ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାଟୁ କରୁନି: ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲଙ୍କ ରାଜ

ଖୋର୍ଦ୍ଧା ଅଫିସ,୨୭ା୯: ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ମଧ୍ୟସ୍ଥ ଓ ଦଲାଲଙ୍କୁ ହଟାଇବାକୁ ଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ତେବେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାଟୁ କରୁନି। ବିଭିନ୍ନ ଘରୋଇ ମେଡିକାଲ ପକ୍ଷରୁ ନିୟୋଜିତ ଦଲାଲ ଓ ମଧ୍ୟସ୍ଥମାନେ କେତେଜଣ ଡାକ୍ତରଙ୍କ ସହ ହାତ ମିଳାଇ ରୋଗୀଙ୍କୁ ଲୁଟିବାରେ ଲାଗିଛନ୍ତି। ବେଶି ହଇରାଣ ହେଉଛନ୍ତି ଗର୍ଭବତୀମାନେ। ବିନା ହାତଗୁଞ୍ଜାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ମିଳୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ଜିଲା ପରିଷଦ ବୈଠକରେ ବିଭିନ୍ନ ସମୟରେ ଉଦ୍‌ବେଗ ପ୍ରକାଶ ପାଇଥିଲେ ମଧ୍ୟ ପ୍ରମାଣ ନ ଥିବା ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେଉନାହିଁ। ଫଳରେ ହାତଗୁଞ୍ଜା ଦେଇ ପାରୁ ନ ଥିବା ଅଧିକାଂଶ ଗର୍ଭ ଯନ୍ତ୍ରଣା ପାଉଥିବା ମହିଳାମାନଙ୍କୁ ରେଫର କରି ଦିଆଯାଉଛି। କିନ୍ତୁ ଦଲାଲମାନେ ଏମାନଙ୍କୁ ଭଲ ସ୍ବାସ୍ଥ୍ୟସେବା ଓ କମଖର୍ଚ୍ଚ ହେବାର ପ୍ରଲୋଭନ ଦେଖାଇ ବେସରକାରୀ କ୍ଲିନ୍‌ିକକୁ ନେଇ ଯାଉଛନ୍ତି। ଯେଉଁ ଡାକ୍ତର ଗୁରୁତର କହି ରେଫର କରିଥିଲେ ସେ କାର୍ଯ୍ୟ ଦିବସରେ ମଧ୍ୟ ବେସରକାରୀ କ୍ଲିନିକ୍‌କୁ ଯାଇ ଅସ୍ତ୍ରୋପଚାର କରୁଛନ୍ତି। ଏପରି କି ଘରୋଇ କ୍ଲିନିକ୍‌ରେ ଭଲ ସ୍ବାସ୍ଥ୍ୟ ସେବା କମ ଖର୍ଚ୍ଚ ଚିକିତ୍ସା ସ୍ବପ୍ନ ହୋଇ ରହିଯାଉଛି। ଗର୍ଭବତୀ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଭଲ ସେବା ନ ପାଇ ବେଳେବେଳେ ନବଜାତ ଶିଶୁ ଓ ପ୍ରସୂତି ମଧ୍ୟ ପ୍ରାଣ ହରାଇବାର ନଜିର ରହିଛି। ଏପରି କି କେତେଜଣ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଫାଇଲ ମଧ୍ୟ ଶୀତଳଭଣ୍ଡାରରେ ପଡି ରହିଛି, ଯାହାର ନଜିର ୨୦୧୭ରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ଦ୍ୱାରା ପୋଡାଡିହର ଜଣେ ନବଜାତ ଶିଶୁପୁତ୍ର ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଥିଲେ। ଏପରି ଘଟଣା ଥରେ ନୁହେଁ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରତିକାର ନାହିଁ।


All Right Reserved By

ଚିକିତ୍ସାଳୟରେ ଔଷଧିୟ ବୃକ୍ଷଚାରା ରୋପଣ

ବରଗଡ଼ ଅଫିସ୍‌,୧୪।୭ – ବରଗଡ଼ ସହର ଉପକଣ୍ଠ ନାଗେନପାଲିସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ପରିସରରେ ଶନିବାର ଔଷଧିୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ: ବିନା ବ୍ୟାଟେରି, ବିଦ୍ୟୁତ୍‌ରେ ବାଜୁଛି ରେଡିଓ

ପୁରୀ ଅଫିସ,୨୬ା୫: ବର୍ତ୍ତମାନ ରେଡିଓର ଆଉ ଚାହିଦା ନାହିଁ। ଟିଭି, ମୋବାଇଲ ଯୁଗରେ ରେଡିିଓ ଏକପ୍ରକାର ଅଦରକାରୀ ହୋଇପଡ଼ିଛି। ହେଲେ ଏମିତି ଅଲୋଡ଼ା ପଡିଥିବା ଏକ...

ଛେଣ୍ଡିପଦା ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଛେଣ୍ଡିପଦା,୯।୮(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରକଳ୍ପ ଗୁଡିକୁ ଶୁକ୍ରବାର ବିଧାୟକ ସୁଶାନ୍ତ କୁମାର ବେହେରା ଉଦଘାଟ୍‌ନ କରିଛନ୍ତି। ‘ଆମ ଗାଁ ଆମ...

ମା’ମାନେ ସଶକ୍ତ ହେଲେ ଦେଶ ସଶକ୍ତ ହେବ; ମହିଳାମାନଙ୍କୁ ଗ୍ୟାସ ବଣ୍ଟନ

ନୂଆପଡା ଅଫିସ,୧୫ା୮: ମାତୃଶକ୍ତି ମହାନ ଶକ୍ତି । ମା’ମାନେ ସଶକ୍ତ ହେଲେ ଦେଶ ଆଗକୁ ଯିବ ବୋଲି ମତପ୍ରକାଶ ପାଇଛି । ସ୍ଥାନୀୟ ସାରାବଙ୍ଗ ଗ୍ରାମପଞ୍ଚାୟତ...

୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳରେ କାୟା ବିସ୍ତାର କଲାଣି ଧଳା ଜହର ଚେର। ଶନିବାର ସ୍ଥାନୀୟ ବାଜିଚୌକଠାରୁ ଅବକାରୀ ବିଭାଗ ଏବଂ ଟାଉନ ଥାନା ପୋଲିସ ଚଢ଼ାଉ...

ଟିପ୍ପର ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ଟିପ୍ପର ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ ଧର୍ମଶାଳା/ଜେନାପୁର,୧୩।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ...

ସତ୍ତା ହରାଇବ ବୈତାଳ ମନ୍ଦିର

ପୁରୁଣା ଭୁବନେଶ୍ୱର, ୧୮ା୭ (ଡି.ଏନ.ଏ.): ବର୍ଷାଋତୁ ଆରମ୍ଭ ହୋଇଯାଇଛି। ହେଲେ ମନ୍ଦିରମାଳିନୀ ଭୁବନେଶ୍ୱର ସହରରେ ଥିବା ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ଚିନ୍ତା ବିଭାଗକୁ ଘାରିଛି। ତେବେ କେନ୍ଦ୍ରୀୟ...

ଠେଙ୍ଗାରେ ପିଟି ପତ୍ନୀଙ୍କୁ ହତ୍ୟା: ସ୍ବାମୀ ଗିରଫ

ବାରିପଦା ଅଫିସ,୨୫।୫- ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ମାଧପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଏକ ଠେଙ୍ଗାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *