ବ୍ରାଉନ୍‌ସୁଗାର ବେପାରୀଙ୍କ ଘର ଉପରେ ଚଢ଼ାଉ : ଲକ୍ଷାଧିକ ଟଙ୍କା ସହ ସୁନାଗହଣା, ବାଇକ୍‌ ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୮ା୯: ବାଲେଶ୍ୱର ଅରଡ଼ବଜାରସ୍ଥିତ ମସଜିଦ୍‌ ଗଳିର ବ୍ରାଉନ୍‌ସୁଗାରର ମୁଖ୍ୟ ବ୍ୟବସାୟୀ ସେକ୍‌ ରାଜା ଗିରଫ ହେବା ପରେ ଆନ୍ତଃରାଜ୍ୟ ଏବଂ ଜାତୀୟ ସ୍ତରରେ ବ୍ରାଉନ୍‌ସୁଗାର ବ୍ୟବସାୟୀ ସମ୍ପର୍କରେ ବହୁ ତଥ୍ୟ ଏସଟିଏଫ୍‌ (ସ୍ବତନ୍ତ୍ର ଟାସ୍କ ଫୋର୍ସ) ଓ ଜିଲା ପୋଲିସ ହାତରେ ଲାଗିଛି। ବିଭିନ୍ନ ସମୟରେ ରାଜାଙ୍କ ସହଯୋଗୀମାନଙ୍କ ଘର ଉପରେ ଚଢ଼ାଉ କରାଯାଇ ସେମାନଙ୍କୁ ଗିରଫ କରାଯାଉଛି। ଏହାସହ ତାଙ୍କର କାରବାର ସମ୍ପର୍କରେ ପୋଲିସ୍‌ ତଥ୍ୟ ସଂଗ୍ରହରେ ଲାଗିପଡ଼ିଛି।
ଜଳେଶ୍ୱର ପାଲଟିଛି ବ୍ରାଉନ୍‌ସୁଗାର କାରବାରର ପେଣ୍ଠସ୍ଥଳୀ। ଶନିବାର ଜିଲା ପୋଲିସ୍‌ର ସ୍ବତନ୍ତ୍ର ଟିମ୍‌ ଜଳେଶ୍ୱର ପୌରପରିଷଦର ଝାଡ଼େଶ୍ୱରପୁର ଓ ରାଜପୁର ଗ୍ରାମର ବ୍ୟବସାୟୀ ସେକ୍‌ ତୈରୁଦ୍ଦିନ ଓ ତାଙ୍କ ଭାଇ ସେକ୍‌ ନାସିରୁଦ୍ଦିନଙ୍କ ଘର ଉପରେ ଚଢ଼ାଉ କରିଥିଲା। ଘରେ କେହି ନ ଥିବାରୁ ତାଙ୍କ ପୁତୁରା ଜାହିରଙ୍କୁ ପୋଲିସ ଥାନାକୁ ନେଇଯାଇଛି। ୩ ଘଣ୍ଟା ଧରି ଚଢ଼ାଉ ସମୟରେ ୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହିତ ନଗଦ ୩ଲକ୍ଷ ୭୯ହଜାର ୪୪୦ ଟଙ୍କା, ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା, ୫ଟି ମୋବାଇଲ ଫୋନ୍‌, ଗୋଟିଏ ବୁଲେଟ୍‌ ଗାଡ଼ି, ସିସି କ୍ୟାମେରା ଓ ହାର୍ଡ଼ଡିସ୍କ ଜବତ କରାଯାଇଛି। ଡିଏସ୍‌ପି ମନୋଜ ରାଉତଙ୍କ ସ୍ବତନ୍ତ୍ର ଟିମ୍‌ରେ ଜଳେଶ୍ୱର ଏସ୍‌ଡିପିଓ ସୁଦର୍ଶନ ଦାସ, ଜଳେଶ୍ୱର ଆଇଆଇସି ପ୍ରଦୀପ ମାଝି, ସହଦେବଖୁଣ୍ଟା ମଡ଼େଲ ଥାନାର ସବଇନ୍ସପେକ୍ଟର ବିରଞ୍ଚତ୍ ସାହୁଙ୍କ ସହ ୧ ପ୍ଲାଟୁନ ପୋଲିସ୍‌ ଫୋର୍ସ ନିୟୋଜିତ ଥିଲେ।
ସେହିପରି ଜଳେଶ୍ୱର ଥାନା ରାଜପୁର ଗ୍ରାମର ସେକ୍‌ ରଫିବୁଲ ନାମକ ବ୍ରାଉନ୍‌ସୁଗାର ବେପାରୀ ପଶ୍ଚିମବଙ୍ଗର ହାଓ୍ବଡ଼ାରୁ ଟ୍ରେନ୍‌ ଯୋଗେ ଜଳେଶ୍ୱର ଅଭିମୁଖେ ଆସୁଥିବା ବେଳେ ଖଡ଼ଗପୁର ରେଳଷ୍ଟେଶନରେ ରେଳବାଇ ପୋଲିସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ୩ଶହ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ ହୋଇଛି। ଯାହାର ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ।
ଏ ସମ୍ପର୍କରେ ଡିଏସ୍‌ପି ମନୋଜ ରାଉତ କହନ୍ତି, ମାସକ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ କେତେକ ବ୍ୟବସାୟୀ ଏବଂ ସହଯୋଗୀମାନଙ୍କୁ ଗିରଫ କରାଯାଇଛି। ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ବ୍ରାଉନ୍‌ସୁଗାର ବ୍ୟବସାୟକୁ ବାଲେଶ୍ୱର ଜିଲାରେ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପୋଲିସ୍‌ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।


