Posted inଖେଳ

୧୮ ବର୍ଷରୁ କମ୍‌ ସାଫ୍‌ ଚାମ୍ପିୟନଶିପ୍‌: ଶ୍ରୀଲଙ୍କାକୁ ହରାଇ ସେମିରେ ଭାରତ

କାଠମାଣ୍ଡୁ,୨୬।୯(ପି.ଟି)- ଏଠାରେ ଚାଲିଥିବା ୧୮ ବର୍ଷରୁ କମ୍‌ ସାଫ୍‌ ଚାମ୍ପିୟନଶିପ୍‌ରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ବୁଧବାର ଭାରତ ୩-୦ ଗୋଲରେ ଶ୍ରୀଲଙ୍କାକୁ ପରାସ୍ତ କରି ସେମିକୁ ଉଠିଛି। ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ତରଫରୁ ଗୁର୍‌କୀରତ ସିଂ ଦୁଇଟି ଗୋଲ ସ୍କୋର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ଅମନ ଛେତ୍ରୀ ଗୋଟିଏ ଗୋଲ ଦେଇଥିଲେ।
ମ୍ୟାଚ୍‌ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ତେବେ ପ୍ରଥମାର୍ଦ୍ଧରେ ଭାରତ ଗୋଲ ଦେଇପାରି ନ ଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଭାରତ ଆହୁରି ପ୍ରଭାବ ବିସ୍ତାର କରି ଖେଳାବାକୁ ପ୍ରୟାସ କରିଥିଲା। ତେବେ ଭାରତ କୋତୋଟି ସୁଯୋଗ ହାତଛଡ଼ା କରିଥିଲା। ମ୍ୟାଚ୍‌ର ୬୫ତମ ମିନିଟ୍‌ରେ ଗୁରୁକିରାତ୍‌ ଏକ ସୁନ୍ଦର ଗୋଲ ଦେଇ ଭାରତ ପାଇଁ ଖାତା ଖୋଲିଥିଲେ। ଏହାପରେ ମ୍ୟାଚ୍‌ର ଅନ୍ତିମ ମୁହୂର୍ତ୍ତରେ ଗୁର୍‌କୀରତ ଓ ଅମନ ଗୋଲ ଦେଇ ଭାରତକୁ ବିଜୟୀ କରାଇଥିଲେ। ୩-୦ ବ୍ୟବଧାନରେ ବିଜୟୀ ହୋଇଥିବାରୁ ଭାରତ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିଲା। ଉଲ୍ଲେଖଥାଉ କି, ପ୍ରଥମ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ଭେଟିଥିଲା ଓ ଏହା ଗୋଲ୍‌ ଶୂନ୍ୟଭାବେ ଅମୀମାଂସିତ ରହିଥିଲା। ଏହି ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା।


All Right Reserved By Dharitri.Com

Posted inଖେଳ View All

୪ ସହରରେ ଖେଳାଯିବ ପିଏସଏଲ୍‌

ଇସଲାମବାଦ,୩।୧(ଏ.ପି.)- ବିଦେଶୀ ଦଳକୁ ଦେଶକୁ ଆମନ୍ତ୍ରଣ କରିବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଉ ଏକ ପଦକ୍ଷେପ ନେଇଛି। ଦେଶକୁ ସୁରକ୍ଷିତ ଦର୍ଶାଇବା ଲାଗି...

ମ୍ୟାକ୍‌ଡୋନାଲ୍ଡ ଅଷ୍ଟ୍ରେଲିଆର ସହାୟକ କୋଚ୍‌

ସିଡ୍‌ନୀ, ୩୧।୧୦ (ଏଏଫ୍‌ପି)- ପୂର୍ବତନ କ୍ରିକେଟର୍‌ ଆଣ୍ଡ୍ରିଉ ମ୍ୟାକ୍‌ଡୋନାଲ୍ଡଙ୍କୁ ବୁଧବାର ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍‌ ଦଳର ସହାୟକ କୋଚ୍‌ ନିଯୁକ୍ତ କରାଯାଇଛି। ମୁଖ୍ୟ କୋଚ୍‌ ଜଷ୍ଟିନ...

ମିଡଲଅର୍ଡର ସମସ୍ୟା ସୁଧାରିବା ଲକ୍ଷ୍ୟରେ ଭାରତ

ଲିଡ୍ସ, ୬।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଭାରତ ବିଜୟଧାରା ବଜାୟ ରଖିବାରେ ସକ୍ଷମ ହୋଇଛି। ତେବେ ଏହା ସତ୍ତ୍ୱେ ଦଳର ମିଡଲଅର୍ଡର ସମସ୍ୟା ତଥା ଦୁର୍ବଳତା...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ନେଦରଲାଣ୍ଡ୍ସ ଦଳ ପହଞ୍ଚିଲା

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତ ସହିତ ମ୍ୟାଚ୍‌ ଖେଳିବା ପାଇଁ ନେଦରଲାଣ୍ଡ୍ସ ଦଳ ବୁଧବାର ରାତିରେ ଏଠାରେ ପହଞ୍ଚିଛି। ଭାରତ ଓ...

ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ :କ୍ୱାର୍ଟର ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି)- ସୁଇଜରଲାଣ୍ଡର ବାସେଲଠାରେ ଚାଲିଥିବା ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ...

ନମ୍ବର ୪ ହେଉଛି ମୋ ଫେଭରାଇଟ୍‌: ରାହାନେ

କୋଲକାତା, ୪।୮(ପି.ଟି.)- ବିଶ୍ୱକପ୍‌ ପାଇଁ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରହାନେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ...

ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ ‘ନୋ ଫ୍ଲାଏ ଜୋନ୍‌’ରେ ପରିଣତ

ମାଞ୍ଚେଷ୍ଟର,୧୦।୭(ପି.ଟି.)- ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ର ଭେନ୍ୟୁ ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମକୁ ‘ନୋ ଫ୍ଲାଏ ଜୋନ୍‌’ରେ ପରିଣତ...

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲଛେତ୍ରୀଙ୍କ ଡବଲ ଗୋଲ ସତ୍ତ୍ୱେ ଭାରତ ପରାସ୍ତ

ଅହମ୍ମଦାବାଦ, ୮।୭-ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚରେ ଶନିବାର ଭାରତ ୨-୪ ଗୋଲ ବ୍ୟବଧାନରେ ତାଜିକ୍‌ସ୍ତାନଠାରୁ ହାରିଯାଇଛି। ମ୍ୟାଚରେ ସୁନୀଲ ଛେତ୍ରୀ ଦୁଇଟି ଗୋଲ୍‌...

Leave a comment

Your email address will not be published. Required fields are marked *