ବୋନସ ଦାବିରେ ଟାଟା ଖଣିକୁ ଘେରିଲେ ଶ୍ରମିକ: ସ୍ଥିତି ନିୟନ୍ତ୍ରଣ କଲା ପୋଲିସ

ଯୋଡ଼ା ୨୭।୯ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ବିଛାକୁଣ୍ଡି ଠାରେ ଟାଟା କମ୍ପାନୀର ମାଙ୍ଗାନିଜ ଖଣିକୁ ଶତାଧିକ ଶ୍ରମିକ ବୋନସ ଦାବିରେ ଘେରାଉ କରିଛନ୍ତି। ଏହା ସହିତ ଟାଟା କମ୍ପାନୀ ଦ୍ୱାରା ନିଯୁକ୍ତ ଠିକାସଂସ୍ଥା ଶ୍ରମିକମାନଙ୍କୁ ଶୋଷଣ କରୁଛି ବୋଲି ସେମାନେ ଖବରଦାତାଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରୁ ଜଣାପଡିଛି ଯେ, ଶୁକ୍ରବାର ଅପରାହ୍ନରେ ବୋନସ ଦାବି କରି ପ୍ରାୟ ୮ଶହରୁ ଊର୍ଦ୍ଧ୍ୱ ଶ୍ରମିକ ଟାଟା କମ୍ପାନୀର ବିଛାକୁଣ୍ଡିସ୍ଥିତ ଖଣି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଟାଟା କମ୍ପାନୀ ଦ୍ୱାରା ନିଯୁକ୍ତ ଖଣି ଠିକାଦାର ସଂସ୍ଥା କରୋନେଶନ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍‌ ଟାଟା ଖଣିରେ କାର୍ଯ୍ୟ କରୁଥିବା ଖଣି ଶ୍ରମିକ ମାନଙ୍କୁ ଶତକଡା ୮.୩୩ ବୋନସ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିରେ ଶ୍ରମିକମାନେ ଆପତ୍ତି ଏବଂ ଅଭିଯୋଗ କରିଥିଲେ। ଠିକାସଂସ୍ଥା କିନ୍ତୁ ଏହି ଆପତ୍ତି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଥିଲା । ଫଳରେ ଶ୍ରମିକ ଅଶାନ୍ତି ଉଗ୍ରରୂପ ଧାରଣ କରିଥିଲା। ପରିସ୍ଥିତି ଅଣାୟାତ୍ତ ହେବାରୁ ଯୋଡା ପୋଲିସ ଆଇଆଇସି ବିଜୟକୃଷ୍ଣ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଖଣିରେ କାର୍ଯ୍ୟ କରୁଥିବା ମହିଳା ଶ୍ରମିକ ଲକ୍ଷ୍ମୀ ଓରାମ, ନନିତା ମୁଣ୍ଡା, ନିରୂପମା ପାତ୍ର, ମକର ଓରାମ୍‌, କୁଲିଆ ନାଏକ କହିଛନ୍ତି ଯେ, ଠିକା ମଜୁରିଆ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ କେନ୍ଦ୍ର ସରକାରଙ୍କର ଧାର୍ଯ୍ୟ ପାଉଣା ଦିଆଯାଉନାହିଁ। ନିକଟରେ ଥିବା ଅନ୍ୟ ଖଣି କମ୍ପାନୀ ଓ ଠିକାସଂସ୍ଥା ମାନେ ବୋନସ ପ୍ରାୟ ଶତକଡା ୨୪ ପ୍ରତିଶତ ଦେଉଥିବା ବେଳେ ବିଛାକୁଣ୍ଡିର ଏହି ଠିକାସଂସ୍ଥା ଶ୍ରମିକମାନଙ୍କୁ ବିଭିନ୍ନ ଆଳ ଦେଖାଇ ଠକି ଚାଲିଛି। ଅନ୍ୟପକ୍ଷରେ ଟାଟା କମ୍ପାନୀର କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ କରୋନେସନ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍‌ ଠିକାସଂସ୍ଥାର ଶ୍ରମିକମାନେ ଶତକଡା ୨୦ ରୁ ୨୫ ପ୍ରତିଶତ ବୋନସ ଦାବି କରି ବିକ୍ଷୋଭ କରିଥିଲେ । ହେଲେ ସରକାରଙ୍କର ବୈଧାନିକ ନିୟମ ଅନୁଯାୟୀ ଠିକାସଂସ୍ଥା ଶତକଡା ୮.୩୩ ପ୍ରତିଶତ ବୋନସ ପୈଠ କରିବାର ନିଷ୍ପତ୍ତି ନେଇଛି। ବଜାର ମାନ୍ଦା ଥିବାରୁ ଏହାର ପ୍ରଭାବ ଖଣି କ୍ଷେତ୍ରରେ ପଡିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


