Posted inଜାତୀୟ

ମଝି ରାସ୍ତାରେ କାର୍‌ରେ ନିଆଁ ଲଗାଇ ଫାଇରିଙ୍ଗ୍‌ କଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମଥୁରା,୨୬।୯: ଉତ୍ତରପ୍ରଦେଶ ମଥୁରାରେ ଜଣେ ଯୁବକ ମଝିରାସ୍ତାରେ ନିଜ କାର୍‌କୁ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ଏହା ସହିତ ସେ ଫାଇରିଙ୍ଗ୍‌ ମଧ୍ୟ କରିଛନ୍ତି। ଯୁବକ ଜଣଙ୍କ ସ୍ଥାନୀୟ ଦାମୋଦରପୁରାର ଶୁଭମ୍‌ ଚୌଧୁରୀ। ସେ ତାଙ୍କ କମ୍ପାନୀ ପାର୍ଟନର ଅଞ୍ଜନା ଶର୍ମା ଏବଂ ତାଙ୍କ ତିନି ସନ୍ତାନଙ୍କ ସହିତ କାର୍‌କୁ ହଠାତ୍‌ ମଝି ରାସ୍ତାରେ ରଖିଦେଇଥିଲେ। ଏଥରୁ ଅଞ୍ଜନା ଏବଂ ତିନି ସନ୍ତାନ ଓହ୍ଲାଇବା ପରେ ଶୁଭମ୍‌ ଏଥିରେ ନିଆଁ ଲଗାଇଦେଇଥିଲେ। ଉଭୟ ଅଞ୍ଜନା ଏବଂ ଶୁଭମ୍‌ ପିସ୍ତଲରୁ ଗୁଳି ଫୁଟାଇବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିବାରୁ ଶୁଭମ୍‌ ଏକ ମାଇକ୍‌ ଲଗାଇଥିଲେ। ସେ ମାଇକ୍‌ରେ ସେମାନେ ସରକାରୀ ପକ୍ଷପାତିତାର ଶିକାର ହୋଇଥିବା କଥା କହିଥିଲେ। ଶେଷରେ ପୋଲିସ ସେମାନଙ୍କୁ କାବୁ କରି ପଚରାଉଚରା ଜାରି ରଖିଛି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

୧୩ରୁ ସାବରିମାଲା ମାମଲାର ଶୁଣାଣି

ନୂଆଦିଲ୍ଲୀ,୭ା୧(ପି.ଟି.): କେରଳର ସାବରିମାଲା ମନ୍ଦିରରେ ସବୁ ବୟସ ବର୍ଗର ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ ସମ୍ପର୍କିତ ମାମଲାର ଶୁଣାଣି ୧୩ରୁ ଆରମ୍ଭ ହେଉଛି। ସୁପ୍ରିମକୋର୍ଟର ୯...

କଶ୍ମୀରୀ ପଣ୍ଡିତଙ୍କ ମାତୃଭୂମିକୁ ଫେରିବାର ବାଟ ଫିଟିଲା

ନୂଆଦିଲ୍ଲୀ ,୬ା୮(ପି.ଟି.): ୧୯୯୦ରୁ ଉପତ୍ୟକାରୁ ସ୍ଥାନାନ୍ତର ହୋଇଥିବା କଶ୍ମୀରୀ ପଣ୍ଡିତମାନେ ୩୭୦ ଧାରା ଉଚ୍ଛେଦକୁ ପ୍ରଶଂସା କରିଛନ୍ତି। ଏବେ ସମ୍ମାନର ସହ ମାତୃଭୂମିକୁ ଫେରିବାର ବାଟ...

ବିଧାନସଭା ଯିବା ପୂର୍ବରୁ ମନ୍ଦିରକୁ ଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୯।୭: କର୍ନାଟକ ବିଧାନସଭାରେ ସୋମବାର ବହୁମତ ସାବ୍ୟସ୍ତ କରିବ ଭାଜପା। ସେଥିପାଇଁ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ପ୍ରଭୁଙ୍କ କରୁଣା ଭିକ୍ଷା କରିଛନ୍ତି। ସକାଳୁ...

୪୦ ଲକ୍ଷଙ୍କୁ ମିଳିବ ମାଲିକାନା ଅଧିକାର

ନୂଆଦିଲ୍ଲୀ,୨୪ା୧୦(ପି.ଟି.): ଦିଲ୍ଲୀର ଅନଧିକୃତ କଲୋନିଗୁଡ଼ିକରେ ରହୁଥିବା ୪୦ ଲକ୍ଷ ଲୋକଙ୍କୁ ମାଲିକାନା ଅଧିକାର ମିଳିବ। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏଭଳି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା...

ଅନୁପ୍ରବେଶ ଅପେକ୍ଷାରେ ପାକ୍‌ ଆତଙ୍କବାଦୀ: ଏଲ୍‌ଓସି, ଆଇବିରେ ହାଇଆଲର୍ଟ

ନୂଆଦିଲ୍ଲୀ,୫ା୧୦: ଭାରତରେ ଅନୁପ୍ରବେଶ ଲାଗି ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଥିତ୍ବା ଲଞ୍ଚ୍‌ପ୍ୟାଡ୍‌ଗୁଡ଼ିକରେ ଆତଙ୍କବାଦୀ ଅପେକ୍ଷାରତ ଥିବା ଗୋଇନ୍ଦା ସୂଚନା ମିଳିବା ପରେ ଶୁକ୍ରବାର ନିୟନ୍ତ୍ରଣ...

ସିଏଏ ହିଂସାରେ ମୃତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ଦେବ ସମାଜବାଦୀ ପାର୍ଟି

ଲକ୍ଷ୍ନୌ,୫।୧: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ହିଂସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସାହାଯ୍ୟ ଦେବା ପାଇଁ ସମାଜବାଦୀ...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୯୪୩ ପ୍ରାର୍ଥୀ; ୨୧୦ଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୫ା୪(ଆଇଏଏନ୍‌ଏସ୍‌): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୫୮ ଜଣଙ୍କ ନାମରେ...

କର୍‌ତାରପୁର ଯିବା ଲାଗି ଭାରତୀୟ ଶିଖ୍‌ଙ୍କୁ ପାସ୍‌ପୋର୍ଟ ଦରକାର ନାହିଁ

ଇସ୍‌ଲାମାବାଦ,୨ା୧୧(ପି.ଟି.): କର୍‌ତାରପୁର ଦର୍‌ବାର ସାହିବ ଗୁରୁଦ୍ୱାର ଯିବା ଲାଗି ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀମାନଙ୍କ କ୍ଷେତ୍ରରେ ପାସ୍‌ପୋର୍ଟ ଆବଶ୍ୟକ ନାହିଁ। ଏଥିସହିତ ସେମାନଙ୍କୁ ୧୦ଦିନ ପୂର୍ବରୁ ଆଗୁଆ...

Leave a comment

Your email address will not be published. Required fields are marked *