ସ୍ବଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର, ଷ୍ଟାର ର଼୍ୟାଙ୍କିଙ୍ଗ୍‌

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଏଣିକି ସ୍ବଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର। ପିଲାଙ୍କୁ ଛାତ୍ରଜୀବନରୁ ସ୍ବଚ୍ଛତା ପାଇଁ ସଚେତନ କରାଇବା ଏବଂ ବିଦ୍ୟାଳୟରେ ସ୍ବଚ୍ଛ ପରିବେଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରୟାସ ଆରମ୍ଭ କରିଛି। ଏନେଇ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ଦେବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଏକ ଆପ୍‌ ଲୋକାର୍ପିତ କରିଛନ୍ତି।
ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ଏଥିରେ ସାମିଲ ହେବେ। ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେବ। ଆପ୍‌ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ସ୍ବେଚ୍ଛାକୃତ ଭାବେ ପଞ୍ଜୀକୃତ କରିପାରିବେ। ସ୍ବଚ୍ଛ ବିଦ୍ୟାଳୟଗୁଡ଼ିକ ପାଇଁ ପୁରସ୍କାର ରାଶି ସହ ତାରକା ମାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି। ଅକ୍ଟୋବର ୧୪ ମଧ୍ୟରେ ସମସ୍ତ ବିଦ୍ୟାଳୟଗୁଡ଼ିକ ପୁରସ୍କାର ପାଇଁ ପଞ୍ଜୀକରଣ କରିିପାରିବେ। ଅକ୍ଟୋବର ୧୫ରୁ ୩୧ତାରିଖ ପର୍ଯ୍ୟନ୍ତ ଆବେଦନ ପତ୍ର ଯାଞ୍ଚ ହେବ। ନଭେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ପୁରସ୍କାର ଘୋଷଣା କରାଯିବ। ବ୍ଲକସ୍ତରରେ ୧୨୫୬, ଜିଲାସ୍ତରରେ ୨୪୦, ରାଜ୍ୟସ୍ତରରେ ୪୦ ସ୍କୁଲକୁ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ମିଳିବ। ସ୍ବଚ୍ଛ ବିଦ୍ୟାଳୟଗୁଡ଼ିକୁ ବ୍ଲକସ୍ତରରେ ୨ହଜାର, ଜିଲାସ୍ତରରେ ୫ହଜାର ଏବଂ ରାଜ୍ୟସ୍ତରରେ ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
ଅନ୍ୟପଟେ ୯୦ରୁ ୧୦୦% ସ୍ବଚ୍ଛ ବିଦ୍ୟାଳୟଗୁଡ଼ିକୁ ୫ଷ୍ଟାର୍‌ ର଼୍ୟାଙ୍କିଙ୍ଗ୍‌ ମିଳିବ। ଅର୍ଥାତ୍‌ ଏହି ବିଦ୍ୟାଳୟଗୁଡ଼ିକ ଉତ୍କୃଷ୍ଟ ବୋଲି ବିବେଚନା କରାଯିବ। ୭୦ ରୁ ୮୯% ସ୍ବଚ୍ଛ ଥିଲେ ବିଦ୍ୟାଳୟଗୁଡ଼ିକୁ ୪ଷ୍ଟାର୍‌ ମିଳିବ ଏବଂ ଏହି ବିଦ୍ୟାଳୟଗୁଡ଼ିକ ଭଲ ଏବଂ ଆହୁରି ସ୍ବଚ୍ଛ କରାଯାଇପାରେ ବୋଲି କୁହାଯିବ। ଅନ୍ୟପଟେ ୫୧ରୁ ୬୯%କୁ ୩ଷ୍ଟାର୍‌ ର଼୍ୟାଙ୍କିଙ୍ଗ୍‌ କରାଯିବ। ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟ ଭଲ ଅଛି, ଆଉ ଅଧିକ ଭଲ କରାଯାଇପାରିବ। ୩୫ରୁ ୫୦% ସ୍ବଚ୍ଛ ବିଦ୍ୟାଳୟକୁ ୨ଷ୍ଟାର୍‌ ଦିଆଯିବ ଏବଂ ଏହି ବିଦ୍ୟାଳୟଗୁଡ଼ିକ ଅଧିକ ଉନ୍ନତି ଦରକାର। ୩୫%ରୁ କମ୍‌ ସ୍ବଚ୍ଛତା ପାଇଁ ୧ଷ୍ଟାର୍‌ ବା ଖରାପ ବୋଲି ବିଚାର କରାଯିବ।
ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଓଡ଼ିଶା ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର-୨୦୧୯ ଅଭିଯାନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମନ୍ତ୍ରୀ ଦାଶ କହିଲେ, ସ୍ବଚ୍ଛ ବିଦ୍ୟାଳୟ ଅଭିଯାନରେ ଯେଉଁ ବିଦ୍ୟାଳୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବେ ସେମାନଙ୍କୁ ସମ୍ମାନିତ କରିବା ଏହି ପୁରସ୍କାରର ଲକ୍ଷ୍ୟ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଚିତ୍ରା ଅରୁମୁଗମ୍‌, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ଓ ନିଲେସନ୍‌, ସ୍ବଚ୍ଛ ବିଶେଷଜ୍ଞ ଆଇସିଓ ପ୍ରତିଭା ସିଂ ପ୍ରମୁଖ ଉକ୍ତ ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ଶୁଭାରମ୍ଭ ଅବସରରେ ଯୋଗଦେଇଥିଲେ।


