ଜନଜାତି ସାମଗ୍ରୀର ନୂଆ ଠିକଣା ‘ଆଦିଶା’

ମାଣ୍ଡିଆ ଚୂନାରୁ ଆରମ୍ଭ କରି ଶାଳଫୁଲ ଚାଉଳ ପର୍ଯ୍ୟନ୍ତ କଳା ତୁଳସୀ ପାଉଡରରୁ ପାଳୁଅ ଚୂନା ପର୍ଯ୍ୟନ୍ତ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ଜଙ୍ଗଲୀ ଓ ପ୍ରାକୃତିକ ଦ୍ରବ୍ୟ ଏବେ ମିଳୁଛି ଗୋଟିଏ ସ୍ଥାନରେ। ତାହା ପୁଣି ନୂଆରୂପ ଓ ନୂଆବ୍ରାଣ୍ଡ୍‌ରେ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ୍‌(ଟିଡିସିସିଓଏଲ୍‌) ଦ୍ୱାରା ପ୍ରଥମଥର ପାଇଁ ଓଡ଼ିଶା ଜନଜାତି ସାମଗ୍ରୀକୁ ନେଇ ଏକ ସ୍ବତନ୍ତ୍ର ବ୍ରାଣ୍ଡ୍‌ ‘ଆଦିଶା’ ବଜାରକୁ ଆସିଛି।

