Posted inଜାତୀୟ

କେଜରିଓ୍ବାଲଙ୍କ ଘର ସମ୍ମୁଖରେ ଭାଜପା କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦେଇଥିବା ବୟାନକୁ ନେଇ ଭାଜପା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି। ଏନେଇ ଗୁରୁବାର ଭାଜପାର କିଛି କର୍ମକର୍ତ୍ତାମାନେ କେଜରିଓ୍ବାଲଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ନିଜ ବୟାନରେ କହିଥିଲେ ଯେ, ଯଦି ଦିଲ୍ଲୀରେ ଏନ୍‌ଆରସି ଲାଗୁ ହୁଏ ତେବେ ଭାଜପାର ଏମ୍‌ପି ମନୋଜ ତିଓ୍ବାରୀ ପ୍ରଥମେ ଯିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ବିରୋଧ କରି ଗୁରୁବାର ଭାଜପାର ପୂର୍ବାଞ୍ଚଳ ମୋର୍ଚ୍ଚା ତାଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦଳ ବିରୋଧୀ ସ୍ଲୋଗାନ ଦେଇଥିଲେ। ଅନ୍ୟପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।


All Right Reserved By Dharitri.Com

ନାବାଳକ ପାଟିରେ ୫୨୬ ଦାନ୍ତ

ଚେନ୍ନାଇ,୧ା୮: ଚେନ୍ନାଇରେ ରହୁଥିବା ୭ ବର୍ଷର ପିଲା ପାଟିରୁ ଡାକ୍ତରମାନେ ୫୨୬ଟି ଦାନ୍ତକୁ ହଟାଇଦେଇଛନ୍ତି। ରବୀନ୍ଦ୍ରନାଥ ନାମକ ଏହି ପିଲାର ଡାହାଣ ଗାଲ ଫୁଲିବା ପରେ...

ବିମାନବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌: ଦିଲ୍ଲୀରେ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ,୧।୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଚ୍‌ ଜବତ ହେବା ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ...

ପୋଲିସ ଷ୍ଟେଶନ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

ବାରମୂଳା,୭।୬: ଜମ୍ମୁ-କଶ୍ମୀର ବାରମୂଳା ଜିଲାର ସୋପେର ଅଞ୍ଚଳରେ ଏକ ପୋଲିସ ଷ୍ଟେଶନ ଉପରେ ଶୁକ୍ରବାର ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ମାଡ ହୋଇଛି। ଏଥିରେ ୨ ପୋଲିସକର୍ମୀ...

ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ଯୋଜନା: ୪୪୦ କୋଟିରେ ୬୧ ହେକ୍ଟର ଜମି କିଣିବେ ଯୋଗୀ ସରକାର

ନୂଆଦିଲ୍ଲୀ,୨।୧୧: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନାମରେ ପର୍ଯ୍ୟଟନ ବିସ୍ତାର ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ସରକାର ଯୋଜନା କରିଛନ୍ତି। ଏନେଇ ଶ୍ରୀରାମଙ୍କ ଉପରେ ଆଧାରିତ ଏକ...

ଭାରତ ଆସି ପାରନ୍ତି ଇମ୍ରାନ୍‌: ନିମନ୍ତ୍ରଣ ଦେବେ ମୋଦି ସରକାର !

ନୂଆଦିଲ୍ଲୀ,୧୫।୧: ଚଳିତ ବର୍ଷ ଶେଷରେ ଭାରତରେ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ସମେତ ପାକିସ୍ତାନ, ଚାଇନା, କାଜାକସ୍ତାନ, କିରଗିଜ୍‌ସ୍ତାନ,ରୁଷିଆ,...

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା: ୨୦ ଘର ଭାସିଗଲା, ୧୮ ନିଖୋଜ

ଡେରାଡୁନ,୧୯ା୮ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ବାଦଲଫଟା ବର୍ଷା ଫଳରେ ରବିବାର ଟୋନ୍ସ ନଦୀରେ ବନ୍ୟା ଆସି ୨୦ ଘର ଭାସିଯିବା ସହ ୧୮ ଜଣଙ୍କର...

ନୌସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୮।୯: ଜମ୍ମୁ-କଶ୍ମୀରର ସୁନ୍ଦରବନି ଓ ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳ ୧୦ଟାରେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରିବା ସହ ମୋର୍ଟାର...

ବିପଦରେ ଗଣତନ୍ତ୍ର: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁରୁବାର କଡ଼ା ସମାଲୋଚନା କରିଛନ୍ତି। ଦେଶରେ ଗଣତନ୍ତ୍ର ବିପଦରେ ପଡ଼ିଥିବା ସୋନିଆ କହିଛନ୍ତି।...

Leave a comment

Your email address will not be published. Required fields are marked *