ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀ ନିଖୋଜ

ମହାକାଳପଡ଼ା,୨୬।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାଲିପାଟ ଗ୍ରାମର ବାବୁ ସାମଲ (୪୫) ନାମକ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ପରିବାର ପକ୍ଷରୁ ଗୁରୁବାର ମେରାଇନ୍‌ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବତୀଘର ପଞ୍ଚାୟତର ବଡ଼ଟୁବି ଗ୍ରାମର ଜନୈକ ବୋଟ୍‌ମାଲିକଙ୍କ ବାବା ଲୋକନାଥ ବୋଟ୍‌ରେ ୬ ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ମଙ୍ଗଳବାର ସମୁଦ୍ର ମଧ୍ୟକୁ ଯାଇଥିଲେ। ତେବେ ସମୁଦ୍ର ମଧ୍ୟରେ ପ୍ରବଳ ବର୍ଷା ପବନ ହେବା ସହ ପ୍ରଖର ସ୍ରୋତରେ ବୋଟ୍‌ ଇଞ୍ଜିନ୍‌ରେ ଜାଲ ଗୁଡ଼ାଇ ହୋଇଯାଇଥିଲା। ଜାଲକୁ କାଟିବା ପାଇଁ ବାବୁ ପାଣି ଭିତରକୁ ଓହ୍ଲାଇଥିଲେ। ତେବେ ଜାଲ କାଟିବା ସମୟରେ ପ୍ରବଳ ସ୍ରୋତରେ ସେ ଭାସିଯାଇଥିଲେ। ଅଚଳ ବୋଟ୍‌ଟି ଭାସି ଯାଇ ବତୀଘର ନିକଟସ୍ଥ ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ମହାନଦୀ ମୁହାଣରେ ଲାଗିଥିଲା। ଅନ୍ୟ ୫ ମତ୍ସ୍ୟଜୀବୀ ସୁରକ୍ଷିତ ଭାବରେ ଫେରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାବୁଙ୍କର କୌଣସି ପତ୍ତା ମିଳିନାହିଁ।


All Right Reserved By Dharitri.Com

କୋଇଲା ବୋଝେଇ ପିକ୍‌ଅପ ଜବତ: ଡ୍ରାଇଭର ଗିରଫ

ପଦ୍ମପୁର,୧।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ନାୟକାଣିଡିହି ପୋଲିସ ଶନିବାର ବିଳମ୍ବିତ ରାତିରେ ଗେଡ଼ବାଟିଆ ହତାସିଆ ରାସ୍ତାରୁ ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ ଗାଡ଼ି ଜବତ କରିଛି।...

ଆଶୀର୍ବାଦଙ୍କୁ ମିଳିଲା ଜାମିନ

କଟକ ଅଫିସ, ୨୬।୧୧: ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମଙ୍ଗଳବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଦେଢ଼ ଲକ୍ଷ ଟଙ୍କାର ଦୁଇ...

ଏନ୍‌ଏସି ପକ୍ଷରୁ ଲୋକଙ୍କୁ ଖାଦ୍ୟ ବଣ୍ଟନ

ଗୁଡଭେଲା,(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକରେ ୯୧ ଜଣଙ୍କ ନାମ ପଞ୍ଜୀକୃତ ହୋଇଛି, ଯେଉଁମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଏବେ ଘରକୁ ଫେରିଛନ୍ତି।...

ରାଶନ କାର୍ଡରେ ଆଧାର ସଂଯୋଗ : ବାଦ୍‌ ପଡ଼ିପାରନ୍ତି ୪୫ ହଜାର ହିତାଧିକାରୀ

ନୟାଗଡ଼ ଅଫିସ,୧୮।୯ : ନୟାଗଡ଼ ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ (ଏନ୍‌ଏଫ୍‌ଏସ୍‌ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ରାଶନ ସାମଗ୍ରୀ ନେଉଥିବା...

କାଠ ବୋଝେଇ ପିକ୍‌ଅପ ଭ୍ୟାନ ଜବତ, ୩ ଗିରଫ

ଦିଗପହଣ୍ଡି/ପାଟପୁର,୨୯ା୧୧(ଡି.ଏନ.ଏ.) – ଦିଗପହଣ୍ଡି ବନାଞ୍ଚଳ ପାଟପୁର ଉପବନାଞ୍ଚଳର ରତନେଇ ଜଙ୍ଗଲରୁ ବୁଧବାର କାଠ ଚୋରାଚାଲାଣ କରାଯାଉଥିବା ଖବରପାଇ ପାଟପୁର ବନପାଳ ଶିବରାମ ନାୟକ ସଦଳବଳ ପିପିଳିଗୁଡ଼ା...

୬ଷ୍ଠ ଦିନରେ ଭଦ୍ରକ କାଳୀପୂଜା: ସହର ଲୋକାରଣ୍ୟ

ଭଦ୍ରକ ଅଫିସ,୨।୧୧-ଐତିହାସିକ ଭଦ୍ରକ କାଳୀପୂଜା ଲାଗି ସାରା ସହର ଲୋକାରଣ୍ୟ ହୋଇପଡ଼ିଛି। ଶୁକ୍ରବାର କାଳୀପୂଜାର ୬ଷ୍ଠ ଦିନରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଶ୍ରଦ୍ଧାଳୁଙ୍କ ନାହିଁ...

ସାଆନ୍ତରାପୁର(କ) ସରପଞ୍ଚ ପଦବୀ ଉପନିର୍ବାଚନ: ୮୬% ମତଦାନ, ଆଜି ଫଳାଫଳ

ଛେଣ୍ଡିପଦା/ବଅଁରପାଳ, ୨୮।୧୧(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ସାଆନ୍ତରାପୁର(କ) ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମତଦାନ ପାଇଁ ୧୩ଟି ବୁଥ କରାଯାଇଥିଲା।...

୨ ଧାନଗଦା, ଟାଟା ମ୍ୟାଜିକ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପାପଡାହାଣ୍ଡି,୨୩।୨(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡ଼ା ପଞ୍ଚାୟତ ଖରକି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ହରିଶ୍ଚନ୍ଦ୍ର ମୀରଗାନ ଓ...

Leave a comment

Your email address will not be published. Required fields are marked *