ଢିଙ୍କିକୁଟା ଚାଉଳରୁ ମଲ୍ଟିଗ୍ରେନ୍‌ ଅଟା
ଟିଡିସିସିଓଏଲ୍‌ ତରଫରୁ ଏବେ ରାଜ୍ୟର ୬ଟି ଜିଲାରେ ୧୧ଟି ସ୍ବତନ୍ତ୍ର ଷ୍ଟୋର୍‌ ସହ ଭୁବନେଶ୍ୱର ରୂପାଲି ଛକସ୍ଥିତ ଟିଡିସିସିଓଏଲ୍‌ ପରିସରରେ ‘ଆଦିଶା’ର ଏକ ଅତ୍ୟାଧୁନିକ ଷ୍ଟୋର୍‌ ଖୋଲାଯାଇଛି। ଓଡ଼ିଶା ଜନଜାତିଙ୍କ ଦ୍ୱାରା ଉପତ୍ାଦିତ ତଥା ପ୍ରସ୍ତୁତ ଲଘୁ ବନଜାତ ଦ୍ରବ୍ୟ, କୃଷି ଉପତ୍ାଦିତ ଦ୍ରବ୍ୟ, ଜନଜାତି ହସ୍ତତନ୍ତ ହସ୍ତକଳା, ହସ୍ତଶିଳ୍ପ, ଅଳଙ୍କାର, ମସଲାଜାତ ଦ୍ରବ୍ୟ, ଚିତ୍ରକଳା ଓ ଖାଦ୍ୟ ସାମଗ୍ରୀକୁ ଆଦିଶା ବ୍ରାଣ୍ଡ୍‌ ମାଧ୍ୟମରେ ବିକ୍ରିବଟା କରାଯାଉଛି। ଆଦିଶାରେ ଉପଲବ୍ଧ ବିଭିନ୍ନ ଖାଦ୍ୟସାମଗ୍ରୀ ମଧ୍ୟରେ ରହିଛି କଳା ଓ ଧଳା ସୋରିଷ, ଅଁଳା, ନିମପତ୍ର ପାଉଡ଼ର, ପାଳୁଅ ଚୂନା ବା ଆରୋରୁଟ୍‌ ପାଉଡ଼ର୍‌, ମାଣ୍ଡିଆ ଚୂନା, ରିଠା, ସିକାକାଇ, ସୋୟାବିନ୍‌, ମଲ୍ଟିଗ୍ରେନ୍‌ ଅଟା, କଳାତୁଳସୀ ପାଉଡ଼ର୍‌, ଗୋଟାହଳଦୀ, ଶୁଖିଲା ଅଦା ବା ଡ୍ରାଏ ଜିଞ୍ଜର ପାଉଡ଼ର୍‌, ଗୁଡମାରୀ ପତ୍ର ପାଉଡ଼ର୍‌, ଢିଙ୍କିକୁଟା ଚାଉଳ, ବ୍ରାଉନ୍‌ ରାଇସ୍‌ ବା ଆଦିବାସୀ ଅଞ୍ଚଳରେ ଉପତ୍ାଦିତ ବିରଳ କଳାଧାନରୁ ପ୍ରସ୍ତୁତ ଚାଉଳ, ଗୋଲମରିଚ, ତେନ୍ତୁଳି, ପ୍ରସିଦ୍ଧ କାନ୍ଦୁଲଡାଲି ଆଦି ରହିଛି। ଏହାବ୍ୟତୀତ ଜଙ୍ଗଲୀ ମହୁ, ପିଙ୍ଗୁ ତେଲ, ଜାମୁକୋଳି ପାଉଡର୍‌, ବେଲପତ୍ର ପାଉଡର୍‌, ଲେମନ୍‌ଗ୍ରାସ୍‌ ଅଏଲ୍‌, ନିମତେଲ, କୁସୁମତେଲ, କରଞ୍ଜ ତେଲ, ପ୍ରାକୃତିକ ପଦ୍ଧତିରେ ପ୍ରସ୍ତୁତ ସୋରିଷ ତେଲ ଭଳି ଏକାଧିକ ଔଷଧୀୟ ତେଲ ଓ ସାମଗ୍ରୀ ଏଠାରେ ଉପଲବ୍ଧ ହେଉଛି। କେବଳ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ଶୁଦ୍ଧ ଖାଦ୍ୟସାମଗ୍ରୀ ନୁହେଁ, ବିଭିନ୍ନ ପ୍ରକାରର ଘରସଜ୍ଜା ତଥା ଜନଜାତି ହସ୍ତକଳା ସାମଗ୍ରୀ ଏଠାରୁ ମିଳୁଛି। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଜନଜାତି ଅଳଙ୍କାରର ଡିମାଣ୍ଡ୍‌ ରହୁଥିବାବେଳେ ଖୁବ୍‌ ଶୀଘ୍ର ଆଦିଶା ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ମଧ୍ୟ ବିକ୍ରି ପାଇଁ ଉପଲବ୍ଧ କରିବ ବୋଲି କୁହାଯାଇଛି।
କୁକିଜ୍‌, ବ୍ରେଡ୍‌ର ଚାହିଦା
