ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ଗ୍ରାମରେ ଉତ୍ତେଜନା

ଧର୍ମଶାଳା/ଜେନାପୁର,୨୭ା୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମର ଜଣେ ଯୁବକଙ୍କ ଗୁରୁବାର ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଗ୍ରାମର ଅମର ମଳିକ (୩୫)। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ସହ ହତ୍ୟାକାରୀଙ୍କୁ ଗିରଫ ଦାବିରେ ପରିବାରଲୋକେ ଏବଂ ଗ୍ରାମବାସୀ ୫୩ନଂ ଜାତୀୟ ରାଜପଥ ଦଳଗାଁ ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଫଲରେ ଉଭୟ ପାର୍ଶ୍ୱରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥିଲା। ଖବର ପାଇ ଜେନାପୁର ଥାନା ଅଧିକାରୀ ଶୁଶାନ୍ତ କୁମାର ଦାସ ଏବଂ ଏସ୍‌ଆଇ ମନୋରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନାଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ପ୍ରକାଶ ଯେ, ଅମର ସକାଳେ କେନାଲକୁ ମାଛ ଧରିବା ପାଇଁ ଘରୁ ଆସିଥିଲେ। ମାତ୍ର ଜାତୀୟ ରାଜପଥ ଦଳଗାଁ ନିକଟ ଏକ ଧାନବିଲରେ ଅପରାହ୍ନ ୪ଟା ପାଖାପାଖି ସମୟରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଅମରଙ୍କ ମୁଣ୍ଡରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ଯୋଜନା ବଦ୍ଧଭାବେ ହତ୍ୟା କରି ଧାନ ବିଲରେ ପକାଯାଇଥିବା ସନ୍ଦେହ କରି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ଜଣାପଡିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।


All Right Reserved By Dharitri.Com

ଏମ୍‌ସିଏଲ୍‌ ବିସ୍ଥାପିତ, ଥଇଥାନକୁ ନେଇ ଆର୍‌ପିଡିଏସି ବୈଠକ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୫।୧୦(ଡି.ଏନ୍‌.ଏ)-ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ର ବିସ୍ଥାପିତ, ଥଇଥାନ ଆଦି ବହୁବିଧି ସମସ୍ୟାକୁ ନେଇ ମଙ୍ଗଳବାର ଝାରସୁଗୁଡା ଜିଲା ଡିଏମ୍‌ଏଫ୍‌ ସଭାଗୃହରେ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ...

ତେଜୁଛି ଆନ୍ଦୋଳନ : ସିଡିଏମ୍‌ଓଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ସୁନ୍ଦରଗଡ଼,୧୮।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡା.ପଙ୍କଜ କୁମାର ପଟେଲଙ୍କ ବିରୋଧରେ ଅନ୍ୟାୟ ଭାବେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ଡାକ୍ତରମାନେ ଗତ...

ଜନନୀ ଯନ୍ତ୍ରଣା : ଷ୍ଟ୍ରେଚରରେ ୧୨ କି.ମି. ବୁହା ହେଲେ ଗର୍ଭବତୀ

ଭବାନୀପାଟଣା,୨୨।୮(ସ୍ବ.ପ୍ର.): ରାସ୍ତା ଓ ପୋଲ ନ ଥିବାରୁ ଜଙ୍ଗଲ ରାସ୍ତା ଦେଇ ନାଳ ପାର କରି ଜଣେ ଗର୍ଭବତୀଙ୍କୁ ୧୨ କି.ମି. ଷ୍ଟ୍ରେଚରରେ ବୋହି ଡାକ୍ତରଖାନା...

ବିନା ପରମିଟ୍‌ରେ ଚାଲୁଥିବା ସ୍କୁଲ ବସ୍‌ ଜବତ

ଢେଙ୍କାନାଳ ଅଫିସ, ୩ା୧୦ – ଢେଙ୍କାନାଳ ଜିଲା ଗୋବିନ୍ଦପୁର ଅଞ୍ଚଳର ଜଣେ ମହିଳାଙ୍କ ନାମରେ ଥିବା ସ୍କୁଲ ବସ୍‌ ବିନା ପରମିଟରେ ଚାଲୁଥିବା ଅଭିଯୋଗରେ ଆଞ୍ଚଳିକ...

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା

ଖଇରା, ୧୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ବଦଳି ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ବିରୋଧ...

ଲଟେରି ଉଠିଥିବା କହି ଠକିନେଲେ ୨୯ ହଜାର

ଭଦ୍ରକ ଅଫିସ, ୧୮।୧୦ – ଫୋନ କଲ୍‌ ମାଧ୍ୟମରେ ଲଟେରି ଉଠିଥିବା କହି ଠକି ନେଲେ ୨୯ ହଜାର ଟଙ୍କା। ଏଭଳି ଘଟଣା ଘଟିଛି ଭଦ୍ରକ...

ଆର୍‌ଡିସି ଅଫିସ ଦାବି

ତାଳଚେର,୪ା୧୧(ନି.ପ୍ର.)- ତାଳଚେରଠାରେ ଆର୍‌ଡିସିଙ୍କ ଏକ ନୂତନ ଅଫିସ ଖୋଲାଯିବାକୁ ବ୍ରାହ୍ମଣୀ ଅଞ୍ଚଳ ସୁରକ୍ଷା ପରିଷଦ ସଭାପତି ବିଭୁଧେନ୍ଦ୍ର ପ୍ରତାପ ଦାସ ଦାବି କରିଛନ୍ତି। ତାଳଚେରରେ ଏମ୍‌ସିଏଲ୍‌,...

ବାଇକ୍‌ ଲୁଟ୍‌ ମାମଲାରେ ୪ ଗିରଫ

ଆସିକା,୧୪ା୮(ଡି.ଏନ୍‌.ଏ.): ଆସିକା – ଭନଗର ମୁଖ୍ୟ ରାସ୍ତାରେ ବାଲିସିରା ଛକ ନିକଟରୁ ଗତ ରବିବାର ପୂର୍ବାହ୍ନରେ ଜଣେ ବାଇକ୍‌ ଆରୋହୀଙ୍କୁ ମାଡ ମାରି ଦୁର୍ବୁ ବାଇକ୍‌...

Leave a comment

Your email address will not be published. Required fields are marked *