ବିକ୍ରମକୁ ପାଇଲାନି ନାସା, ଚେଷ୍ଟା ଜାରି ରଖିବ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୭।୯: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମକୁ ଖୋଜି ପାଇଲାନି ଆମେରିକୀୟ ମହାକାଶ ସଂସ୍ଥା ନାସା। ବିକ୍ରମକୁ ଖୋଜିବା ପାଇଁ ଅକ୍ଟୋବରରେ ମଧ୍ୟ ଚେଷ୍ଟା ଜାରି ରହିବ ବୋଲି ନାସା କହିଛି। ଚନ୍ଦ୍ରର ଦକ୍ଷିଣ ମେରୁର ୬୦୦ କିମି ଦୂରରେ ଲ୍ୟାଣ୍ଡର ବିକ୍ରମ ସଫ୍ଚ ଲ୍ୟାଣ୍ଡିଂ କରିବାକୁ ଯାଇ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେପ୍ଟେମ୍ବର ୧୭ରେ ନାସା ପକ୍ଷରୁ ଉକ୍ତ ସ୍ଥାନରେ ଫଟୋ ନେବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ସନ୍ଧ୍ୟା ସମୟ ଥିବାରୁ ଫଟୋ ସଠିକ୍‌ ଭାବେ ନିଆଯାଇ ପାରି ନ ଥିଲା। ଏହି କାରଣରୁ ବିକ୍ରମର ସନ୍ଧାନ କରାଯାଇପାରି ନ ଥିଲା। ପୁଣି ଥରେ ଅକ୍ଟୋବରରେ ବିକ୍ରମକୁ ଖୋଜାଯିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୭-୮ ତାରିଖରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରଠୁ ୨.୧ କିଲୋମିଟର ଦୂରରେ ଥିବାବେଳେ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ମିଶନ ଚନ୍ଦ୍ରଯାନ ୯୫ ପ୍ରତିଶତ ସଫଳ ହୋଇଛି ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଥିଲେ।


All Right Reserved By Dharitri.Com

ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କୁ ରକ୍ତଭରା ବିୟର୍‌ ବୋତଲ ପଠାଇଲେ ପ୍ରେମିକ

ଚେନ୍ନାଇ,୩୦।୮: ତାମିଲନାଡୁର ନଙ୍ଗନଲୁରରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ହାତ କାଟି ଆତ୍ମହତ୍ୟା କରିଛନ୍ତି। ଏହାପୂର୍ବରୁ ସେ ଏକ ବିୟର୍‌ ବୋତଲରେ...

ସିଏଏ ପ୍ରତ୍ୟାହାର କର:ରାଷ୍ଟ୍ରପତିଙ୍କୁ ଭେଟିଲେ ୧୨ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୧୮।୧୨(ପି.ଟି.):ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଏହାକୁ ନେଇ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ବିରୋଧରେ ପୋଲିସର ଦମନଲୀଳା ନିଆଁରେ ଘିଅ...

ମୋଦିଙ୍କ ଜନ୍ମଦିନକୁ ‘ସେବା ସପ୍ତାହ’ ଭାବେ ପାଳନ କରିବ ଭାଜପା

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ଚଳିତ ବର୍ଷ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ନିଆରା ଢଙ୍ଗରେ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ସେପ୍ଟେମ୍ବର...

୬ ମାସରେ ୨୦ ଦେଶରେ ୩୮ ଖବରଦାତାଙ୍କୁ ହତ୍ୟା; ଲାଟିନ୍‌ ଆମେରିକାରେ ସର୍ବାଧିକ

ଜେନେଭା,୭।୭: ଚଳିତ ବର୍ଷ ଜାନୁୟାରୀଠାରୁ ଜୁନ୍‌ ମଧ୍ୟରେ ଗତ ୬ ମାସରେ ୨୦ ଦେଶରେ ୩୮ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଜେନେଭା ସ୍ଥିତ ପ୍ରେସ୍‌...

ଚିଦାମ୍ବରମ୍‌ ମାମଲା: ଆଇନ ବାଟରେ ଯିବ ଆଇନ; କହିଲେ କିଶନ ରେଡ୍ଡୀ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ଗିରଫ ନେଇ ଶାସକ ଏବଂ ବିରୋଧୀ ଦଳ ପରସ୍ପର ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ଏହାକୁ ରାଜନୈତିକ ପ୍ରତିଶୋଧ...

ସିଏଏ, ଏନ୍‌ଆର୍‌ସିକୁ ଭୟ କରନି: ଉଦ୍ଧବ

ନୂଆଦିଲ୍ଲୀ, ୨୨ା୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଭାଜପା ହାତ ଛାଡ଼ି ମହାରାଷ୍ଟ୍ରରେ...

ଜଙ୍ଗଲରେ ନିଆଁରେ ପୋଡ଼ିଥିବା ଗଛ ପୁଣି କଅଁଳୁଛି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ସିଡ୍‌ନୀ,୧୩।୧: ଅଷ୍ଟ୍ରେଲିଆର ଜଙ୍ଗଲରେ ଗତ ବର୍ଷ ସେପ୍ଟେମ୍ବରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫ ମାସ ଧରି ନିଆଁ ଲାଗିଛି। ଇତିମଧ୍ୟରେ ୬୩ ହଜାର ବର୍ଗ କିମିରୁ...

ପୀଡ଼ିତାଙ୍କୁ ୨୦୦ ଥର ଫୋନ କରିଥିଲେ ଚିନ୍ମୟାନନ୍ଦ

ଶାହଜାହାନପୁର,୨୧ା୯: ଆଇନ ଛାତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଥିବା ଓ ଚାଟିଂ କରିଥିବା ଭାଜପା ନେତା ଚିନ୍ମୟାନନ୍ଦ ଗିରଫ ହେବା ପରେ ସ୍ବୀକାର କରିଛନ୍ତି। ଏଭଳି...

Leave a comment

Your email address will not be published. Required fields are marked *