ଆମେରିକାରେ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା

ହ୍ୟୁଷ୍ଟନ,୨୯ା୯(ପି.ଟି.): ଆମେରିକାର ଟେକ୍ସାସରେ ଜଣେ ଭାରତୀୟ-ଆମେରିକୀୟ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା କରାଯାଇଛି। ଆମେରିକା ପୋଲିସ ବିଭାଗରେ ସନ୍ଦିପ୍‌ ସିଂ ଧଲିଓ୍ବାଲଙ୍କୁ ଦାଢ଼ି ରଖିବା ଓ ପଗଡି ବାନ୍ଧିବାକୁ ଅନୁମତି ମିଳିଲାବେଳେ ସବୁ ଜାତୀୟ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା। ଏହି ହତ୍ୟାକାଣ୍ଡକୁ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଶୁକ୍ରବାର ହ୍ୟୁଷ୍ଟନର ଏକ ଟ୍ରାଫିକ ଷ୍ଟପ୍‌ରେ ସେ ଏକ ଗାଡ଼ିକୁ ସନ୍ଦେହ କରି ଅଟକାଇଥିଲେ। ସେଥିରେ ଜଣେ ପୁରୁଷ ଓ ଜଣେ ମହିଳା ଥିଲେ। ପୁରୁଷ ଜଣକ ହଠାତ୍‌ ଗାଡ଼ିରୁ ଓହ୍ଲାଇ ସନ୍ଦିପ୍‌ଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିକାଣ୍ଡର କାରଣ ଜଣାପଡିନାହିଁ। ଏହି ଘଟଣାରେ ରବର୍ଟ ସୋଲିସ୍‌ ନାମକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହେବା ସହ ତାଙ୍କଠାରୁ ବନ୍ଧୁକ ଜବତ ହୋଇଛି।


All Right Reserved By Dharitri.Com

ଅଲ୍‌ଜାଇମର୍‌ ପାଇଁ ଚାଇନା ପ୍ରସ୍ତୁତ କଲା ଔଷଧ: ୫ କୋଟିରୁ ଅଧିକ ଲୋକ ହେବେ ଉପକୃତ

ବେଜିଂ,୫।୧୧: ଭୁଲାପଣ ସମସ୍ୟା ଅଲ୍‌ଜାଇମର୍‌ ପାଇଁ ଚାଇନା ଔଷଧ ପ୍ରସ୍ତୁତ କରିଛି। ସାଙ୍ଘାଇର ଏକ କମ୍ପାନୀ ଏହି ଔଷଧ ପ୍ରସ୍ତୁତ କରିଥିବା ଚାଇନାର ଜାତୀୟ ମେଡିକାଲ...

କାର ବୋମା ବିସ୍ଫୋରଣ: ୪ ମୃତ; ୨୦ରୁ ଅଧିକ ଆହତ

କାବୁଲ,୨୭।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।...

ପାକିସ୍ତାନରେ ପ୍ରଦର୍ଶିତ ହେବନାହିଁ କୌଣସି ଭାରତୀୟ ଚଳଚ୍ଚିତ୍ର

ଇସଲାମାବାଦ,୮।୮: ଏଣିକି ପାକିସ୍ତାନରେ କୌଣସି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ନାହିଁ ବୋଲି ସୂଚନା ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ ଥିବା ଡ.ଫିରଦୋସ ଆଶିକ୍‌...

ଚାଳକ ବିହିନ ହେଲିକପ୍ଟରର ପରୀକ୍ଷଣ କଲା ଚାଇନା

ବେଜିଂ,୨୧।୬: ଚାଇନା ଏକ ଚାଳକ ବିହିନ ହେଲିକପ୍ଟରର ପରୀକ୍ଷଣ କରିଛି। ଶୁକ୍ରବାର ଚାଇନାର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପ୍ରଥମ ଥର ଏହି ଚାଳକ...

ଜୀବନ୍ତ ଅବସ୍ଥାରେ ମୃତ୍ୟୁର ଅନୁଭବ ‘ଲିଭିଂ ଫ୍ୟୁନେରାଲ’

ସିଓଲ: ଥରେ ଭାବନ୍ତୁ ତ, ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଅବସ୍ଥାରେ କଫିନରେ ଭର୍ତ୍ତି କରାଯିବ। ମରିବା ପରେ ଯେମିତି ଶେଷକୃତ୍ୟ କରାଯାଏ, ଠିକ୍‌ ସେମିତି ସବୁ...

ଉଗ୍ରବାଦ ଦମନରେ ମ୍ୟାନ୍‌ମାରର ସହଯୋଗ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌,୫ା୧୧: ଆସିଆନ ସମ୍ମିଳନୀରେ ଯୋଗଦେବା ଲାଗି ଥାଇଲାଣ୍ଡ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାନ୍‌ମାର ଷ୍ଟେଟ୍‌ କାଉନସିଲର ଅଙ୍ଗ୍‌ ସାନ୍‌ ସୁ କୀ ବିଭିନ୍ନ...

ଦକ୍ଷିଣ କାଲିଫର୍ନିଆରେ ୭.୧ ତୀବ୍ରତାର ଭୂକମ୍ପ

କାଲିଫର୍ନିଆ,୬।୭: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଶୁକ୍ରବାର ରାତିରେ ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୧। ଗୁରୁବାର ଏଠାରେ ୬.୪...

କାନ୍ଦାହାର ବିସ୍ଫୋରଣ: ୩ ଶିଶୁ ମୃତ

କାନ୍ଦାହାର,୩୦।୭: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଥିବା ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ମଙ୍ଗଳବାର ଆତ୍ମଘାତୀ ବିସ୍ଫୋରଣ ଫଳରେ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି...

Leave a comment

Your email address will not be published. Required fields are marked *