୩ ଦିନରେ ଧରାହେଲେଣି ୧୫୪ ଦଲାଲ: ହସ୍ପିଟାଲରୁ ୭୫ ଓ ଆର୍‌ଟିଓରୁ ୭୯

ଭୁବନେଶ୍ୱର,୨୯।୯(ବ୍ୟୁରୋ): ସ୍ବଚ୍ଛତା ଓ ଲୋକଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଦଲାଲ ଧରା ଅଭିଯାନକୁ ଜୋର୍‌ଦାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭିନ୍ନ ହସ୍ପିଟାଲ ଓ ଆର୍‌ଟିଓରେ ଚଢ଼ାଉ କରି ଦଲାଲଙ୍କୁ ଧରୁଛି। ତିନି ଦିନରେ ୧୫୪ ଦଲାଲଙ୍କୁ ଗିରଫ କରାଗଲାଣି। ଏମାନଙ୍କ ମଧ୍ୟରେ ହସ୍ପିଟାଲ ପରିସରରୁ ୭୫ ଓ ଆର୍‌ଟିଓ ସମ୍ମୁଖରୁ ୭୯ଜଣ ରହିଛନ୍ତି। ପ୍ରଥମ ଦିନ ୨୬ ତାରିଖରେ ହସ୍ପିଟାଲରୁ ୩୫ଜଣ ଓ ଆରଟିଓ ସମ୍ମୁଖରୁ ୧୩ଜଣ ଏବଂ ଦ୍ୱିତୀୟ ଦିନରେ ହସ୍ପିଟାଲରୁ ୩୧ ଓ ଆର୍‌ଟିଓରୁ ୪୪ଜଣ ଗିରଫ ହୋଇଥିଲେ। ତେବେ ଶନିବାର ତୃତୀୟ ଦିନରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ଓ ଆର୍‌ଟିଓରୁ ୩୧ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଯାଜପୁର ଆର୍‌ଟିଓରୁ ୯ଜଣ, ଜଗତସିଂହପୁରରୁ ୧, ପୁରୀରୁ ୧, ଖୋର୍ଦ୍ଧାରୁ ୩, କନ୍ଧମାଳରୁ ୪, କୋରାପୁଟରୁ ୨, ଝାରସୁଗୁଡା ଆର୍‌ଟିଓରୁ ୨ଜଣ ଦଲାଲ ଗିରଫ ହୋଇଥିବାବେଳେ ଖୋର୍ଦ୍ଧା ହସ୍ପିଟାଲରୁ ୧, କଳାହାଣ୍ଡି ମେଡିକାଲରୁ ୩, ଭଦ୍ରକରୁ ୨ ଓ ଭୁବନେଶ୍ୱର ଏମ୍ସରୁ ୩ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଏହି ଦଲାଲମାନଙ୍କ ସହ ନର୍ସିଂହୋମ୍‌ ମାଲିକ, ରୋଗ ନିରୂପଣ କେନ୍ଦ୍ର, ସ୍ବାସ୍ଥ୍ୟ ଅଧିକାରୀ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ପରିବହନ ଅଧିକାରୀଙ୍କ ସହ ସମ୍ପର୍କ ଅଛି କି ନାହିଁ ତାହାର ତଦନ୍ତ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି ବି.କେ. ଶର୍ମା କହିଛନ୍ତି। ଏସବୁ ସ୍ଥାନରୁ ଯେପର୍ଯ୍ୟନ୍ତ ଦଲାଲ ନ ହଟିଛନ୍ତି ସେପର୍ଯ୍ୟନ୍ତ ଚଢ଼ାଉ ଜୋର୍‌ଦାର ଜାରି ରହିବ ବୋଲି ଶର୍ମା ଜଣାଇଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ଆଇନଜୀବୀ ଚିତ୍ତରଞ୍ଜନ ଦାସ ସ୍ବାଗତ କରିଛନ୍ତି। ସେ କୁହନ୍ତି, ପରିବହନ ସଂସ୍ଥା ଓ ଡାକ୍ତରଖାନାରେ ଦଲାଲ ଗିରଫ କଲେ ସମାଧାନ ହେବନି। କର୍ମଚାରୀମାନେ ବି ଦଲାଲଙ୍କ ସହ ଜଡ଼ିତ ଅଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଏହାଛଡା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଥାନାଗୁଡ଼ିକରେ ସବୁବେଳେ ଦଲାଲ ବୁଲୁଛନ୍ତି। କୌଣସି ମକଦ୍ଦମା ଥାନାକୁ ଆସିଲେ ଖାକି ବାବୁମାନେ ସିଧାସଳଖ ଅର୍ଥ ନ ମାଗି ଦଲାଲଙ୍କ ଜରିଆରେ ଡିଲ୍‌ କରି ମାମଲାକୁ ରଫାଦଫା କରିଥାନ୍ତି। ଏପରିକି ଲାଞ୍ଚ କାରବାର ବେଳେ ଧରାପଡ଼ିବା ଭୟ ଥିବାରୁ ଦଲାଲ ହିଁ ମଧ୍ୟସ୍ଥ ସାଜି ପୋଲିସ ପକେଟ ଗରମ କରିଥାନ୍ତି। ଥାନା ଭଳି ତହସିଲ, ଜବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟ, ମ୍ୟୁନିସିପାଲିଟି, ବ୍ଲକ, ପଞ୍ଚାୟତ ଆଦି ସରକାରୀ ସ୍ଥାନରେ ଦଲାଲ ରାଜ୍‌କୁ ବି ହଟାଯିବା ଜରୁରୀ। ଏଥିପାଇଁ ନିୟମିତ ଚଢ଼ାଉ କରାଯାଇ ଦଲାଲଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।


All Right Reserved By Dharitri.Com

ଟାଙ୍ଗିଆରେ ମା’ଙ୍କୁ ହତ୍ୟା

ଚୌଦ୍ୱାର, ୧୬। ୭(ଡି.ଏନ୍‌.ଏ.): ଚୌଦ୍ୱାର ଥାନା ଅନ୍ତର୍ଗତ କଖଡି ପଞ୍ଚାୟତ ଗୋପୀନାଥପଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକ ନିଜ ମା’ଙ୍କୁ ଟାଙ୍ଗିଆରେ ହାଣି...

ଆଜି ବିଶ୍ୱ ପିତୃ ଦିବସ: ବଦଳିଯାଉଛି ପିତା ଧର୍ମ ପିତା ସ୍ବର୍ଗର ପରିଭାଷା, ପରିବାର ଥିଲେ ମଧ୍ୟ ସେମାନେ ଅବହେଳିତ

ଖଣ୍ଡପଡା,୧୬ା୬ – ବାପାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ପିତୃଦିବସ ଭାବେ ପାଳନ କରାଯାଉଛି। ହାତ ଧରି ଯିଏ ଚାଲିବା...

‘ପକ୍କାଘର ଯୋଗ୍ୟତା କାର୍ଡ’ ବଣ୍ଟନର ଶୁଭାରମ୍ଭ ଆଜି

ଭୁବନେଶ୍ୱର,୫ା୩(ବ୍ୟୁରୋ): ପକ୍କାଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ‘ଯୋଗ୍ୟତା କାର୍ଡ’ ପ୍ରଦାନ କରିବେ। ଗୁରୁବାର ପଞ୍ଚାୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୧୭ା୯-ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି ା ରେଡ ଫ୍ଲାଗ ତାଲିକାଭୁକ୍ତ ଏହି ମାମଲାର ବିଚାର କରି ଫୁଲବାଣୀ...

ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୮ା୭: ସ୍ଥାନୀୟ କଲେଜ ଛକ ନିକଟରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳିକାଙ୍କ ଘର...

ଅର୍ଥ, କ୍ଷମତା ବଳରେ ମନ୍ତ୍ରୀପଦ ଆଶା

ଭୁବନେଶ୍ୱର,୨୭।୫: ସାରା ଦେଶରେ ସାଧାରଣ ନିର୍ବାଚନ ସମାପ୍ତ ହୋଇଛି। ସେହିଭଳି ରାଜ୍ୟରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ମଧ୍ୟ ସମାପ୍ତ ହୋଇଛି। ଲଗାତର ୫ମ...

ମଦ ବିକ, ପୁରସ୍କାର ନିଅ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ମଦ ବିକ୍ରିକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି। ବିଷାକ୍ତ ମଦ ପିଇ ବହୁ ଜୀବନ ଚାଲି ଯାଉଛି। ଏହାକୁ ବିରୋଧ...

ସିପେଟ୍‌ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ) ସିପେଟ୍‌ ସିଏସ୍‌ଟିଏସ୍‌ ଭୁବନେଶ୍ୱର ଏବଂ ରାଉରକେଲାସ୍ଥିତ ଏନ୍‌ଏସ୍‌ପିସିଏଲ୍‌ର ମିଳିତ ସହଯୋଗରେ ଚତୁର୍ଥ ବର୍ଷ ଲାଗି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଏବଂ...

Leave a comment

Your email address will not be published. Required fields are marked *