ଛତୁ ତୋଳିବାକୁ ଯାଇ ହେଟାବାଘ ଆକ୍ରମଣରେ ଜଣେ ଗୁରୁତର

ବନ୍ତଳା/ଅନୁଗୋଳ ଅଫିସ,୨୮।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତୁଳିଆ ଫରେଷ୍ଟ ବିଟ୍‌ ଅଧୀନ ଅନ୍ତୁଳିଆ ରିଜର୍ଭ ଜଙ୍ଗଲର କୁରୁତାପେ ନିକଟକୁ ଛତୁ ତୋଳିବାକୁ ଯାଇ ଶନିବାର ସକାଳେ ହେଟା ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ଅନ୍ତୁଳିଆ ଗ୍ରାମର ଚିତ୍ତ ଦଳବେହେରା(୫୫) ।
ସୂଚନାନୁଯାୟୀ, ଚିତ୍ତଙ୍କ ସହ ପୁତୁରା ବିଦ୍ୟାଧର ଦଳ ବେହେରା(୩୫) ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିଲେ। ତେବେ ସେଠାରେ ହେଟା ଆକ୍ରମଣ କରିବାରୁ ବିଦ୍ୟାଧର ଗଛ ଉପରକୁ ଚଢି ଯାଇଥିଲେ। ମାତ୍ର ଚିତ୍ତ ଯାଇ ନ ପାରିବାରୁ ବାଘ ଆକ୍ରମଣରେ ଗୁରୁତର ହୋଇପଡିଥିଲେ। ତାଙ୍କ ମୁଣ୍ଡ,ଆଖି ଓ ହାତରେ ଗଭୀର କ୍ଷତହୋଇ ଥିଲା। ଗୁରୁତର ଅବସ୍ଥାରେ ଚିତ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଚିତ୍ତଙ୍କୁ କଲରାପତରିଆ ବାଘ ଆକ୍ରମଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଥିବା ବେଳେ ଅନୁଗୋଳ ବନଖଣ୍ଡ ଡିଏଫ୍‌ଓ ଭି କାର୍ତ୍ତିକ ହେଟାବାଘ କାମୁଡିଥିବା ସ୍ପଷ୍ଟ କରିଛନ୍ତି। ତାଙ୍କ ଚିକିତ୍ସା ନିମନ୍ତେ ସମସ୍ତ ଖର୍ଚ୍ଚ ବନବିଭାଗ ବହନ କରିବ ବୋଲି ସେ କହିଛନ୍ତି। କ୍ଷତିପୂରଣ ବାବଦକୁ ୧ଲକ୍ଷ ଟଙ୍କା ପରିବାର ଲୋକଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ତେବେ ଅନ୍ୟ ପକ୍ଷେ ଏକ ସ୍ବତନ୍ତ୍ର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦ ଚିହ୍ନ ଖୋଜିବ ବୋଲି ଡିଏଫ୍‌ଓ କହିଛନ୍ତି।


All Right Reserved By Dharitri.Com

‘କଳା ଓ ସଂସ୍କୃତି ବିକାଶରେ କଳାକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’:କଳିଙ୍ଗ କଳାକାର ସଂଘର ସାଙ୍ଗଠନିକ ବୈଠକ

ତିହିଡ଼ି,୭। ୮(ଡି.ଏନ.ଏ.)- କଳା ଓ ସଂସ୍କୃତିର ବିକାଶରେ କଳାକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିଲାଗି କଳାକାରଙ୍କ ସମସ୍ୟାର ପ୍ରତିକାର ସହ ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ଲାଗି ଭଦ୍ରକ...

୨୨ ମାସ ପରେ ଘରକୁ ଫେରିଲେ ପାଚିକା ଗୌରୀ

କେନ୍ଦୁଝର,୧୪।୯ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝରର ଏକ ନିପଟ ଗାଁର ଜଣେ ମହିଳା ଦିଲ୍ଲୀ ଯାଇ ସେଠାରୁ ବାଟବଣା ହୋଇ ନିଖୋଜ ହୋଇଯିବାର ଦୀର୍ଘ ୨୨ ମାସ ପରେ ଘରକୁ...

ଶବ ବ୍ୟବଚ୍ଛେଦରେ ବିଳମ୍ବ ପ୍ରତିବାଦରେ ରାସ୍ତାରୋକୋ

ବାଲିଆପାଳ, ୨୦।୭(ସ୍ବ.ପ୍ର.)-ସ୍ବାମୀ ଘରେ ନ ଥିବା ବେଳେ ଶୋଇବା ଘରେ ବେକରେ ରଶି ଲଗାଇ ସୂର୍ଯ୍ୟାପୁର ଗ୍ରାମର ଶିବ ପ୍ରସାଦ ଜେନାଙ୍କ ସ୍ତ୍ରୀ ସୋନାଲି ଜେନା...

ବସ୍‌ ଭିତରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୩୧। ୫: ବାଲେଶ୍ୱରରୁ ବଲାଙ୍ଗୀର ଆସୁଥିବା ଏକ ବସ୍‌ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି...

୫ରୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ପୁରୀ ଅଫିସ,୩।୧: ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଜାନୁୟାରୀ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୬ତମ ପୁସ୍ତକ ମେଳା ଆୟୋଜିତ ହେବ। ୧୦ ଦିନ...

ବଜ୍ରପାତରେ ଜଣେ ମୃତ

ଭଞ୍ଜନଗର,୧୭।୫(ଡି.ଏନ.ଏ)- ବିଲୁଆପଡାରେ ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟାରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଲୁଆପଡାର ହିମାଶୁଂ ଶେଖର ଗୌଡ। ଗାଲେରି ଫାଣ୍ଡି...

ଗାଇଡ୍‌ଲାଇନ ଜାରି କଲା ଜିଲା ସ୍ବାସ୍ଥ୍ୟ ବିଭାଗ

ଫୁଲବାଣୀ ଅଫିସ, ୨ା୭-କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଲକରେ ଦୁଇ ଦିନ ତଳେ ଖଟିଆରେ ମୃତଦେହ ବୁହାଯିବା ଘଟଣା ପରେ ଜିଲା ପ୍ରଶାସନର ଚେତା ପଶିଛି ା...

ବେଆଇନ ମାଙ୍କଡ଼ା ପଥର ବୋଝେଇ ଗାଡ଼ି ଓଲଟିଲା

ବେଗୁନିଆ, ୨୩। ୮ (ଡି.ଏନ.ଏ.)- ବେଆଇନ ଭାବେ ପଥର ଖଣିରୁ ଗୁରୁବାର ବିଳମ୍ବିତ ରାତିରେ ମାଙ୍କଡା ପଥର ବୋଝେଇ କରି ପଳାଇ ଯାଉଥିବା ଏକ ମିନି...

Leave a comment

Your email address will not be published. Required fields are marked *