ଆଦିଶାରେ ଉପଲବ୍ଧ ବିଭିନ୍ନ ସାମଗ୍ରୀ ମଧ୍ୟରୁ ସବୁଠାରୁ ଅଧିକ ଡିମାଣ୍ଡ୍‌ରେ ରହୁଛି ମାଣ୍ଡିଆ କୁକିଜ୍‌ ଓ ବ୍ରେଡ୍‌ ଭଳି ରେଡିମେଡ୍‌ ଖାଦ୍ୟ ସାମଗ୍ରୀ। ସ୍ବାସ୍ଥ୍ୟ ସଚେତନ ଲୋକ ଧୀରେ ଧୀରେ ଅର୍ଗାନିକ୍‌ ଖାଦ୍ୟ ଆଡକୁ ଢଳୁଥିବା ବେଳେ ଏଭଳିସ୍ଥଳେ ପାରମ୍ପରିକ ଜନଜାତି ଖାଦ୍ୟ ଲୋକଙ୍କ ପାଇଁ ନୂଆ ଅପସନ୍‌ ଆଣିଦେଇଛି। କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ଓଡ଼ିଶା ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ, ପାଳୁଅ, ଡାଲି ଆଦିର ଚାହିଦା ରହିଛି। ବର୍ତ୍ତମାନର ମାର୍କେଟ ଓ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଟିଡିସିସିଓଏଲ୍‌ ପକ୍ଷରୁ ମାଣ୍ଡିଆରେ ପ୍ରସ୍ତୁତ ବ୍ରେଡ୍‌, ମାଣ୍ଡିଆ ବିସ୍କୁଟ୍‌, ମଲ୍ଟିଗ୍ରେନ୍‌ ବ୍ରେଡ୍‌, ମଲ୍ଟିଗ୍ରେନ୍‌ କୁକିଜ୍‌, ମାଣ୍ଡିଆ ଓ ଦେଶୀ ଘିଅରେ ପ୍ରସ୍ତୁତ କୁକିଜ୍‌, ମାଣ୍ଡିଆ କୁକିଜ୍‌, ରେଡିମେଡ୍‌ ଖେଚୁଡି ମିକ୍ସ ଭଳି ସ୍ବାସ୍ଥ୍ୟ ଉପୋଯୋଗୀ ରେଡିମେଡ୍‌ ଖାଦ୍ୟ ପ୍ରସ୍ତୁତ କରାଯାଇ ଆକର୍ଷଣୀୟ ପ୍ୟାକେଜିଂରେ ବିକ୍ରି କେରାଯାଉଛି।
ଆମାଜନ୍‌ରେ କୋରାପୁଟ କଫି
କେବଳ ଆଦିଶା ଷ୍ଟୋର୍‌ ନୁହେଁ, ଜନଜାତି ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପ୍ରଥମଥର ପାଇଁ ଏହାକୁ ଇ-କମର୍ସ ପ୍ଲାଟଫର୍ମ ସହ ଯୋଡ଼ାଯାଇଛି। ଗ୍ଲୋବାଲ୍‌ ମାର୍କେଟ ସୁଯୋଗ ସୃଷ୍ଟି କରିବାକୁ ଆମାଜନ୍‌’ ସହ ଆଦିଶାର ନିଜସ୍ବ ୱେବ୍‌ସାଇଟ୍‌ www.adisha.in ରେ ସମସ୍ତ ସାମଗ୍ରୀ ଅନ୍‌ଲାଇନ୍‌ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ତେବେ ଟିଡିସିସିଓଏଲ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆମାଜନ୍‌ରେ କୋରାପୁଟ କଫିର ସର୍ବାଧିକ ଡିମାଣ୍ଡ୍‌ ରହିଥିବା ବେଳେ ଦୈନିକ ଶତାଧିକ ଅର୍ଡର ମିଳୁଛି। କୋରାପୁଟ କଫିର ସ୍ବାଦ ଅନ୍ୟ ଅଞ୍ଚଳରେ ମିଳୁଥିବା କଫିର ସ୍ବାଦଠାରୁ ଭିନ୍ନ ଏବଂ ଏଥିରେ ଥିବା ଔଷଧୀୟ ଗୁଣ ଯୋଗୁୁ କୋରାପୁଟ କଫି ବିଶେଷ ଲୋକପ୍ରିୟତା ହାସଲ କରିଛି। ସ୍ବତନ୍ତ୍ର ବ୍ରାଣ୍ଡିଂ ସହ ବୈଜ୍ଞାନିକ ପଦ୍ଧତିରେ କରାଯାଇଥିବା ପ୍ୟାକେଜିଂ ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଏହାସହ ଭୁବନେଶ୍ୱରରେ ଥିବା ‘ଆଦିଶା’ ଷ୍ଟୋର୍‌ରେ କେବଳ କୋରାପୁଟ କଫିକୁ ନେଇ ଏକ ସ୍ବତନ୍ତ୍ର କାଫେଟେରିଆ ଖୋଲାଯାଉଛି। ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସବାଇ ଘାସ ଚେୟାରରେ ବସି ଲୋକ ଏଠାରେ କଫିର ମଜା ନେଇପାରିବେ।


