ତୈଳ ପରିବହନ ଖର୍ଚ୍ଚରେ ଅଚାନକ ୨୮% ବୃଦ୍ଧି; ଆହୁରି ବଢ଼ିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୨୮-୯: ସୌଦି ଆରବର ଆରାମ୍‌କୋ ତୈଳ ପ୍ଲାଣ୍ଟରେ ଡ୍ରୋନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ(କ୍ରୁଡ୍‌) ଦର ହଠାତ ବଢ଼ିଯାଇଛି। ଫଳସ୍ବରୂପ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ନିଆଁ ଲାଗିଛି। ତେବେ ଆଗାମୀ ଦିନରେ ଏହି ନିଆଁ ଆହୁରି କୁହୁଳିବାକୁ ଯାଉଛି। ଚାଇନାର ସର୍ବବୃହତ ତୈଳ ପରିବହନକାରୀ କମ୍ପାନୀ କସ୍‌କୋ ଉପରେ ଆମେରିକା ଦ୍ୱାରା କଟକଣା ଜାରି କରିଯିବାକୁ ଏହାର କାରଣ ବୋଲି କୁହାଯାଉଛି। ଏହି କାରଣରୁ ଏବେ ମିଡିଲ ଇଷ୍ଟ୍‌ରୁ ଏସିଆକୁ ଅଶୋଧିତ ତୈଳ ପରିବହନ ଭଡା ଶୁକ୍ରବାର ଅଚାନକ ୨୮% ବଢ଼ିଯାଇଛି।
ନ୍ୟୁଜ୍‌ ଏଜେନ୍ସି ରଏଟର୍ସର ରିପୋର୍ଟ ମୁତାବକ ଇରାନର ତେଲକୁ କସ୍‌କୋ କମ୍ପାନୀ ଅନ୍ୟ ରାଷ୍ଟ୍ରକୁ ପରିବହନ କରୁଥିଲା ବୋଲି ଆମେରିକା ଅଭିଯୋଗ କରିଛି। ଏହା ଆମେରିକାର କଟକଣାକୁ ଉଲ୍ଲଂଘନ କରିଥିବା କୁହାଯାଉଛି। କସ୍‌କୋର ଦୁଇଟି ୟୁନିଟ୍‌ ଓ ଅନ୍ୟ କେତେକ କମ୍ପାନୀ ବିରୋଧରେ ଆମେରିକା ପକ୍ଷରୁ କଟକଣା ଜାରି କରାଯାଇଛି। ଉଲ୍ଲେଖ କରାଯାଇପାରେ ଯେ, ଅଶୋଧିତ ତୈଳ ପରିବହନ କ୍ଷେତ୍ରରେ କସ୍‌କୋ ବିଶ୍ୱର ସର୍ବବୃହତ କମ୍ପାନୀ। ଏହା ନିକଟରେ ୫୦ରୁ ଅଧିକ ସୁପର ଟ୍ୟାଙ୍କର ରହିଛି। ସିଙ୍ଗାପୁରସ୍ଥିତ ଜଣେ ତୈଳ ବ୍ୟବସାୟୀଙ୍କ ପକ୍ଷରୁ କୁହାଯାଇଛି ଯେ, କସ୍‌କୋ ଉପରେ କଟକଣା ଲାଗୁ ହେବା ପରେ ତୈଳ କିଣୁଥିବା ଦେଶଗୁଡ଼ିକ ନିଜର ଅଶୋଧିତ ତେଲ ପରିବହନ ପାଇଁ ସୁପର ଟ୍ୟାଙ୍କର ଅଥବା ଅତି ବୃହତ କ୍ରୁଡ୍‌ କ୍ୟାରିୟର ଭଡ଼ା ନେବାକୁ ବ୍ୟଗ୍ର ହୋଇ ଉଠିଛନ୍ତି। ଫଳରେ ମିଡିଲ ଇଷ୍ଟ୍‌ରୁ ଉତ୍ତର ଏସିଆକୁ ତେଲ ପରିବହନ ଭଡ଼ା ରାତାରାତି ୧୯% ବୃଦ୍ଧି ପାଇଛି। ଫଳରେ ପ୍ରତ୍ୟେକ ତେଲ ଜାହାଜ ଭଡ଼ା ବାବଦରେ ତୈଳ କ୍ରେତା ଦେଶଗୁଡ଼ିକ ଅତିରିକ୍ତ ୬ ଲକ୍ଷ ଡଲାର ଖର୍ଚ୍ଚ କରିବାକୁ ହେବ। ତୈଳ ଶିଳ୍ପ ସୂତ୍ରରୁ ପ୍ରକାଶ ଯେ, ମଧ୍ୟପୂର୍ବରୁ ଭାରତର ପଶ୍ଚିମ ତଟ ପର୍ଯ୍ୟନ୍ତ ଅକ୍ଟୋବର ଦ୍ୱିତୀୟ ସପ୍ତାହର ଭଡ଼ା ୨୮% ବୃଦ୍ଧି ପାଇଛି। କାରଣ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ ଦୁଇଟି ସୁପର ଟ୍ୟାଙ୍କର ଭଡ଼ା ନିଆଯାଇଛି। ଏସିଆରେ ସର୍ବାଧିକ ଅଶୋଧିତ ତେଲ କିଣୁଥିବା ତାଇଓ୍ବାନର ପେଟ୍ରୋକେମିକାଲ କମ୍ପାନୀ ଫରମୋସା ପେଟ୍ରୋକେମିକାଲର ମୁଖପାତ୍ର କେ.ଓ୍ବାଇ ଲିନ୍‌ କହିଛନ୍ତି ଯେ, ବଜାରରେ ଏବେ ଭୟ ଖେଳି ଯାଇଛି। ରିଫାଇନେରି କମ୍ପାନୀଗୁଡ଼ିକ ପ୍ରତିଷେଧାମତ୍କ ପଦକ୍ଷେପ ନେଉଛନ୍ତି। କସ୍‌କୋ ବିରୋଧରେ କଟକଣା ଲାଗୁ କରିବା ଯୋଗୁ ଏହା କେତେ ମାତ୍ରାରେ ପରିବହନକୁ ପ୍ରଭାବିତ କରୁଛି, ସେ ସମ୍ପର୍କରେ ତର୍ଜମା ହେଉଛି ବୋଲି ଲିନ୍‌ କହିଛନ୍ତି। ସୌଦି ଡ୍ରୋନ୍‌ ଆକ୍ରମଣ ପରେ ଦେଶରେ ପେଟ୍ରୋଲ ଲିଟର ପିଛା ଦର ପ୍ରାୟ ୭୩ ଟଙ୍କା ଟପିଲାଣି। ଡିଜେଲ ଦର ମଧ୍ୟ ୭୨ ଟଙ୍କା ଟପିଛି। ଏପରିପ୍ରେକ୍ଷୀରେ ତୈଳ ପରିବହନ ଖର୍ଚ୍ଚ ବଢ଼ିଲେ ଦେଶର ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢ଼ାଇବାକୁ ବାଧ୍ୟ ହେବେ ଏଥିରେ ସନ୍ଦେହ ନାହିଁ।


