ଜେନାପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଜିଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ

ଯାଜପୁର ଟାଉନ,୨୬।୯(ଡି.ଏନ୍‌.ଏ.): ଜେନାପୁର ଡାକ୍ତରଖାନା ସ୍ବାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବହୁବାର ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ପ୍ରଶାସନ ପାଖରେ ଦାବି ରଖିଥିଲେ ମଧ୍ୟ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟାଗୁଡ଼ିକ ସମାଧାନ କରାଗଲା ନାହିଁ। ଏହି ସମସ୍ୟା ସମ୍ପର୍କରେ ଶେଷଥର ପାଇଁ ଗତ ସପ୍ତାହରେ ସ୍ଥାନୀୟ ବୃନ୍ଦାଦେଇପୁର ବଣମଲି ସାହିତ୍ୟ ଓ ସେବା ସଂଗଠନ ପକ୍ଷରୁ ଜେନାପୁର ଡାକ୍ତରଖାନା ପର୍ଯ୍ୟନ୍ତ ଏକ ପ୍ରତିବାଦ ଶୋଭାଯାତ୍ରା କରାଯିବା ସହିତ ଯାଜପୁର ଜିଲାପାଳ ଏବଂ ସିଡିଏମ୍‌ଓଙ୍କୁ ଅବଗତ କରାଯାଇଥିଲା। ଚଳିତମାସ ୨୪ତାରିଖ ସୁଦ୍ଧା ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ସହିତ କର୍ମଚାରୀ ସମସ୍ୟା ପୂରଣ କରିବା, ପ୍ରସୂତି ବିଭାଗକୁ ଚାଲୁ କରିବା ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନକୁ ସେବା ସଂଗଠନ ଅନୁରୋଧ କରାଯାଇଥିଲା। ତେବେ ସମସ୍ୟା ସମାଧାନ ତ ଦୂରର କଥା, ସଂଗଠନର କର୍ମକର୍ତ୍ତାଙ୍କ ସହିତ କେହି ଆଲୋଚନା ମଧ୍ୟ କଲେ ନାହିଁ। ଫଳରେ ସେବା ସଂଗଠନର ସଭାପତି ନିର୍ମଳ କୁମାର ପ୍ରଧାନ ଓ ବରିଷ୍ଠ ସଭ୍ୟ ଲାଲ୍‌ମୋହନ ଶତପଥୀ ବୁଧବାର ଜିଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଦାବୀ ପୂରଣ ନ ହେବାପର୍ଯ୍ୟନ୍ତ ଏହି ଅନଶନ ଚାଲୁ ରହିବ ବୋଲି ସଭାପତି ପ୍ରଧାନ ଓ ସାଧାରଣ ସଂପାଦକ ସରୋଜ କାନ୍ତ ବେହେରା ସୂଚନା ଦେଇଛନ୍ତି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ଦିଗରୁ ଗୁରୁତ୍ୱ ବହନ କରେ। ଧର୍ମଶାଳା ଓ ପଡ଼ୋଶୀ ଢେଙ୍କାନାଳ ଜିଲାର ନିହଲପ୍ରସାଦ ଅଞ୍ଚଳର ପାଖାପାଖି ୫୦ହଜାର ଲୋକ ସ୍ବାସ୍ଥ୍ୟସେବା ପାଇଁ ଏହାଉପରେ ନିର୍ଭର କରିଥାନ୍ତି। ଦୀର୍ଘଦିନ ଏଠାରେ ଡାକ୍ତର, ଫାର୍ମାସିଷ୍ଟ ନ ଥିବାବେଳେ କର୍ମଚାରୀଙ୍କ ଅଭାବ ପରିଲ୍ଲକ୍ଷିତ ହେଉଛି। ଏପରି କି ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ା, କୁକୁର କାମୁଡ଼ା ଇଞ୍ଜେକ୍ସନ ଠାରୁ ଆରମ୍ଭ କରି ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ମିଳୁନାହିଁ । ଆମରଣ ଅନଶନକୁ ସମର୍ଥନ ଜଣାଇ ଅଞ୍ଚଳର ବରିଷ୍ଠ ନାଗରିକ ନଟବର ଦଳାଇ, ପଦ୍ମନାଭ ଶତପଥି, ରଞ୍ଜନ ଶତପଥି, ବଳରାମ ଦାସ, କୀର୍ତ୍ତନ ବିହାରୀ ସାହୁ ପ୍ରମୁଖ ଏହି ଗଣଧାରଣାରେ ସାମିଲ ହୋଇଥିଲେ।


All Right Reserved By Dharitri.Com

ଦାଉ ସାଧ୍‌ଲା ଲଘୁଚାପ ବରଷା: ବାସହୀନ ହେଲେ ଅନେକ ପରିବାର

  ଲାଠୋର, ୧୦ା୯ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାରେ ଦିନାକେତେ ହେଲା ଲଘୁଚାପ ପରଭାବରେ ଭରଷା ଲାଗି ରହିଛେ। ବରଷା ପାଏନ୍‌ରେ ଅନେକ୍‌ ପରିବାରର ଘରଦୁଆର ଭାଂଗି...