All Right Reserved By Dharitri.Com

ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି

କଟକ ଅଫିସ,୧୬।୧୧: ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶ୍ରୀଜନ ଛାନ୍ଦ ଡ୍ୟାନ୍ସ ଗ୍ରୁପର ଗୋଟିଏ ନୃତ୍ୟରେ ଦୁଇଟି ରାଜ୍ୟର ସଂସ୍କୃତି ଓ...

ଧାମରାରେ ଲାଗିଲା ପଶ୍ଚିମବଙ୍ଗର ୩୭ ବୋଟ୍‌

ଚାନ୍ଦବାଲି,୮ା୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା ବନ୍ଦରଠାରୁ ଅନତି ଦୂରରେ ବଙ୍ଗୋପସାଗରରେ ଗଭୀର ସମୁଦ୍ରରେ କେତେକ ମାଛଧରା ବୋଟ୍‌ ଫସି ରହିବାର ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଶୁକ୍ରବାର ଅପରାହ୍ନ...

ନାବାଳିକା ଉଦ୍ଧାର, ଅପହରଣକାରୀ କୋର୍ଟ ଚାଲାଣ

ଧର୍ମଶାଳା,୧୬ା୧୦(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ନାବାଳିକାଙ୍କୁ ସୋମବାର ରାତିରେ ପୋଲିସ ଉଦ୍ଧାର କରିଛି। ଏଥିସହ ଅପହରଣକାରୀ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ...

ନିର୍ଦ୍ଦେଶ ସତ୍ତ୍ୱେ ଖୋଲୁନି ଢାବା, ଗ୍ୟାରେଜ

କେନ୍ଦୁଝର, ୯ା୪ (ସ୍ବ.ପ୍ର.)-କରୋନା ପାଇଁ ଲକ୍‌ ଡାଉନ୍‌ ଘୋଷଣା ହୋଇଛି । ଏଣୁ ସମଗ୍ର ଦେଶରେ ଗାଡି ଚଳାଚଳ ବନ୍ଦ ରହିଛି । ସେହିପରି ଯାତ୍ରୀବାହୀ...

ଜେଲ ଗଲେ ଗ୍ୟାଙ୍ଗ୍‌ଷ୍ଟର ରାଜା ଆଚାର୍ଯ୍ୟ

କଟକ ଅଫିସ/ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଜେଲ ଗଲେ ଗ୍ୟାଙ୍ଗ୍‌ଷ୍ଟର ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜା। କଟକ ସିଜେଏମ୍‌ କୋର୍ଟରେ ଗୁରୁବାର ହାଜର କରାଯିବା ପରେ ତାଙ୍କୁ ଜେଲ...

ବିସିିସି ବ୍ୟାଙ୍କ କୃଷି ଋଣ ଦେବ ୨୪୫ କୋଟି

ବ୍ରହ୍ମପୁର ଅଫିସ,୨ା୭-ଚଳିତ ବର୍ଷର ଖରିଫ ଧାନ ଫସଲ ପାଇଁ ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ଗଞ୍ଜାମ ଓ ଗଜପତି ଜିଲାର ଚାଷୀଙ୍କୁ ୨୪୫ କୋଟି...

ଜଗତସିଂହପୁରରେ ‘ଅମ୍ଫନ୍‌’ ପ୍ରଭାବ: ଭାଙ୍ଗିଲା କଚ୍ଚା ଘର, ବିଦ୍ୟୁତ୍‌ ସେବା ଠପ୍‌; ଗଛ ଉପୁଡ଼ି ଗମନାଗମନ ବାଧାପ୍ରାପ୍ତ

ଜଗତସିଂହପୁର ଅଫିସ, ୨୦।୫: ବାତ୍ୟା ଅମ୍ଫନକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା l ସୌଭାଗ୍ୟବଶତଃ ବାତ୍ୟା ଟଳି ଯାଇଥିବାବେଳେ କୌଣସି...

ଭୋଗ ପ୍ରସ୍ତୁତିରେ ବ୍ୟତିକ୍ରମ: ସ୍ବାଦ ହରାଇଛି ବଳଦେବଜୀଉଙ୍କ ଖେଚୁଡ଼ି; ମଇଁଷି ଘିଅ ବ୍ୟବହାର ହେଉନି

କେନ୍ଦୁଝର, ୧୭ା୫ କେନ୍ଦୁଝରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠକୁ ଘିଅ ପାଇଁ ପାହାଡ଼ର ୮ଟି ସ୍ଥାନରେ ମଇଁଷି ଗୋଠ ଥିଲା। ମଇଁଷି କ୍ଷୀରରୁ...

Leave a comment

Your email address will not be published. Required fields are marked *