ଲାଞ୍ଚୁଆ ଅଧିକାରୀଙ୍କୁ ଚିହ୍ନାଇବେ ଦଲାଲ, ତା’ ପରେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଗତ ଦୁଇ ଦିନରେ ରାଜ୍ୟର ବିଭିନ୍ନ ଆର୍‌ଟିଓ କାର୍ଯ୍ୟାଳୟରୁ ଏକାଧିକ ଦଲାଲଙ୍କୁ ଗିରଫ କରାଯାଇଛି। ଏନେଇ ଶନିବାର ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଦଲାଲଙ୍କ ଜରିଆରେ ଆର୍‌ଟିଓ ଅଫିସର ଏବଂ କର୍ମଚାରୀଙ୍କୁ ଧରାଯିବ। ଲାଞ୍ଚ ନେଉଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନେକ ଦିନ ଧରି ପରିବହନ ବିଭାଗରେ ବଦଳି ହୋଇନାହିଁ। ଅକ୍ଟୋବର ସୁଦ୍ଧା ବଦଳି କରାଯିବ। ଏଥିସହ ମଦ୍ୟପଙ୍କୁ ନେଇ ନୂଆ ମୋଟର ଯାନ ଆଇନରେ ଥିବା ନିୟମକୁ କୋହଳ କରାଯିବ ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ମେଡିକାଲ କଲେଜ, ରକ୍ତଭଣ୍ଡାର ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ରେ ଚଢ଼ାଉ ଜାରି ରହିଛି। ଶୁକ୍ରବାର ବିଭିନ୍ନ ହସ୍ପିଟାଲ ଏବଂ ପରିବହନ କାର୍ଯ୍ୟାଳୟରୁ ମୋଟ ୭୫ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।


All Right Reserved By Dharitri.Com

ବଢୁଛନ୍ତି ରୋଗୀ, ନାହିଁ ଡାଏଲିସିସ୍‌ ମେଶିନ୍‌

ବ୍ରହ୍ମପୁର ଅଫିସ୍‌,୨ା୭-ଗଞ୍ଜାମ ଏବଂ ଏହାର ଆଖାପାଖ ଜିଲାଗୁଡ଼ିକରେ ବିଗତ କିଛି ବର୍ଷ ହେଲା କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାର...

କେନ୍ଦ୍ରାପଡ଼ାରେ ଭୋଟ ଗଣତି ଆରମ୍ଭ

କେନ୍ଦ୍ରାପଡ଼ା ଅଫିସ,୨୩ା୫ : କେନ୍ଦ୍ରାପଡ଼ା ଲୋକସଭା ଓ ଏହାର ୪ଟି ବିଧାନସଭା (କେନ୍ଦ୍ରାପଡା, ରାଜନଗର, ଆଳି ଓ ମହାକାଳପଡ଼ା) ନିର୍ବାଚନମଣ୍ଡଳୀର ଭୋଟ ଗଣତି ଗୁରୁବାର ସକାଳ...

ନନ୍ଦନକାନନରେ ୨ ଆନାକୋଣ୍ଡା ମୃତ, ୩ ଅସୁସ୍ଥ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ନନ୍ଦନକାନନ ଆସିଥିବା ହଳଦିଆ ଆନାକୋଣ୍ଡାଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ଘଟିଛି। ଗୁରୁବାର ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ଏକ ଆଖି...

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ମାମଲା

କଟକ ଅଫିସ, ୯।୭: ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ନିର୍ବାଚନମଣ୍ଡଳୀର ସହିରୁଲ ହକ୍‌ ନାମକ...

ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୭।୯(ଡି.ଏନ.ଏ)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ଶିଶୁଭବନରେ ଉତ୍ତେଜନା

କଟକ ଅଫିସ,୧୪ା୧୦- କଟକ ଶିଶୁଭବନରେ ଜଣେ ୪ମାସ ଶିଶୁର ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ...

ଫୁଲବାଣୀରେ ହେବ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନ ଅବସରରେ ନୂଆ ଘୋଷଣା କରିଛନ୍ତି। ଏହି ଘୋଷଣା ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବ। ରାଜ୍ୟର...

ଆଜିଠାରୁ ‘ଇକୋ ରିଟ୍ରିଟ୍‌’:ଗ୍ଲାମରସ୍‌ କ୍ୟାମ୍ପିଂ- ଫୁଡ୍‌-ଫନ୍‌

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ଲକ୍‌ଜ୍ୟୁରି କଟେଜ୍‌, ଆଡ୍‌ଭେଞ୍ଚର ସ୍ପୋର୍ଟସ, ଓ୍ବାଟର୍‌ ସ୍ପୋର୍ଟସ, ବିଚ୍‌ ଭଲିବଲ୍‌, ଥେରାପ୍ୟୁଟିକ୍‌ ଓ୍ବାକ, ବିଚ୍‌ ସ୍ପା, ସେଲିବ୍ରିଟି ଡିଜେ, ଖ୍ୟାତନାମା ବ୍ୟାଣ୍ଡ୍‌ ଓ ମନପସନ୍ଦର...

Leave a comment

Your email address will not be published. Required fields are marked *