ଖରାପ ରାସ୍ତା ହେଲା କାଳ: ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ସୋର, ୨୭ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ପାଖର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ନିରଞ୍ଜନ ମହାପାତ୍ର (୨୬) ଶୋଇଥିବା ବେଳେ ଗୁରୁବାର ସକାଳେ ସଂଜ୍ଞାହୀନ ହୋଇପଡିଥିଲେ। ପରିବାର ଲୋକେ ଜାଣିବା ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ସୋର କିମ୍ବା ଅନନ୍ତପୁରରେ ୧୦୮ ନ ଥିବାରୁ ସେମାନେ ବାଧ୍ୟ ହୋଇ ଏକ ପ୍ରାଇଭେଟ୍‌ ଗାଡିକୁ ଡାକିଥିଲେ। ହେଲେ ନିରଞ୍ଜନଙ୍କ ଘର ପାଖକୁ ରାସ୍ତା ନ ଥିବାରୁ ଗାଡି ଯାଇ ପାରି ନ ଥିଲା। ସେଠାରୁ ପ୍ରାୟ ୩ ଶହ ମିଟର କଦର୍ଯ୍ୟ ରାସ୍ତାରେ ନିରଞ୍ଜନଙ୍କୁ ଏକ ଟ୍ରଲିରେ ବୋହି ଗାଡି ପାଖକୁ ଅଣାଯିବାରେ ବିଳମ୍ବ ହୋଇଥିଲା। ପରେ ତାଙ୍କୁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋର ଥାନା ଅଧୀନ ଅନନ୍ତପୁର ଫାଣ୍ଡି ପୋଲିସ କେସ୍‌ ନଂ. ୭୪/୧୯ ରୁଜୁ କରି ଶବ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ କରୁଛି।


All Right Reserved By Dharitri.Com

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା ଅଫିସ,୧୨।୭ : ଦିତୀୟ ଶ୍ରୀକ୍ଷେତ୍ର ବାରିପଦାର ମାଉସୀ ମା’ ମନ୍ଦିରରେ ଶୁକ୍ରବାର ଠାକୁରମାନେ ଜନ୍ମବେଦିରେ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଆଡ଼ପମଣ୍ଡପରେ ଠାକୁରମାନଙ୍କ ସୁନାବେଶ...

ବିଜୟା ଦଶମୀରେ ନୀଳମାଧବ ଜୀଉଙ୍କୁ ଶଙ୍ଖ, ଚକ୍ର ସମର୍ପଣ

ଖଣ୍ଡପଡା,୧୦।୧୦(ସ୍ବ.ପ୍ର.): ମହିଷାସୁରର ନିଧନ ପାଇଁ ମା’ଦୁର୍ଗାଙ୍କୁ ପ୍ରଦାନ କରାଯାଇଥିବା ଶଙ୍ଖ, ଚକ୍ର ଆୟୁଧ ମଙ୍ଗଳବାର ବିଜୟା ଦଶମୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କୁ ସମର୍ପଣ କରାଯାଇଛି...

ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ପାଚିକା, ସହାୟିକା ସଂଘ

ଛତ୍ରପୁର,୧୫।୨(ଡି.ଏନ୍‌.ଏ.): ୧୨ ଦଫା ଦାବି ନେଇ ନିଖିଳ ଓଡ଼ିଶା ଏମ୍‌.ଡି.ଏମ୍‌ ପାଚିକା, ସହାୟିକା ସଂଘର ଗଞ୍ଜାମ ଜିଲା କମିଟି ପକ୍ଷରୁ ଶନିବାର ଛତ୍ରପୁରସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ...

ନକଲି ବିଦେଶୀ ମଦ କାରଖାନା ଠାବ

ଭଦ୍ରକ ଅଫିସ/ତିହିଡ଼ି,୩୦।୧୦(ଡି.ଏନ୍‌.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସିନ୍ଦୋଳ ଗ୍ରାମରେ ସୋମବାର ଅବକାରୀ ବିଭାଗ ପକ୍ଷରୁ ଏକ ନକଲି ବିଦେଶୀ ମଦ କାରଖାନା ଠାବ କରାଯାଇଛି।...

ଦୁଇ ସ୍ଥାନରୁ ୬ ଲକ୍ଷ ୪୦ ହଜାର ଲୁଟ୍‌

ଭଦ୍ରକ ଅଫିସ, ୨୮।୧୦ : ଭଦ୍ରକ ଜିଲାର ଦୁଇଟି ସ୍ଥାନରୁ ସୋମବାର ଲୁଟେରାମାନେ ୬ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ତରିକା...

ଦିବ୍ୟାଙ୍ଗ ଭତାରୁ ବଁଚିତ୍‌ ଯଶୋଦା

ଲାଠୋର, ୨୬।୨ (ଡି.ଏନ୍‌.ଏ.)- ସରକାର ଦିବ୍ୟାଙ୍ଗମାନକୁ ସମାଜର ମୁଖିଆ ଧାରରେ ସାମିଲ କରବାର ଲାଗି ଭିନେ ଭିନେ ଯୋଜନାରେ ସାମିଲ କରୁଛନ୍‌। ହେଲେ ଅନେକ୍‌ ଜାଗାରେ...

୪ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

ସଜନାଗଡ,୩୦।୧(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମଛୁଆ ଅଞ୍ଚଳରେ ଜଣେ ୪ ବର୍ଷୀୟା ନାବାଳିକାଙ୍କୁ ଚକୋଲେଟ୍‌ ପ୍ରଲୋଭନ ଦେଖାଇ...

ଭୋକିଲା ପେଟକୁ ମୁଠାଏ ଅନ୍ନ

ବରଗଡ଼ ଅଫିସ୍‌,୨୭।୩- କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏହି କଟକଣା ଲାଗୁ ହେବା...

Leave a comment

Your email address will not be published. Required fields are marked *