Posted inଜାତୀୟ

ଆହତଙ୍କୁ ମୃତ ଭାବି ଡାକ୍ତରଖାନା ନେଲା ପୋଲିସ

ଭୋପାଳ,୨୮।୯: ମଧ୍ୟପ୍ରଦେଶର ଭିଣ୍ଡ୍‌ ପୋଲିସର ଗୁରୁତର ଅବହେଳା ଶନିବାର ସାମ୍ନାକୁ ଆସିଛି। ଆହତ ବ୍ୟକ୍ତିଙ୍କୁ ମୃତ ଭାବି ପୋଲିସ ହସ୍ପିଟାଲକୁ ନେଇଥିବା ବେଳେ ତାଙ୍କୁ ଜୀବିତ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ଡାକ୍ତର। ସୂଚନାଯୋଗ୍ୟ, ଏକ ଅଜ୍ଞାତ ଗାଡି ବାଇକ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବାଇକ୍‌ରେ ଥିବା ୨ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଅନ୍ୟ ଜଣେ ଆହତଙ୍କୁ ମୃତ ଭାବି ନିଜ ଗାଡିର ଡିକିରେ ପକାଇ ପୋଷ୍ଟମାର୍ଟମ ପାଇଁ ପୋଲିସ ନେଇଥିଲା। ହେଲେ ତାଙ୍କୁ ଡାକ୍ତରୀ ଦଳ ଯାଞ୍ଚ କରୁଥିବା ସମୟରେ ଯୁବକଙ୍କର ନିଶ୍ୱାସ ଚାଲୁଥିବା ନେଇ ଜାଣିବାକୁ ପାଇଥିଲେ। ଏହାପରେ ଯୁବକଙ୍କୁ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇ ଏବେ ତାଙ୍କର ଚିକିତ୍ସା କରାଯାଉଛି। ତେବେ ଆହତ ୨ଜଣ ଯୁବକ ମୋର ସିଂହ ଯାଟବ ଓ ନରେଶ ସିଂହ ବୋଲି ପରିଚୟ ମିଳିଛି।


All Right Reserved By Dharitri.Com

ନକଲି ମୁଣ୍ଡ କେଶରେ ଯୁବକ ଲୁଚାଇ ନେଉଥିଲେ ଏକ କିଲୋ ସୁନା: ଧରିଲେ କଷ୍ଟମ୍‌ ଅଧିକାରୀ

କୋଚି,୫।୧୦: କେରଳରେ ଜଣେ ଯୁବକ ନକଲି ମୁଣ୍ଡ କେଶରେ ସୁନା ଲୁଚାଇ ନେଉଥିବା ସମୟରେ କଷ୍ଟମ୍‌ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। କୋଚି ବିମାନ ବନ୍ଦରରେ ଓହ୍ଲାଇଥିବା...

ଚେନ୍ନାଇରେ ପହଞ୍ଚିଲେ ମୋଦି

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଜି ଜିନପିଙ୍ଗ୍‌ଙ୍କୁ ସ୍ବାଗତ କରିବା ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି। ଚାଇନା ରାଷ୍ଟ୍ରପତି ପାଖାପାଖି ୨ଟାବେଳେ ଆସି ଏଠାରେ...

ସୁରଟ ହୀରା କାରବାରରେ ମାନ୍ଦାବସ୍ଥା ମାଡ଼:୬୦ ହଜାର କର୍ମଚାରୀ ବେକାର

ନୂଆଦିଲ୍ଲୀ,୩୦-୮:ଦେଶର ହୀରା କାରବାର ଗଡ଼ ଭାବେ ପରିଚିତ ଗୁଜରାଟର ସୁରଟରେ ଏବେ ମାନ୍ଦାବସ୍ଥା ଛାଇଗଲାଣି। ଗତ କିଛି ମାସ ମଧ୍ୟରେ ଏଠାରେ ୬୦ ହଜାର କର୍ମଚାରୀ...

ପୁଅ ପାଇଁ ନ୍ୟାୟ ଭିକ୍ଷା କରି ୩୫୦ କିଲୋମିଟର ଚାଲିଲେ ୮୧ ବର୍ଷୀୟ ପିତା

ଜୟପୁର,୨୩।୭: ରାଜସ୍ଥାନ ହନୁମାନଗଡ଼ ଜିଲାରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ମୃତକଙ୍କ ପିତା ନ୍ୟାୟ ଭିକ୍ଷା ପାଇଁ ବିଧାନସଭା ଘେରାଉ କରିଛନ୍ତି। ମୃତକ ହେଉଛନ୍ତି ରାମସ୍ବରୂପଙ୍କ ପୁଅ...

କେଜରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ସୂଚନା ଦେଲେ ସିସୋଡିଆ

ନୂଆଦିଲ୍ଲୀ,୧୫।୨: ଆମ ଆଦମି ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ତୃତୀୟ ଥର ଲାଗି ରବିବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିରେ ବାହାର...

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଥମଥର ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦି

ନୂଆଦିଲ୍ଲୀ,୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଚାର ମଇଦାନୁ ଓହ୍ଲାଇଛନ୍ତି ଷ୍ଟାର ପ୍ରଚାରକମାନେ। ସୋମବାର ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବନ୍ୟା ପୀଡିତ ପରିବାରଙ୍କୁ ୬ ହଜାର ଟଙ୍କା ଦେବାକୁ ଘୋଷଣା କଲେ ନୀତୀଶ

ପାଟନା,୧୯।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଶୁକ୍ରବାର...

ଜମ୍ମୁ-କଶ୍ମୀରରେ ଆଜି ଖୋଲିବ ସ୍କୁଲ

ଶ୍ରୀନଗର,୯।୮:ସମ୍ବିଧାନ ଅନୁଚ୍ଛେଦ ୩୭୦କୁ ବିଦାୟ ଦେଇ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।...

Leave a comment

Your email address will not be published. Required fields are marked *