ପୋଲିସ କବ୍‌ଜାରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ୍‌

ବରଗଡ଼ ଅଫିସ,୨୬।୯: ରାଜ୍ୟର ବିଭିନ୍ନ ସ୍ଥାନରେ ଡକାୟତି, ଲୁଟ୍‌ ଭଳି ଅନେକ ଅପରାଧରେ ସମ୍ପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଲାଙ୍ଗୀର ସଦର ଥାନା ଡୁଡୁକାସିରା ନିବାସୀ ଅମିତ୍‌ ଦାସ ଓରଫ ଚିଣ୍ଟୁଙ୍କୁ ବରଗଡ଼ ଜିଲା ପୋଲିସ ଗିରଫ କରିଛି। ଜିଲାର ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା ନିକଟରୁ ବୁଧବାର ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ଏକ ବନ୍ଧୁକ, ଗୋଟିଏ ବାଇକ, ୨ଟି ଗୁଳି ଜବତ କରିଛି। ଏ ନେଇ ଅମ୍ବାଭୋନା ଥାନାରେ ଏକ ମାମଲା ରୁଜୁ ହୋଇଛି। ଗୁରୁବାର ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତ ଅମିତ୍‌ ଏକ ବାଇକ୍‌ ଯୋଗେ ଛତିଶଗଡ଼ ପଟକୁ ଯାଉଥିବା ସୂଚନା ମିଳିଥିଲା। ସେହି ସୂଚନାକୁ ଆଧାର କରି ପୋଲିସର ଏକ ଟିମ୍‌ ସମ୍ବରଧରା ନିକଟରେ ରହିଥିଲା । ଅମିତ୍‌ ସେହି ପୋଲିସ ଟିମ୍‌କୁ ଦେଖି ଗୁଳି ଫୁଟାଇଥିଲେ। ମାତ୍ର କୌଶଳକ୍ରମେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଅଭିଯୁକ୍ତ ଗତ କିଛିଦିନ ତଳେ ଛତିଶଗଡ଼ ରାଜ୍ୟ ବିଳାସପୁର ଜେଲରୁ ବାହାରିଥିଲେ । ସେ କିଛିଦିନ ହେଲା ବରଗଡ଼ରେ ରହୁଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌ପି ସାହୁ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା ମଧ୍ୟ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଏକା ସାଙ୍ଗରେ ଆକ୍ରମଣ କଲେ ୪ ଭାଲୁ, ବୃଦ୍ଧ ଗୁରୁତର

ପାଟଣା,୨୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ତଣ୍ଡ ଗ୍ରାମର ଜଣେ ବୃଦ୍ଧଙ୍କୁ ରବିବାର ଅପରାହ୍ନରେ ଏକା ସାଙ୍ଗରେ ୪ଟି ଭାଲୁ ଆକ୍ରମଣ କରିବାରୁ ସେ...

ପରିବା ଗୋଦାମ ପୋଡ଼ିଦେଲେ ଦୁର୍ବୃତ୍ତ

ଫୁଲବାଣୀ ଅଫିସ, ୧୫ା୧୧ -ସ୍ଥାନୀୟ ହାଟପଦା ହାଟରେ ଥିବା ଏକ ପରିବା ଗୋଦାମ ଗୃହକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏଥିରେ ଲକ୍ଷାଧିକ...

ନିର୍ଯାତନା ମାମଲାରେ ଫେରାର ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି, ୧୩।୧୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ଫେରାର ଥିବା ଅଭିଯୁକ୍ତକୁ ପୋଲିସ ମଙ୍ଗଳବାର ଗିରଫ କରି...

ପୁରୀରେ ପହଞ୍ଚିଲେ୧୩୩ ପାକିସ୍ତାନୀ ହିନ୍ଦୁ

ପୁରୀ ଅଫିସ,୪ା୧: ପୁରୀରେ ପହଞ୍ଚିଛନ୍ତି ୧୩୩ ଜଣ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ। ଶୁକ୍ରବାର ରାତି ପ୍ରାୟ ୯ଟାରେ ଏମାନେ ବସ୍‌ରେ ଆସି ପୁରୀରେ ପହଞ୍ଚିବା ପରେ...

ହାଇକୋର୍ଟରେ ଭୁବନେଶ୍ୱର ରାମମନ୍ଦିର ପରିଚାଳନା ମାମଲା: ପରିଚାଳନା ଦାୟିତ୍ୱରେ ରହିବେ ନିର୍ବାହୀ ଅଧିକାରୀ

କଟକ ଅଫିସ, ୨୯।୮: ଭୁବନେଶ୍ୱର ରାମମନ୍ଦିର ପରିଚାଳନା କରିବାକୁ ଜଣେ ନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ ଶୁଣାଣି ଶେଷ ନ ହେବା...

ମତ୍ସ୍ୟ ଉତ୍ପାଦନ, ଗୁଣବତ୍ତା ସମ୍ପର୍କରେ ତାଲିମ

ପାରାଦୀପ,୧୦ା୧୨(ସ୍ବ.ପ୍ର.): ସ୍ଥାନୀୟ ନେହେରୁ ବଙ୍ଗଳାସ୍ଥ ମାଛଧରା ବନ୍ଦର ପରିସରରେ ସୋମବାର ମତ୍ସ୍ୟଜୀବୀଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏମ୍‌ପିଇଡିଏ (ମେରାଇନ ପ୍ରଡକ୍ଟ ଏକ୍ସପୋର୍ଟ...

ମୃତକଙ୍କ ଆଖି କାଢ଼ିନେବା ଘଟଣା: ମାମଲା ରୁଜୁ ପରେ ପୋଲିସର ତନାଘନା

ଭଦ୍ରକ ଅଫିସ, ୧୭ା୧୧- ପରିବାର ଲୋକଙ୍କ ଅଜାଣତରେ ଚକ୍ଷୁ ଦାନ କରିବା ଲାଗି କାଗଜପତ୍ରରେ ଦସ୍ତଖତ କରାଇ ନେଇ ମେଡିକାଲରେ ଜଣେ ମୃତବ୍ୟକ୍ତିଙ୍କ ଦୁଇ ଆଖି...

ପ୍ରାତଃଭ୍ରମଣରେ ଯିବାବଳେ ଅଘଟଣ, ମହିଳାଙ୍କ ଜୀବନ ଗଲା

ତାଳଚେର,୧୩।୧୧(ନି.ପ୍ର): ଅନୁଗୋଳ ଜିଲା ତାଳଚେର ବ୍ଲକ ଡେରା ପେଟ୍ରୋଲ ପମ୍ପ ନିକଟରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ...

Leave a comment

Your email address will not be published. Required fields are marked *