୧୦ଫୁଟର ଅଜଗର ଉଦ୍ଧାର

ପୁରୀ ଅଫିସ,୨୯।୯: ପୁରୀ ସଦର ବ୍ଲକ ଅନ୍ତର୍ଗତ ଧୋବନ୍ଧର ଭାର୍ଗବୀ ନଦୀରୁ ରବିବାର ୧୦ଫୁଟର ଅଜଗର ଉଦ୍ଧାର କରାଯାଇଛି। ପୁରୀ ସ୍ନେକ୍‌ ହେଲପ୍‌ ଲାଇନ କର୍ମୀ ସଂଗ୍ରାମ କେଶରୀ ଦାଶ ଏହି ଅଜଗରକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଅଜଗରକୁ ପରେ ଡିଏଫ୍‌ଓଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଧୋବନ୍ଧାସ୍ଥିତ ଭାର୍ଗବୀ ନଦୀରେ ମାଛ ଧରିବା ଲାଗି କେତେଜଣ ଗ୍ରାମବାସୀ ଜାଲ ବିଛାଇଥିଲେ। ଏହି ଜାଲରେ ଏକ ଅଜଗର ଫସିଯାଇଥିଲା। ସକାଳେ ମାଛ ଧରିବାକୁ ଯାଇଥିବା କିଛି ଯୁବକ ଏହା ଦେଖି ସଂଗ୍ରାମଙ୍କ ସହ ଯୋଗାଯୋଗ କରିଥିଲେ। ଖବରପାଇ ସଂଗ୍ରାମ ଏବଂ ତାଙ୍କ ସହଯୋଗୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ଜାଲରୁ ଏହି ଅଜଗରକୁ ଉଦ୍ଧାର କରିଛନ୍ତି।


All Right Reserved By Dharitri.Com

ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣା: ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ପାଟଣାଗଡ/ଖପ୍ରାଖୋଲ,୧୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗଁାରେ ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ଗୁରୁବାର ୪...

୯ ଶିଶୁ ଶ୍ରମିକ ଉଦ୍ଧାର

କେନ୍ଦୁଝର, ୩୧ା୭ (ସ୍ବ.ପ୍ର.)-ମଙ୍ଗଳବାର ଅପରାହ୍ବରେ ଏକ ଘରୋଇ ବସ ଉପରେ ଚଢାଉ କରି ଶ୍ରମ ବିଭାଗ ନାବାଳିକା ଶିଶୁ ଶ୍ରମିକଙ୍କୁ ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର...

୧ରୁ ଲାଗୁହେବ ଫାଷ୍ଟ ଟ୍ୟାଗ୍‌ ଆଇନ

କେନ୍ଦୁଝର ୨୩।୧୧ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ନୂତନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡିରେ ଫାଷ୍ଟ ଟ୍ୟାଗ୍‌ (ଚିପସ) ନ ଲଗାଇଲେ ଟୋଲ ଗେଟ୍‌ରେ ଦୁଇଗୁଣ ଜରିମାନା...

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ: ଜେଲଗଲେ ୨ ଯୁବକ

ଆସିକା,୨୦ା୧୧(ଡି.ଏନ୍‌.ଏ.):  ଆସିକା ଥାନା ଇଲାକାରେ ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେବା ଅଭିଯୋଗରେ ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ...

ଅଧିକ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି ଦେବାକୁ ଦାବି

ହାଟଡିହୀ, ୧୬ା ୭ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନରେ ରହିଛି ୩୧ଟି ପଞ୍ଚାୟତ । ବିଭିନ୍ନ ଦୃଷ୍ଟି କୋଣରୁ ଏହି ବ୍ଲକ ଏକ...

ଡାକ୍ତର ନିଲମ୍ବନ ପ୍ରତ୍ୟାହାର ଦାବିରେ କାଲିମେଳା ବନ୍ଦ ପାଳନ

କାଲିମେଳା,୧୬।୧୨(ଡି.ଏନ.ଏ): ମାଲକାନଗିରି ଜିଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୁକ୍ତିକାନ୍ତ ମଲ୍ଲିକଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ତୁରନ୍ତ ପ୍ରତ୍ୟାହାର କରି ପୁନଃନିଯୁକ୍ତି ଦାବି...

ନିଆଁରେ ପୋଡି ହୋଇ ମହିଳା ମୃତ: ୫ମାସର ଗର୍ଭବତୀ ଥିଲେ; ହତ୍ୟା ଅଭିଯୋଗ ଆଣିଲେ ମା’

ଝୁମ୍ପୁରା, ୮।୧ ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ଗ୍ରାମ ମହାନ୍ତ ସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ସୋମବାର ଏକ ଦୁଃଖଦ ଘଟଣା...

୧୪ରେ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ ଅଫିସ,୧୦ା୨: ବରଗଡ ପରେ ଢେଙ୍କାନାଳରେ ସିଟି ହସ୍‌ପିଟାଲ ଦାବି ଜୋର ଧରିଛି। ଏହାକୁ ନେଇ ଢେଙ୍କାନାଳ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ଅପରାହ୍ନ ୫ଟାରେ...

Leave a comment

Your email address will not be published. Required fields are marked *