ଗ୍ରାସୀମର ପୂର୍ବତନ ସୁରକ୍ଷା ଅଧିକାରୀଙ୍କୁ ମିଳିଲା ଜାମିନ

ଛତ୍ରପୁର,୨୮ା୯(ଡି.ଏନ.ଏ.)-ବଳାତ୍କାର ଉଦ୍ୟମ ମାମଲାରେ ଗିରଫ ହୋଇ ଛତ୍ରପୁର ସବ୍‌ ଜେଲରେ ଥିବା ଗଞ୍ଜାମସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ର ପୂର୍ବତନ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାସ ଶୁକ୍ରବାର ଜାମିନରେ ମୁକୁଳିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏସ୍‌ଡିଜେଏମ୍‌ କୋର୍ଟରେ ୨୦ ହଜାର ଟଙ୍କା ଓ ୨ ଜଣ ଜାମିନଦାରଙ୍କ ଜରିଆରେ ତାଙ୍କୁ ଜାମିନ୍‌ ମିଳିଛି ା ପୋଲିସ ତଦନ୍ତରେ ସହଯୋଗ କରିବା, ଅଭିଯୋଗକାରୀଙ୍କୁ ଧମକ ନ ଦେବା ଏବଂ ଏପରି କାର୍ଯ୍ୟରେ ଆଉ ଲିପ୍ତ ନ ହେବାକୁ କୋର୍ଟ ତାଙ୍କ ଉପରେ ସର୍ତ୍ତ ରଖିଛନ୍ତି। ଗତ ମେ ୨୫ ତାରିଖରେ କାମ ଦେବା ନାଁରେ ଗ୍ରାସୀମ ଇଣ୍ଡଷ୍ଟ୍ରୀଜ୍‌ର ତତ୍କାଳନୀ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ ବଳାକତ୍ାର ଉଦ୍ୟମ କରିଥିବା ନେଇ ଜଣେ ମହିଳା ଗଞ୍ଜାମ ଥାନାରେ ଏତଲା ଦେଇଥିଲେ ା ଏହାକୁ ଭିତ୍ତିକରି ପୋଲିସ ମାମଲା (ନଂ.୪୨/୧୯) ରୁଜୁ କରିଥିଲେ ମଧ୍ୟ ସଞ୍ଜୟଙ୍କୁ ଗିରଫ କରିପାରି ନ ଥିଲା ା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୫ ତାରିଖରେ ଛତ୍ରପୁର ଏସଡିଜେଏମ୍‌ କୋର୍ଟରେ ସଞ୍ଜୟ ଆମତ୍ସମର୍ପଣ କରିଥିଲେ। ସେ ସମୟରେ ତାଙ୍କ ଜାମିନ୍‌ ଆବେଦନ ଛତ୍ରପୁର ଏସଡିଜେଏମ୍‌ ଓ ଏଡିଜେ କୋର୍ଟରେ ଖାରଜ ହୋଇଥିଲା ା


All Right Reserved By Dharitri.Com

ନିଖୋଜ ମହିଳାଙ୍କ ମୃତଦେହ ପୁଣେରୁ ଉଦ୍ଧାର, ହତ୍ୟା ସନ୍ଦେହ

ପାତ୍ରପୁର,୨୧ା୪(ଡି.ଏନ.ଏ.)-ଆନ୍ଧ୍ରପ୍ରଦେଶ ମଞୁଷାଗଡ଼ ମହାଦେଇପୁର ଗ୍ରାମରେ ବିବାହ କରିଥିବା କେ. ନୂଆଗଁା ଫାଣ୍ଡି ବୀରସିଂହଲକ୍ଷ୍ଣୀନାରାୟଣପୁର ଗ୍ରାମର ପୀତାମ୍ବର ପ୍ରଧାନଙ୍କ ଝିଅ ପ୍ରିୟଙ୍କା(୨୦) ଗତ ମାର୍ଚ୍ଚ ୧୧ରେ ଜରଡ଼ା...

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଆହତ

ଆସିକା,୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ନିକଟରେ ସୋମବାର ଭୋର ସମୟରେ ଆସିକା ପୋଲିସ ପକ୍ଷରୁ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ...

ନାବାଳିକାଙ୍କୁ ଅପହରଣ ପରେ ନିର୍ଯାତନା : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର,୧୬।୧୦: ଗଞ୍ଜାମ ଜିଲା ଗୋଷାଣିନୂଆଗାଁର ଜନୈକା ନାବାଳିକାଙ୍କୁ ଅପହରଣ ପରେ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରିବା ସହ ଅପହୃତା...

କାମଦେଲା ଉପ ଜିଲାପାଳଙ୍କ ନିର୍ଦ୍ଦେଶ: ଜବରଦଖଲ ଉଚ୍ଛେଦ, ଡ୍ରେନ୍‌ ସଫା ଆରମ୍ଭ

ଭଞ୍ଜନଗର,୨୫।୬(ଡି.ଏନ.ଏ.)- ଭଞ୍ଜନଗର ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ କିଛିମାସ ହେଲା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତଥାପି ଏନ୍‌ଏସି ପ୍ରଶାସନ ଏହାର ସୁଧାର ପାଇଁ...

୪୮୩ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ

ଭଞ୍ଜନଗର,୧୮।୪(ଡି.ଏନ.ଏ)- ଯେଉଁ ଅଞ୍ଚଳରେ ଚାଷ ଜମିକୁ କେନାଲ ପାଣି ସୁବିଧା ନାହିଁ, ସେଠି ବୃହତ୍‌ ଉଠା ଜଳସେଚନ ମାଧ୍ୟମରେ ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ...

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି

ବ୍ରହ୍ମପୁର ଅଫିସ,୨୩ା୫: କିଛିଦିନର ନୀରବତା ପରେ ପୁଣି ଥରେ ବ୍ରହ୍ମପୁରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଗୁରୁବାର ସାଧାରଣ ନିର୍ବାଚନର ଭୋଟ ଗଣତି ହେବାକୁ ଥିବାବେଳେ...

ଜୁଆ ଆଡ୍ଡାରେ ଚଢାଉ, ୭ ଗିରଫ

ଦିଗପହଣ୍ଡି/ଚିକିଟି,୭ା୧୦(ଡି.ଏନ୍‌.ଏ.)- ଦିଗପହଣ୍ଡି ନିକଟ ନୂଆପଡ଼ା ଗ୍ରାମ ଖାଡିସାହି କୋଠ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ କେ. ନୂଆଗଁା ଥାନା ଏସ୍‌ଆଇ ଜ୍ଞାନ ରଞ୍ଜନ ସେଠି,...

ଚିନ୍ମୟଙ୍କ ଅଭିଶପ୍ତ ଜିଭ

ବ୍ରହ୍ମପୁର ଅଫିସ୍‌,୨୩।୬-ପୁଅ ଜନ୍ମ ବେଳେ ଘରେ କେତେ ଆନନ୍ଦ । ସାହି ପଡ଼ିଶାରେ ମିଠା ବଣ୍ଟାଯାଇଥିଲା । ପ୍ରଥମ ସନ୍ତାନ, ଏଣୁ ଘରେ ଭୋଜିଭାତର ଆସର...

Leave a comment

Your email address will not be published. Required fields are marked *