All Right Reserved By Dharitri.Com

ପ୍ରେମ ଦିବସ ପୂର୍ବରୁ ଫୁଟିଲା ଗୁଳି: ପ୍ରଥମ ପ୍ରେମିକ କଲେ ଗୁଳିମାଡ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ପ୍ରେମ ଦିବସ ପୂର୍ବରୁ ରାଜଧାନୀରେ ଫୁଟିଛି ଗୁଳି। ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ନିକଟରେ ଏକ ଗୁଳିମାଡ ହୋଇଛି। ତ୍ରିକୋଣୀୟ...

ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଦୁର୍ଘଟଣା: ଦୁଇ କାର୍‌ ମୁହାଁମୁହିଁ, ୮ ଗୁୁରୁତର

ଖୁଣ୍ଟୁଣୀ,୧୦।୮(ଡି.ଏନ୍‌.ଏ.): ୫୫ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ଆଇଟିଆଇ କଲେଜ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ୨ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ଗୁରୁତର ଆହତ...

ଓଏସ୍‌ଆର୍‌ଟିସି କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହାର

କଟକ ଅଫିସ,୧୧।୭: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର କାର୍ଯ୍ୟରତ କର୍ମଚାରୀମାନେ ଗତ ଏପ୍ରିଲରୁ ଦରମା ପାଇନାହାନ୍ତି। ଏହା ବିରୋଧରେ ମଙ୍ଗଳବାରଠାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ...

ଛୋଟ ସୁନା ଦୋକାନୀଙ୍କ ଉପରେ ଚଢ଼ାଉ, ବଡ଼ ବଡ଼ିଆଙ୍କୁ ମାଫ୍‌

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କଟକ ଓ ଭୁବନେଶ୍ୱରରେ ଥିବା ବଡ଼ ବଡ଼ ସୁନାଦୋକାନ ଉପରେ ଯୋଗାଣ ବିଭାଗ ଅଧିକାରୀ ଚଢ଼ାଉ କରିବାକୁ ସାହସ ଜୁଟାଉନାହାନ୍ତି। କେତେକ ହାତଗଣତି ଛୋଟ...

ଘୋଷଯାତ୍ରା: ଦେଢ଼ଘଣ୍ଟା ବିଳମ୍ବରେ ହେଲା ରଥ ଟଣା; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ରଣପୁର,୫|୭(ସ୍ବ.ପ୍ର.)-ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲା ରଣପୁରରେ ଗୁରୁବାର ଶ୍ରୀଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ୩ ରଥ ପ୍ରତିଷ୍ଠା କରାଯିବା ପରେ...

ବିଜେପୁର ଉପନିର୍ବାଚନ: ୭୨% ମତଦାନ

ବରଗଡ଼ ଅଫିସ /ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ସା ୫ଟାରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନ ମଣ୍ଡଳୀର ୨୮୫...

ସରକାରୀ ଜମିରୁ ମୋରମ ଲୁଟ୍‌: ରାଜସ୍ବ ହରାଉଛନ୍ତି ସରକାର

ଔପଦା, ୧୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ତହସିଲ ଅନ୍ତର୍ଗତ ଗଡ଼ସାହି ପଞ୍ଚାୟତର କୁସୁନଦାସପୁର, ରଙ୍ଗାମାଟିଆ, ପଣ୍ଡୁଆ, ପଥରପଦା ଆଦି ଗ୍ରାମରେ ଥିବା ସରକାରୀ ଜମିରୁ ମୋରମ ଲୁଟ୍‌...

ଲାଞ୍ଚ: ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ନିଆଳି,୨୭-୧୧(ଡି.ଏନ୍‌.ଏ.):ନିଆଳି ବ୍ଲକରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବିଦୁଲତା ରାଉତ ମଙ୍ଗଳବାର ୩୦ହଜାର ୧୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ...

Leave a comment

Your email address will not be published. Required fields are marked *