ପାକିସ୍ତାନକୁ ଆମେରିକାର ତାଗିଦ: ହାଫିଜ, ଆଝାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନ୍ୟୁୟର୍କ,୨୮।୯(ପି.ଟି.): ଭାରତ ସହ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବାକୁ ହେଲେ ହାଫିଜ ସୟିଦ, ମାସୁଦ ଆଝାରଙ୍କ ଭଳି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆମେରିକା ପାକିସ୍ତାନକୁ କହିଛି। ଦୁଇଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଇସ୍‌ଲାମାବାଦର ସୀମାପାର ଅନୁପ୍ରବେଶ ନିରୋଧୀ କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଭର କରୁଛି ବୋଲି ଆମେରିକା ପରରାଷ୍ଟ୍ର ବିଭାଗ ସହକାରୀ ସଚିବ ଆଲିସ୍‌ ଓ୍ବେଲ୍ସ କହିଛନ୍ତି। ଉଭୟ ପକ୍ଷ ଚାହିଁଲେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରସ୍ତାବ ଦେଇଥିଲେ। ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟସ୍ଥତା ଚାହୁଁ ନ ଥିବା ସ୍ପଷ୍ଟ କରିଦେଇଛନ୍ତି। ତେଣୁ ଆଲୋଚନା ମାଧ୍ୟମରେ ସ୍ଥିତିରେ ସୁଧାର ଆଣିବାକୁ ହେଲେ ଇସ୍‌ଲାମାବାଦକୁ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଓ୍ବେଲ୍ସ କହିଛନ୍ତି।
ମୁସଲମାନ ସମ୍ପ୍ରଦାୟ ବିପଜ୍ଜନକ ସ୍ଥିତିରେ ଥିବାବେଳେ ସେଥିପାଇଁ ଚିନ୍ତା ନ କରି କେବଳ କଶ୍ମୀରୀ ମୁସଲମାନଙ୍କ ମାନବାଧିକାର ଉଲ୍ଲଂଘନକୁ ନେଇ ବିବ୍ରତ କାହିଁକି। ଜିନ୍‌ଜିଆଙ୍ଗ ପ୍ରଦେଶରେ ୧୦ ଲକ୍ଷ ଉଇଘୁର ଓ ଅନ୍ୟ ତୁର୍କୀ ଭାଷାଭାଷୀ ମୁସଲମାନଙ୍କୁ ଅଟକ ରଖିଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସେମାନଙ୍କ ସମ୍ପର୍କରେ କିଛି ନ କହିବା ଘଟଣାକୁ ଓ୍ବେଲ୍ସ ନିନ୍ଦା କରିଛନ୍ତିି।


All Right Reserved By Dharitri.Com

ହଂକଂ ସୁରକ୍ଷା ବିଲ୍‌କୁ ଚାଇନାର ମଞ୍ଜୁରୀ

ବେଜିଂ/ହଂକଂ,୨୯ା୫: ଚାଇନା ପାର୍ଲାମେଣ୍ଟ ଗୁରୁବାର ହଂକଂ ସୁରକ୍ଷା ବିଲ୍‌କୁ ମଞ୍ଜୁରୀ ଦେଇଛି। ବେଜିଂର କ୍ଷମତାକୁ ଦୁର୍ବଳ କରିବା ଏହି ବିବାଦୀୟ ଆଇନ ଅନୁସାରେ ଅପରାଧ ବିବେଚିତ...

ଦୁର୍ଘଟଣା ପୂର୍ବରୁ ୩ ଥର ଝଟକା ଦେଇଥିଲା ବିମାନ

କରାଚୀ/ଇସ୍‌ଲାମାବାଦ, ୨୪।୫(ପି.ଟି.): ପାକିସ୍ତାନର କରାଚୀଠାରେ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ୯୯ ଯାତ୍ରୀଙ୍କ ମଧ୍ୟରୁ ୯୭ ଜଣ ପ୍ରାଣ ହରାଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ୨ ଜଣ...

୪୫ ମିନିଟ୍‌ରେ ହେବ କରୋନା ଚିହ୍ନଟ: ଆମେରିକା ଦେଲା ଅନୁମତି

ଓ୍ବାଶିଂଟନ,୨୨।୩: ମହାମାରୀ କରୋନା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାର ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ଆମେରିକା ଅନୁମତି ଦେଇଛି। ମାତ୍ର ୪୫ ମିନିଟ୍‌...

ଗରିବ ଦେଶରୁ ବନ୍ଦ ରହିବ ଋଣ ଆଦାୟ: ଜି-୨୦ ବୈଠକରେ ନିଷ୍ପତ୍ତି

ଜୋହାନ୍ସବର୍ଗ,୧୬ା୪: କରୋନା ଯୋଗୁ ସାରା ବିଶ୍ୱ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଗରିବ ଦେଶଗୁଡ଼ିକ ନେଇଥିବା ଋଣ ପରିଶୋଧ ପାଇଁ ଅଧିକ ସମୟ ଦେବାକୁ ଜି-୨୦...

୨୦ରୁ ଊର୍ଦ୍ଧ୍ୱ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଆୟର୍ଲାଣ୍ଡ୍‌, ଡେନମାର୍କ,...

କୋଭିଡ୍‌-୧୯ ମାନବ ଜାତିର ଶତ୍ରୁ: ଡବ୍ଲ୍ୟୁଏଚ୍‌ଓ

ଜେନେଭା/ବର୍ଲିନ,୧୯ା୩ (ଏଏଫ୍‌ପି): କାରୋନା ଭୂତାଣୁ ସାରା ମାନବ ଜାତିର ଶତ୍ରୁ ବୋଲି କହିଛନ୍ତି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ୍‌। ତେଣୁ...

୧୮ ବର୍ଷ ପରେ ଫେରୁଛି ଆମେରିକା ସେନା

୨୦୦୧ରୁ ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସେନା ଉପସ୍ଥିତ ରହିଛନ୍ତି। ଯୁଦ୍ଧରେ ୨୪୦୦ ଆମେରିକା ସୈନ୍ୟ ପ୍ରାଣ ହରାଇଥିବାବେଳେ ଆଫଗାନିସ୍ତାନର ୧୦ ହଜାରରୁ ଊର୍ଦ୍ଧ୍ୱ ଯବାନ...

ଇରାନ ଖସାଇଲା ଆମେରିକା ଡ୍ରୋନ୍‌

ତେହେରାନ,୨୦ା୬: ଆମେରିକା ସହ ଆଣବିକ ଚୁକ୍ତିନାମା ରଦ୍ଦ ହେବା ପରେ ତେହେରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାନର ରିଭଲ୍ୟୁଶନାରି ଗାର୍ଡ (ଆଇଆର୍‌ଜି)...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *