ଜିଲା ଚିଠି: ଗଜପତିରେ ଆରଟିଓ ସେବା ବିପର୍ଯ୍ୟସ୍ତ, ଦୌଡି ଦୌଡି ନିରାଶ ହେଉଛନ୍ତି ଜିଲାବାସୀ

୧୯୯୨ ମସିହା, ଅବିଭକ୍ତ ଗଞ୍ଜାମ ଜିଲାରୁ ପୃଥକ୍‌ ହୋଇ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା ଗଜପତି। ଏହାର ୧୧ ବର୍ଷ ପରେ ଅର୍ଥାତ୍‌ ୨୦୦୩ରେ ଜିଲାର ପାରଳାଖେମୁଣ୍ଡିରେ ଏକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିଥିଲା। ଆଶା ଥିଲା ଜନସାଧାରଣଙ୍କ ମୋଟରଯାନ ସମ୍ପର୍କୀତ ସମସ୍ୟାର ସମାଧାନ ହେବ। ହେଲେ ସେହି ବିଶ୍ୱାସ ଭୁଲ ସାବ୍ୟସ୍ତ ହୋଇଛି। ଜିଲାବାସୀ ସେବା ପାଇବା ପାଇଁ ଉକ୍ତ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେଉଛନ୍ତି। ନୂତନ ମୋଟରଯାନ ନିୟମ ଲାଗୁ ହେବା ପରେ ଏବେ ସେହି କାର୍ଯ୍ୟାଳୟରେ ଭିଡ଼ ଜମୁଛି। ହେଲେ ଗାଡ଼ି ଚାଳକଙ୍କ ସୁବିଧା ପାଇଁ କୌଣସି ତପତ୍ରତା ସୃଷ୍ଟି ହେଉନାହିଁ। ନୂତନ ନିୟମ ଅନୁଯାୟୀ ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ଅକ୍ଟୋବର ୧ରୁ ଏହି ଯାଞ୍ଚକୁ କଡ଼ାକଡ଼ି କରାଯିବ ବୋଲି ପ୍ରଥମେ ଘୋଷଣା କରାଯାଇଥିଲା। ପରେ ଏହାକୁ କୋହଳ କରାଯାଇଛି। ଅକ୍ଟୋବର ବଦଳରେ ଜାନୁୟାରୀରୁ ଏହା କଡ଼ାକଡ଼ି ହେବ। ନୂତନ ନିୟମ ଅନୁଯାୟୀ ଗାଡ଼ି ଚାଳକଙ୍କୁ ମୋଟାଅଙ୍କରେ ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି। ତେଣୁ ପ୍ରଥମ ଘୋଷଣା ଅନୁସାରେ ହାତରେ ଆଉ ମାତ୍ର ୩ଦିନ ରହିଥିବାରୁ ପ୍ରଦୂଷଣ ପ୍ରମାଣପତ୍ର ଯୋଗାଡ଼ ପାଇଁ ଚାଳକମାନେ ତପତ୍ର ହୋଇପଡ଼ିଛନ୍ତି। ହେଲେ ଗଜପତି ଜିଲାରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପାଇଁ କୌଣସି ବ୍ୟବସ୍ଥା ନାହଁି। ଫଳରେ ଜିଲାର ଗାଡ଼ି ଚାଳକମାନେ ପାରଳାଖେମୁଣ୍ଡି ସହର ସୀମାନ୍ତବର୍ତ୍ତୀ ତଥା ପଡ଼ୋଶୀ ଆନ୍ଧ୍ରର ପୁରୁଣାପାଟଣା ଗ୍ରାମକୁ ଯାଇ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସଂଗ୍ରହ କରୁଛନ୍ତି। ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କିଛି ବର୍ଷ ତଳେ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ତାହା ବହୁ ଦିନରୁ ବନ୍ଦ ରହିଛି। ସେହିପରି ଗାଡ଼ି ଚାଳକଙ୍କ ନାମ ପଞ୍ଜୀକରଣ ପାଇଁ ବହୁ ଦିନ ଅପେକ୍ଷା କରିବାକୁ ପଡୁଛି। ଏପରି କି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ସ୍ଥଳ ବି ଉପଯୁକ୍ତ ନୁହେଁ। ଜିଲାର କୋଣ ଅନୁକୋଣ ତଥା ଦୁର୍ଗମ ଅଞ୍ଚଳରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଲୋକେ ନିଜର ଗାଡ଼ି ପଞ୍ଜୀକରଣ ଏବଂ ଲାଇସେନ୍ସ ପାଇଁ ଆର୍‌ଟିଓ ଅଫିସ୍‌କୁ ଦୌଡ଼ୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସେମାନଙ୍କୁ ଜନସେବା କେନ୍ଦ୍ର ଏବଂ ଅନ୍ୟସ୍ଥାନକୁ ପଠାଇ ଦିଆଯାଉଥିବା ଅଭିଯୋଗ ହେଉଛି। ଏହି ଆରଟିଓ କାର୍ଯ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ଏବଂ ପଲ୍ୟୁସନ୍‌ ସାର୍ଟିଫିକେଟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ନିକଟରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ। ହେଲେ ଏ ଯାବତ ତାହା ହୋଇନାହିଁ। କୁଆଡ଼େ ଗଜପତି ଜିଲା ଆର୍‌ଟିଓଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଯଥେଷ୍ଟ କମ୍‌। ଆର୍‌ଟିଓଙ୍କ ସମେତ ଜଣେ ଏମ୍‌ଭିଆଇ, ଜଣେ ଟ୍ରାଫିକ୍‌ ସବ୍‌-ଇନ୍ସପେକ୍ଟର, ଜଣେ ବରିଷ୍ଠ କିରାଣି, ଜଣେ କନିଷ୍ଠ କିରାଣି ଓ ଜଣେ କନ୍‌ଷ୍ଟେବଳ ସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି। ୩ ସୁରକ୍ଷା କର୍ମୀ, ଜଣେ ସହକାରୀ ପ୍ରୋଗ୍ରାମର୍‌, ଜଣେ ପିଅନ, ଇଣ୍ଟର୍‌ସେପ୍ଟର ଚାଳକ ଓ ଜଣେ ଅପରେଟର୍‌ ଅସ୍ଥାୟୀ ଭାବେ ରହିଛନ୍ତି। ଏଥିଯୋଗୁ ସେବା ପ୍ରଦାନ ପାଇଁ ବିଳମ୍ବ ଘଟୁଥିବା ବିଭାଗୀୟ ଅଧିକାରୀମାନେ କହୁଛନ୍ତି। – ରଶ୍ମିରଞ୍ଜନ ମିଶ୍ର


