ହିଡ଼ରେ ଚାଲି ଯାଉଛନ୍ତି ସ୍କୁଲ

କେନ୍ଦୁଝର, ୨୭ା୯ (ସ୍ବ.ପ୍ର.)-ସଦର ବ୍ଲକ ଅନ୍ତର୍ଗତ ତେଲିଅର୍ଶଳା ଗ୍ରାମର ତାମୁଡିଆ (ତନ୍ତୀ) ସାହିକୁ ସବୁଦିନିଆ ରାସ୍ତା ନାହିଁ ା ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ସାହିର ଭାଗ୍ୟ ବଦଳୁ ନାହିଁ। ଏହି ଗ୍ରାମରେ ୪୦ ତନ୍ତୀ ଆଦିବାସୀ ପରିବାର ବହୁ ଦିନରୁ ରହି ଆସୁଛନ୍ତି। ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ପଞ୍ଚାୟତଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହୋଇସାରିଥିଲେ ହେଁ କେହି ଶୁଣୁ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବିଲ ହିଡ ହିଁ ସେମାନଙ୍କ ଯାତାୟାତ ପଥ ା ଫଳରେ ଉକ୍ତ ସାହିରେ ରହୁଥିବା ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ଛୋଟ ଛୋଟ ପିଲା ସ୍କୁଲ ଯିବାଆସିବା କରିବା ଏବଂ ରୋଗୀଙ୍କୁ ଡାକ୍ତରଖାନା ନେବାଆଣିବା କରିବାକୁ ବହୁ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଉକ୍ତ ସାହିରେ ପାଣି ସୁବିଧା ନ ଥିବାରୁ ପ୍ରାୟ ଅଧ କି.ମି. ଦୂର ଅନ୍ୟ ଗ୍ରାମକୁ ଯାଇ ପାଣି ଆଣୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ନାଳ, ଚୁଆରୁ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି। ବିଲ ହିଡରେ ଯିବା ଆସିବା କରୁଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ବର୍ଷାଦିନରେ ରାସ୍ତା ଖସଡ଼ା ହୋଇଯାଉଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇଥାଏ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଚାଷ ସମୟରେ ଯିବାଆସିବା କରି ଅସୁବିଧାରେ ପଡୁଛନ୍ତି। ସାପ ଓ ଅନ୍ୟ ସରୀସୃପ ଭୟ ରହୁଛି ା ପିଲାମାନେ ବିଲ ହିଡରେ ଚାଲି ଚାଲି ଆସିବା ପରେ ଗ୍ରାମରୁ ସାଇକେଲରେ ଖେଣ୍ଡରା ଆଦର୍ଶ ବିଦ୍ୟାଳୟକୁ ପଢିବାକୁ ସବୁଦିନ ଯିବାଆସିବା କରୁଛନ୍ତି ବୋଲି ସାମାଜିକ କର୍ମୀ ଦିନେଶ କୁମାର ଟୁଡୁ କହିଛନ୍ତି। ରାସ୍ତା ନ ଥିବାରୁ ପିଲାମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାଆସିବା କରିପାରୁନାହାନ୍ତି। ଏଣୁ ଗ୍ରାମରୁ ଉକ୍ତ ସାହିକୁ ରାସ୍ତା ନିର୍ମାଣ କରାଗଲେ ସାହିବାସୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି।


All Right Reserved By Dharitri.Com

ବ୍ଲାକ୍‌ରୋଜ୍‌ରେ ପିଟିହୋଇ ବୁଡିଗଲା ଟ୍ରଲର

ପାରାଦୀପ, ୫।୧୧(ସ୍ବ.ପ୍ର.): ପାରାଦୀପ ବନ୍ଦରଠାରୁ ୬ କି.ମି ଦୂରରେ ସୁମଦ୍ରରେ ବୁଡି ରହିଥିବା ବହୁ ଚର୍ଚ୍ଚିତ ବ୍ଲାକରୋଜ୍‌ ଜାହାଜରେ ମଙ୍ଗଳବାର ପ୍ରତ୍ୟୁଷରେ ଦୁର୍ଘଟଣା ଘଟିଛି। ମା’...

