟ ଗଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୫ା୨(ପି.ଟି.): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀମାନଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ରବିବାର...

୨୩ ଜୁନ୍‌ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୧୪।୨: କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଚଳିତ ବର୍ଷ ପ୍ରଥମ କରି ଆରମ୍ଭ ହେବ ଅମରନାଥ ଯାତ୍ରା। ଜୁନ୍‌ ୨୩ରୁ ଆରମ୍ଭ ହେଉଥିବା ଏହି...

କୁକୁର ବେଲ୍ଟରେ କ୍ୟାମେରା

ନୂଆଦିଲ୍ଲୀ, ୨୮।୧: ଭାରତୀୟ ସୁରକ୍ଷା ବ୍ୟବସ୍ଥାରେ ଡଗ୍‌ ସ୍କ୍ବାଡ୍‌କୁ ନିୟୋଜିତ କରାଯାଇଥାଏ। ତେବେ ଏବେ ଏହି ସ୍କ୍ବାଡ୍‌ର ପ୍ରତି କୁକୁରଙ୍କ ବେଲ୍ଟରେ କ୍ୟାମେରା ଲଗାଯାଇ ସେମାନଙ୍କୁ...

ହରିୟାଣାକୁ ନେଇ ଗର୍ବ କରେ: ମୋଦି

ଚରଖି ଦାଦରି,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ନିର୍ବାଚନ ରାଲିରେ ଯୋଗ ଦେବାକୁ ହରିୟାଣା ଯାଇଥିଲେ। ସେଠାରେ ସେ କହିଛନ୍ତି ହରିୟାଣାକୁ ନେଇ ସେ...

ବିଧାନସଭାରେ ପର୍ନ ଦେଖୁଥିବା ବିଧାୟକ ହେଲେ ଉପ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୮।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ସେ ୩ ଜଣଙ୍କୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ...

Leave a comment

Your email address will not be published. Required fields are marked *