All Right Reserved By Dharitri.Com

କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ ସିରିଜ୍‌ ଫାଇନାଲ: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ କମିଶନର

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟାରେ ଭାଙ୍ଗି ପଡିଥିବା କଳିଙ୍ଗ ଷ୍ଟାଡିୟମ ଇତିମଧ୍ୟରେ ପୁଣିଥରେ ନୂଆରୂପରେ ଛିଡା ହୋଇଯାଇଛି। ଷ୍ଟାଡିୟମରେ ଏବେ ଏଫ୍‌ଆଇଏଚ ସିରିଜ୍‌ ଫାଇନାଲ ପୁରୁଷ ପ୍ରତିଯୋଗିତା ଥିବାରୁ...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ କାରାଦଣ୍ଡ: ୨୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଜଣେ ୧୨ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଭୁବନେଶ୍ୱର ଏଡିଜେ-୪ ତଥା ପୋକ୍‌ସୋ କୋର୍ଟ ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।...

କାଳିଆ ଯୋଜନା: ୩୨୩୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କୃଷକ ଆସିଷ୍ଟାନ୍ସ ଫର ଲାଇଭଲିହୁଡ୍‌ ଆଣ୍ଡ ଇନ୍‌କମ ଅଗ୍‌ମେଣ୍ଟେଶନ (କାଳିଆ) ଯୋଜନା ସକାଶେ ୩,୨୩୪...

ମଙ୍ଗଳାଙ୍କୁ ଲାଗିହେଲା ୧ଲକ୍ଷ ୮ ନୀଳକଇଁ

ପୁରୀ ଅଫିସ,୬।୧୦: ଶାରଦୀୟ ଦଶହରା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ। ଆନନ୍ଦ ଉଲ୍ଲାସରେ ସମସ୍ତେ ମା’ ଦୁର୍ଗତିନାଶିନୀଙ୍କୁ ଆରାଧନା କରୁଛନ୍ତି। ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠରେ ଚାଲିଛି...

ଶୁକ୍ରବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୋପାଳପୁରସ୍ଥିତ ଗୋଳାବନ୍ଧଠାରେ ଥିବା ଆର୍ମି ଏୟାର ଡିଫେନ୍ସ କଲେଜର ୨୫ ବର୍ଷ...

ନବବଧୂଙ୍କ ମୁଣ୍ଡକୁ ହାଣି ହତ୍ୟା: ସ୍ବାମୀ, ଶାଶୁ ଅଟକ

ଗୋପାଳପୁର, ୧୧-୯:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ମନସୁର୍‌କୋଟା ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଛି। ଅଧିକ ଯୌତୁକ ଦାବି ନେଇ ରବିବାର ରାତିରେ ନବବଧୂ ତଥା...

ଶୀଘ୍ର ନୂଆ ରୂପ ନେବ ସ୍ବର୍ଗଦ୍ୱାର

ପୁରୀ ଅଫିସ, ୨୫-୯:ଶୀଘ୍ର ନୂଆ ରୂପ ନେବ ସ୍ବର୍ଗଦ୍ୱାର। ବଦଳିବ ଏହାର ଚେହେରା। ଆଗକୁ ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ...

ଅଜଣା ରୋଗ:୧୦ ଗୋରୁ ମୃତ, ୫୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରଣପୁର,୨୬।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ଗୋରୁଙ୍କୁ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୫ଦିନ...

Leave a comment

Your email address will not be published. Required fields are marked *