ଗୋଛା ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଚଢ଼ାଉ: ୧୫ ଶାଗୁଆନ କାଠ ସହ ୯ ସାଇକେଲ ଜବତ

ନୟାଗଡ଼ ଅଫିସ,୨୯।୯-ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲ ଶିମିଳି ଗ୍ରାମ ନିକଟରୁ ଚଢ଼ାଉ କରାଯାଇ କାଠ ଓ ସାଇକେଲ ଜବତ କରାଯାଇଛି। ଜବତ କାଠ ମଧ୍ୟରେ ୬ ଖଣ୍ଡ ଶାଳଗଣ୍ଡି , ୧୫ ଖଣ୍ଡ ଶାଗୁଆନ ଲଗ୍‌ ରହିଛି। ଏଥିସହିତ ୯ ସାଇକେଲ ଜବତ କରାଯାଇଛି। କାଠ ଚୋରମାନେ ହଳ ଓ ସାଇକେଲ୍‌ରେ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର କାଠ କାଟି ନେଇ ଯାଉଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ବନାଞ୍ଚଳ ଅଧିକାରୀ ଧନେଶ୍ୱର ରଥ, ବନପାଳ ଚନ୍ଦ୍ରମଣି ଡାକୁଆଙ୍କ ସମେତ ଜଙ୍ଗଲସୁରକ୍ଷା କର୍ମଚାରୀ ଶିମିଳି ଗ୍ରାମରେ ଚଢ଼ାଉ କରିଥିଲେ। ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦେଖି ଚୋରମାନେ କାଠ ଓ ସାଇକେଲ ଛାଡ଼ି ଫେରାର୍‌ ହୋଇଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ କରାଯାଉଥିବା ବନାଞ୍ଚଳ ଅଧିକାରୀ ଧନେଶ୍ୱର ରଥ କହିଛନ୍ତି। ସେହିଭଳି ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ହାଇକୋର୍ଟରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲା: ଜବାବ ଦାଖଲ ପାଇଁ ମହଲତ ନେଲେ ବିଧାୟକ

କଟକ ଅଫିସ,୧୪ା୯: ବାରବାଟୀ-କଟକ ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାରେ ବିଧାୟକ ମହମ୍ମଦ ମୋକିମ ଶୁକ୍ରବାର ଜବାବ ଦାଖଲ ପାଇଁ ଅଦାଲତଙ୍କଠାରୁ ମହଲତ ନେଇଛନ୍ତି।...

ଫନୀ ବିପନ୍ନ ଗୃହ କର୍ତ୍ତାଙ୍କୁ ୨କୋଟି ଟଙ୍କା ବଣ୍ଟନ

ଧର୍ମଶାଳା,୧୮ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲରେ ଚଳିତ ବର୍ଷ ଫନିବାତ୍ୟାରେ କ୍ଷତିଗ୍ରସ୍ତ ୬୨୭୯ ଜଣ ଗୃହକର୍ତ୍ତାଙ୍କୁ ଗୁରୁବାର ସୁଦ୍ଧା ୨କୋଟି ୭ଲକ୍ଷ ୭ହଜାର ୩ଶହ ଟଙ୍କା...

ଅବ୍ୟବସ୍ଥାରେ ପୁରାତନ ଶିକ୍ଷାନୁଷ୍ଠାନ

ବାସୁଦେବପୁର, ୧୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁରର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଅଟଳ ବିହାରୀ ହାଇସ୍କୁଲ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାର ଶୈକ୍ଷିକ ବାତାବରଣ ଦିନକୁ...

ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା: ପୁଅକୁ ମାରିଦେଇଥିବା ଅଭିଯୋଗ ଆଣିଲା ପରିବାର

ଚନ୍ଦାହାଣ୍ଡି, ୧।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଫଟକିଗ୍ରାମ ନିକଟସ୍ଥ ଏକ ମହୁଲ ଗଛରେ ରଶି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ସେମାନେ...

ଖନ୍ତାପଡା ଛକରେ ବ୍ୟବସାୟୀଙ୍କୁ ଗୁଳି: ୨ ଦୁର୍ବୃତ୍ତ ଫେରାର

ରେମୁଣା, ୫ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶେରଗଡ ଛକରେ ଶନିବାର ଅପରାହ୍ନ ୩ଟା ବେଳେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରାଯାଇଛି। ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ...

ଶିଶୁ ରେଳଗାଡ଼ି ଉଦ୍‌ଘାଟନ କଲେ ବିଧାୟକ

ଦାରିଙ୍ଗବାଡ଼ି,୧୬।୯(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ହିଲଭିୟୁ ପାର୍କ ପରିସରରେ ଥିବା ଶିଶୁ ରେଳଗାଡ଼ିକୁ ସୋମବାର ସନ୍ଧ୍ୟାରେ ଉଦ୍‌ଘାଟନ କରାଯାଇଛି ା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ...

ପିକ୍‌ଅପ୍‌ ଭ୍ୟାନ୍‌-ବାଇକ୍‌ ଧକ୍କା: ଶିଶୁକନ୍ୟା ସମେତ ୨ ମୃତ

ଭଦ୍ରକ ଅଫିସ, ୨୮।୧୦ :  ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶଳପୁର ଛକ ନିକଟରେ ସୋମବାର ଅପରାହ୍ନରେଏକ ଦୁର୍ଘଟଣା ଘଟି ବାଇକ୍‌ ଆରୋହୀଙ୍କ...

ପୋଲିସ ଗାଡ଼ି ଧକ୍କାରେ ଜଣେ ଗୁରୁତର: ଭଞ୍ଜନଗର-ଆସିକା ରାସ୍ତା ଅବରୋଧ

ଭଞ୍ଜନଗର,୨୧।୬(ଡି.ଏନ.ଏ)- ଗଞ୍ଜାମ ଜିଲା ଭଞ୍ଜନଗର ଦମକଳ କେନ୍ଦ୍ର ନିକଟରେ ଶୁକ୍ରବାର ଅପରାହ୍ନରେ ପୋଲିସ ଗାଡି (କୋର୍ଟ ଭ୍ୟାନ୍‌) ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ...

Leave a comment

Your email address will not be published. Required fields are marked *