All Right Reserved By Dharitri.Com

ଧାରା ୩୭୦ ଉଚ୍ଛେଦକୁ ଶିଳ୍ପ ଜଗତର ସ୍ବାଗତ

ନୂଆଦିଲ୍ଲୀ,୬-୮: ସମ୍ବିଧାନର ଧାରା ୩୭୦ ଦ୍ୱାରା ଜମ୍ମୁ କଶ୍ମୀରକୁ ପ୍ରଦାନ କରାଯାଇଥିବା ସ୍ବତନ୍ତ୍ର ମାନ୍ୟତା ଉଚ୍ଛେଦ ନେଇ କେନ୍ଦ୍ର ସରକାର ସୋମବାର ଘୋଷଣା କରିଥିବା ବେଳେ...

ରିଲାଏନ୍ସ ଡିଜିଟାଲର ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ

ଭୁବନେଶ୍ୱର,୬-୧୦: ରିଲାଏନ୍ସ ଡିଜିଟାଲ ପକ୍ଷରୁ ପାର୍ବଣ ଉପଲକ୍ଷେ ଫେଷ୍ଟିଭାଲ ଅଫ୍‌ ଇଲେକଟ୍ରୋନିକ୍ସ ଶୁଭାରମ୍ଭ ହୋଇଛି। ଏହି ସମୟରେ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ଗ୍ରାହକମାନେ ଆକର୍ଷଣୀୟ...

୧୧ ବର୍ଷରେ ବ୍ୟାଙ୍କକୁ ଦିଆଯାଇଛି ୩.୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ବିଗତ ୧୧ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୩.୧୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ସୋମବାର ପାର୍ଲାମେଣ୍ଟରେ ପ୍ରକାଶ କରିଛନ୍ତି। ରାଷ୍ଟ୍ରାୟତ୍ତ...

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିର କୁପ୍ରଭାବ ଯୋଗୁ ସଙ୍କଟରେ ସୁନ୍ଦରଗଡ଼ ଜିଲାର ଷ୍ଟିଲ୍‌ ଶିଳ୍ପ

ରାଉରକେଲା ଅଫିସ, ୧୩।୨-ଷ୍ଟିଲ ଉତ୍ପାଦନ କରୁଥିବା ସହର ଭାବେ ରାଉରକେଲା ବେଶ୍‌ ପରିଚିତ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲାରେ ଛୋଟବଡ଼ ଷ୍ଟିଲ ଶିଳ୍ପ କାରଖାନା ଗଢିଉଠିଛି।...

ବିକ୍ରି ବୃଦ୍ଧି ଲାଗି ଅଟୋମୋବାଇଲ କମ୍ପାନୀଙ୍କ ଭାରି ଡିସ୍‌କାଉଣ୍ଟ ଯୋଜନା

ନୂଆଦିଲ୍ଲୀ,୮-୯: ମାନ୍ଦାବସ୍ଥା ମାଡ଼ର ସାମ୍ନା କରୁଥିବା ଅଟୋ ଉଦ୍ୟୋଗ ସରକାରଙ୍କ ଠାରୁ ସହାୟତା ପାଇବା ଅପେକ୍ଷାରେ ରହିଛନ୍ତି। କିନ୍ତୁ ସେମାନେ ନିଜ ଆଡୁ ଏହି ପରିସ୍ଥିତିର...

ମାଲ୍ୟାଙ୍କ ସମ୍ପତ୍ତି ଜବତକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୧୨।୭ : ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବମ୍ବେ ହାଇକୋର୍ଟରୁ ଗୁରୁବାର ଜୋରଦାର ଝଟକା ଲାଗିଛି। ସମ୍ପତ୍ତି ଜବତ ଉପରେ କଟକଣା ଲାଗୁ କରିବା...

ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତିଙ୍କ ଆହ୍ବାନ

ମୁମ୍ବାଇ,୬-୧୦: ଘରୋଇ ବଜାରରେ ଦାୟିତ୍ୱବାନ ବାଣିଜ୍ୟ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆହ୍ବାନ ଜଣାଇଛନ୍ତି। ଭାରତକୁ ନିବେଶର ଏକ ଗନ୍ତବ୍ୟସ୍ଥଳ ଭାବେ ଗଢି ତୋଳିବା...

ସାଧାରଣ ବୀମା କମ୍ପାନୀଙ୍କୁ ମିଳିପାରେ ପୁଞ୍ଜି

ମୁମ୍ବାଇ,୧୩-୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଗାମୀ ବଜେଟରେ ସାଧାରଣ ବୀମା କମ୍ପାନୀଗୁଡିକ ଲାଗି ଦ୍ୱିତୀୟ ପର୍ଯ୍ୟାୟ ପୁଞ୍ଜି ଘୋଷଣା କରିପାରନ୍ତି। କମ୍ପାନୀଗୁଡିକର ଆର୍ଥତ୍କ ସ୍ବାସ୍ଥ୍ୟରେ ଉନ୍ନତି...

Leave a comment

Your email address will not be published. Required fields are marked *