ବାରିପଦା ଫାଶୀଦଣ୍ଡ ମାମଲା: ୧୪ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୧୦।୧: ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିବା ଘଟଣାର ଅଭିଯୁକ୍ତ ଯାମିନୀକାନ୍ତ ମହନ୍ତଙ୍କୁ ତଳକୋର୍ଟ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଉକ୍ତ ଫାଶୀ...

ପଦବୀ ହରାଇଲେ ଶାରୀରିକ ଶିକ୍ଷା ନିରୀକ୍ଷକ

ବରଗଡ଼ ଅଫିସ,୨୧।୧୨: ବରଗଡ଼ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ(ଆଇପିଇ) ତ୍ରିଲୋକ୍ୟ ନାୟକଙ୍କଠାରୁ ଜିଲା ଶିକ୍ଷାଧିକାରୀ ପ୍ରକାଶ କୁମାର ଯୋଶୀ ଏହି ପଦବୀ କାଢ଼ି ନେଇଛନ୍ତି। ଅପରପକ୍ଷେ...

ଭାଙ୍ଗିଗଲାଣି ତନଖି ଫାଟକ ଗୃହ

ଛେଣ୍ଡିପଦା,୧୯।୯(ସ୍ବ.ପ୍ର.) – କାଠ ମାଫିଆଙ୍କ ଉପରେ ରୋକ ଲଗାଇବାକୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ବନାଞ୍ଚଳର ଉଗୀ-ଅନ୍ତୁଳିଆ ରାସ୍ତାରେ ଥିବା ତନଖି ଫାଟକ କାମରେ...

ଅର୍ଥ ଥାଇ ହୋଇପାରିନି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌

କଟକ ଅଫିସ,୧୯ା୭: ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ଏସ୍‌ସିବି ମେଡିକାଲକୁ ଆସିଥିବା ଲିଭର୍‌ ରୋଗୀମାନଙ୍କ ମଧ୍ୟରୁ ୧୧୯୬ ଜଣଙ୍କ ଲିଭର ପ୍ରତିରୋପଣ (ଲିଭର ଟ୍ରାନ୍ସପ୍ଲାଣ୍ଟ)ର ଆବଶ୍ୟକତା ଥିବା...

କେନ୍ଦୁଝର ଜିଲା ଚିଠି: ରାସ୍ତାଘାଟ ପାଲଟିଛି ମୃତ୍ୟୁପଥ ; ପ୍ରତିବର୍ଷ ୨୫୦ ଜଣଙ୍କ ମୃତ୍ୟୁ ଘଟୁଛି

କେନ୍ଦୁଝର ଜିଲାରେ ମୂଲ୍ୟବାନ ଖଣିଜ ସମ୍ପଦ ଭରି ରହିଛି। ସେଥିପାଇଁ ଏହି ଜିଲାକୁ ଧନଶାଳୀ ଜିଲା ଭାବେ ମାନ୍ୟତା ମିଳିଛି। ଏହା ପରେ ବି ଜିଲାର...

ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେଡି ଆଗୁଆ

ଭଦ୍ରକ ଅଫିସ,୨୩।୫: ଭଦ୍ରକ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରଥମ ରାଉଣ୍ଡରେ ୧୭୦୬ ଭୋଟରେ ଆଗୁଆ ଥିବା ଜଣାପଡିଛି l ପ୍ରଥମ ରାଉଣ୍ଡରେ ବିଜେଡି ୪୩୪୨ ଭୋଟ...

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଆମରଣ ଅନଶନ

ବାସୁଦେବପୁର,୯।୮(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟୀ ପଣ୍ଡାଙ୍କୁ ପଞ୍ଚାୟତରୁ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତର...

Leave a comment

Your email address will not be published. Required fields are marked *