All Right Reserved By Dharitri.Com

ରାଜ୍ୟ ପ୍ରଶାସନରେ ଅଦଳବଦଳ: ଅସିତଙ୍କୁ କେବିକେ ପ୍ରଶାସନର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ରାଜ୍ୟ ଶୀର୍ଷସ୍ତରୀୟ ପ୍ରଶାସନରେ ବ୍ୟାପକ ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ର ଅନୁମୋଦନ କ୍ରମେ ସାଧାରଣ ପ୍ରଶାସନ(ଜିଏ) ବିଭାଗ ପକ୍ଷରୁ ଏନେଇ...

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଗୁରୁତର, ପିସ୍ତଲ ଜବତ୍‌

ବଲାଙ୍ଗୀର ଅଫିସ, ୧୭ା୬:  ବଲାଙ୍ଗୀର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ମହୀମୁଣ୍ଡା-ଦୁହେଲ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣାଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଛି। ଏଥିରେ ସୀତାରାମ...

ଧାନ ଗଦା ଜଳିଗଲା

ଦିଗପହଣ୍ଡି,୧୦ା୧୨(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ପୋଡାବାଡି ଗାଁରେ ମଙ୍ଗଳବାର ସକାଳେ ଚାଷୀ ସୋମନାଥ ଦଳେଇଙ୍କ ୧୦ ଭରଣ ଜମିିର ଧାନ ଗଦା ଜଳିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି...

୩୨ ଓଇଏସ୍‌ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ୱର, ୧୫-୧(ବ୍ୟୁରୋ): ଓଡ଼ିଶା ଏଜୁକେଶନ ସର୍ଭିସ(ଓଇଏସ୍‌)ର ୩୨ ଅଧିକାରୀଙ୍କ ପଦୋନ୍ନତି କରାଯାଇଛି। ମଙ୍ଗଳବାର ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି...

କେନ୍ଦ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ

କଟକ ଅଫିସ,୨୩ା୧: ଚୌଦ୍ୱାରସ୍ଥିତ ଇଣ୍ଡିଆନ ମେଟାଲ୍‌ସ ଆଣ୍ଡ ଫେରୋ ଆଲଏଜ୍‌ (ଇମ୍ଫା) କମ୍ପାନୀ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ...

ଟ୍ରକ୍‌ ଧକ୍କାରେ ହାତୀର ଜୀବନଗଲା

ଢେଙ୍କାନାଳ ଅଫିସ୍‌, ୩୦।୧: ଢେଙ୍କାନାଳ ଜିଲା ଓଡପଡା ବ୍ଲକ ପୋଡାପଡା ଛକ ଏନଏଚ-୫୫ରେ ଗୁରୁବାର ଭୋରୁ ଟ୍ରକ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଛି। ଟ୍ରକ...

ଶୁଚିସ୍ମିତା ମନ୍ତ୍ରୀ ହେଲେ ସାହିତ୍ୟ ଏକାଡେମୀ ସଚିବ

ଭୁବନେଶ୍ୱର,୨।୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ଶୁଚିସ୍ମିତା ମନ୍ତ୍ରୀ। ପୂର୍ବତନ...

ଆସିକା: ସ୍କୁଲରେ ବିସ୍ଫୋରଣ, ୨ ଛାତ୍ର ଗୁରୁତର

ଆସିକା, ୨୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ମାଗୁରା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ସକାଳ...

Leave a comment

Your email address will not be published. Required fields are marked *