କଲ୍ୟାଣମଣ୍ଡପ, ସଭାଗୃହ ସମ୍ମୁଖରେ ପାର୍କିଂ କଟକଣା: ଯାଞ୍ଚ ହେବ ନଥିପତ୍ର, ସର୍ଭେ ଆରମ୍ଭ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଲ୍ୟାଣ ମଣ୍ଡପ ଓ ସଭାଗୃହ କରି ବ୍ୟବସାୟ କରୁଥିଲେ ମଧ୍ୟ ଆବଶ୍ୟକ ପାର୍କିଂ ସୁବିଧା ରଖାଯାଉନି। ଫଳରେ ଏଠାକୁ ଆସୁଥିବା ଲୋକେ ସମ୍ମୁଖ ରାସ୍ତାରେ...

ଜଳିଗଲା ୩ ଦୋକାନ: ଦୁର୍ବୃତ୍ତ ନିଆଁ ଲଗାଇଥିବା ଅଭିଯୋଗ

ଭଦ୍ରକ ଅଫିସ,୧୪।୧୨: ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ୩ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଲକ୍ଷ ଟଙ୍କାର...

୬ ବର୍ଷ ହେବ ଗାଁରୁ ବାସନ୍ଦ ପରିବାର: ଅଭିଯୋଗସତ୍ତ୍ୱେ ପ୍ରଶାସନ ନୀରବ

ଗୋପ,୧୨।୧୨(ଡି.ଏନ.ଏ.): ଗୋପ ଥାନା ଅଧୀନ ଦେସ୍ଥଳୀ ଗ୍ରାମର ରାମଚନ୍ଦ୍ର ଦାସ (୭୨) ଜମିଜମା ବିବାଦ କାରଣକୁ ନେଇ ଗତ ଛଅ ବର୍ଷ ହେବ ସମ୍ପୂର୍ଣ୍ଣ ପରିବାରକୁ...

ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀ

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ବର୍ଷା ସ୍ଥିତି ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। କେଉଁଠି ଅସରାଏ ବର୍ଷା ହେଉଛି ତ କେଉଁଠି ଟାଇଁ ଟାଇଁ ଖରା। ଯେତିକି...

ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯କୁ ନେଇ ବିବାଦ : ପ୍ରତିଯୋଗୀଙ୍କୁ କହିଲେ ‘ପେ ଅର୍‌ ସ୍ଲିପ୍‌’

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ବ୍ୟୁଟି ପାଜେଣ୍ଟ୍‌, ମଡେଲିଂ, ଆକ୍ଟିଂ, ରିୟାଲିଟି ଶୋ। ଶୁଣିବାକୁ ଓ ବାହାରୁ ଦେଖିବାକୁ ଏସବୁ ଗ୍ଲାମର ଲାଗେ। ମିସ୍‌ ଇଣ୍ଡିଆ, ମିଷ୍ଟର ଇଣ୍ଡିଆ,...

ବିପଦ ସଙ୍କେତ ଉପରେ ମହାନଦୀ, କମେଇ : ବନ୍ୟାଜଳରେ ବୁଡ଼ିଲା ଫସଲ ଜମି

ଖଣ୍ଡପଡ଼ା,୧୪ା୮(ସ୍ବ.ପ୍ର.): ୩ ଦିନ ଧରି ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ସୃଷ୍ଟି ହୋଇଛି । ମହାନଦୀର ବିପଦ ସଙ୍କେତ ଜଳପତ୍ତନ...

ଚୋରାରେ ପିଗ୍‌ ଆଇରନ କିଣି ଗିରଫ ହେଲେ ଶିଳ୍ପପତି

ଯାଜପୁର ଅଫିସ, ୩୦-୧୦- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ କାରଖାନାରୁ ଛତିଶଗଡ଼ ଯାଉଥିବା ପିଗ୍‌ ଆଇରନକୁ ଚୋରାରେ କିଣି ରାରକେଲାର ଜଣେ ଶିଳ୍ପପତି ଯାଜପୁର...

Leave a comment

Your email address will not be published. Required fields are marked *