All Right Reserved By Dharitri.Com

ଏକ୍ସ-ରେ

ମେଡିକାଲ ସାଇନ୍ସରେ ଏକ୍ସ-ରେର ବ୍ୟବହାର ଯେ କେତେ ଗୁରୁତ୍ୱପୂର୍ଣ୍ଣ ସେକଥା ସମସ୍ତେ ଜାଣନ୍ତି। ହେଲେ ଏହା ବ୍ୟତୀତ ଏହାର ଅନ୍ୟ ବ୍ୟବହାର, ଉଦ୍ଭାବନ ଏବଂ ଏହା...

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ କଲା ସିବିଆଇ; ମଙ୍ଗଳବାର ଚିଦାମ୍ବରମ୍‌ଙ୍କ ଜାମିନ୍‌ ବିଚାର

ନୂଆଦିଲ୍ଲୀ,୧୪।୧୦: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ବିରୋଧରେ ହୋଇଥିବା ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ସୋମବାର ସିବିଆଇ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଆବେଦନ ଦାଖଲ କରାଯାଇଛି। ଏହାର ଶୁଣାଣି...

କଶ୍ମୀର ନୁହେଁ, ଏବେ କେବଳ ପିଓକେ: ପାକିସ୍ତାନକୁ ରାଜନାଥଙ୍କ ଚରମବାଣୀ

କାଲ୍‌କା, ୧୯ା୮(ପି.ଟି./ଆଇଏଏନ୍‌ଏସ୍‌) :ଆତଙ୍କବାଦ ଉପରେ ଲଗାମ ନ ଲଗାଇବା ଯାଏ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ। ଯଦି ଆଗକୁ କଥାବାର୍ତ୍ତା ହୁଏ ତାହା କେବଳ...

ଭାରତରେ ୪୧ ହଜାର ପାକିସ୍ତାନୀ

ନୂଆଦିଲ୍ଲୀ, ୧୭ା୭(ପି.ଟି.): ଭାରତରେ ୪୧,୩୩୧ ପାକିସ୍ତାନୀ ଓ ୪,୧୯୩ ଆଫଗାନିସ୍ତାନ ନାଗରିକ ଦୀର୍ଘଦିନ ହେବ ରହିଆସୁଛନ୍ତି ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକ...

ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣର ପ୍ରତିବାଦ: ଏବିଭିପି ଶୋଭାଯାତ୍ରାକୁ ଅଟକାଇଲା ପୋଲିସ

କୋଲକାତା,୨୪ା୯(ପି.ଟି.): କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ସୋମବାର ପ୍ରତିବାଦ ଶୋଭାଯାତ୍ରା ବାହାର କରାଯାଇଥିବାବେଳେ...

ନାମାଙ୍କନ ପତ୍ର ଦାଖଲ କଲେ ଫଡନବିସ

ମୁମ୍ବାଇ,୪।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଶୁକ୍ରବାର ନାଗପୁର ଦକ୍ଷିଣ-ପଶ୍ଚିମ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାଗପୁରରେ ଫଡନବିସ ଏକ ରୋଡ ଶୋ’...

ଅଂଶୁଘାତରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ଖରାଦିନେ ପ୍ରବଳ ଗରମରେ ଅଂଶୁଘାତ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆଖୁରସ ପିଇଲେ ଅନେକ ଉପକାର ମିଳେ । ଆଖୁରସରେ ଭିଟାମିନ୍‌,କ୍ୟାଲସିୟମ୍‌,...

ଆମେରିକା-ତାଲିବାନ୍‌ ଶାନ୍ତିଚୁକ୍ତି ନେଇ ମୋଦିଙ୍କୁ ଘେରିଲା କଂଗ୍ରେସ: ଭୁଲିଗଲଣି କି କାନ୍ଦାହାର ?

ନୂଆଦିଲ୍ଲୀ,୨୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପୂର୍ବରୁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି। ଆମେରିକା ଏବଂ ଆତଙ୍କବାଦୀ ସଂଗଠନ ତାଲିବାନ ମଧ୍ୟରେ...

Leave a comment

Your email address will not be published. Required fields are marked *