ମହିଳାଙ୍କୁ ନିର୍ଯାତନା, ବଳାତ୍କାର ଅଭିଯୋଗ: ସ୍ବାମୀ, ଦିଅର ଗଲେ ଜେଲ

ଜଗନ୍ନାଥପ୍ରସାଦ,୨୫ା୯(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ନିର୍ଯାତନା ଓ ବଳାତ୍କାର ଅଭିଯୋଗରେ ମଙ୍ଗଳବାର ପୋଲିସ ସ୍ବାମୀ, ଦିଅରଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଦିଅର ହେଲେ ବାପୁଜି ବେହେରା ଓ ସ୍ବାମୀ ସୂର୍ଯ୍ୟ ନାରାୟଣ ବେହେରା। ମହିଳା ଏତାଲା ପ୍ରକାରେ, ୨ ବର୍ଷ ପୂର୍ବେ ସୂର୍ଯ୍ୟଙ୍କୁ ଦାବୀ ମୁତାବକ ଯୌତୁକ ଦେଇ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ବିବାହର ୬ ମାସ ପରେ ସ୍ବାମୀ ଓ ପରିବାର ଲୋକେ ମିଶି ଅଧିକ ଯୌତୁକ ଦାବି କରି ମହିଳାଙ୍କୁ ନିର୍ଯାତନା ଦେଉଥିଲେ। ଏ ନେଇ ଗତ ମାର୍ଚ୍ଚ ୨୩ ତାରିଖରେ ମହିଳା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପରେ ଉଭୟ ପରିବାର ପକ୍ଷରୁ ସମାଧାନ ହୋଇଥିଲା। ପୁଣି ସେପ୍ଟେମ୍ବର ୨୦ ତାରିଖରେ ଉକ୍ତ ମହିଳା ରାତିରେ ଏକୁଟିଆ ଶୋଇଥିବା ବେଳେ ଦିଅର ବାପୁଜି ଜବରଦସ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ସ୍ବାମୀଙ୍କୁ ଯୌତୁକ ମାମଲା ଓ ଦିଅରକୁ ବଳତ୍କାର ମାମଲାରେ ଗିରଫ କରିଥିଲା।


All Right Reserved By Dharitri.Com

ଅନୁପ, ବର୍ଦ୍ଧନଙ୍କୁ କୋର୍ଟରେ ହାଜର କଲା ପୋଲିସ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ, ବ୍ରଜରାଜନଗର(ଡି.ଏନ.ଏ.), ୧୯ା୨:ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଆହତ

ବାରିପଦା ଅଫିସ,୫।୬- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଧୀନ ବାରିପଦା- ବାଘଡା ରାସ୍ତା ହାତୀମରା ସ୍ଥିତ ପାକଟିଆ ଜଙ୍ଗଲଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ...

ଲରମ୍ଭା ପୋଲିସ ଦ୍ୱାରା ୨୭ ଦାଦନ ଶ୍ରମିକ ଉଦ୍ଧାର, ଘଟଣାସ୍ଥଳରୁ ସର୍ଦ୍ଦାର ଫେରାର

ପାଟଣାଗଡ,୨୫।୧୨(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ପାଟଣାଗଡ ଉପଖଣ୍ଡସ୍ଥ ଲରମ୍ଭା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି।...

ସାମ୍ବାଦିକତାରେ ବିଚାରଶକ୍ତି ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୬।୨ – ସାମ୍ବାଦିକତା ବୃତ୍ତିରେ ସାଧାରଣ ବିଚାରଶକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆର ବହୁଳ ପ୍ରଚଳନ ଆହ୍ବାନ ପାଲଟିଛି। ତେଣୁ...

ସତ୍‌ସଙ୍ଗ ଦ୍ୱାରା ସାମ୍ପ୍ରଦାୟିକତା ଦୂର ହୋଇଥାଏ : ତଥାଗତ

ଚଣ୍ଡିଖୋଲ,୩୧-୧(ଡି.ଏନ୍‌.ଏ.):ବର୍ତ୍ତମାନ ଧର୍ମନାମରେ ବିଭେଦ ସୃଷ୍ଟି ହେଉଛି। ଜାତି, ଧର୍ମ, ବର୍ଣ୍ଣକୁ ନେଇ ରାଜନୀତି କରାଯାଉଛି। ଏପରିକି ଭେଦଭାବ ସୃଷ୍ଟି କରାଯାଇ ପରସ୍ପର ପ୍ରତି ବିଦ୍ୱେଷ ଭାବ...

ଯୌତୁକ ନିର୍ଯାତନା ବଧୁହତ୍ୟା ମାମଲା: ସ୍ବାମୀ ସମେତ ୪ଜଣ ନିର୍ଦ୍ଦୋଶରେ ଖଲାସ

ଯାଜପୁର ଟାଉନ,୧୧।୧୨(ଡି.ଏନ୍‌.ଏ.)- ଯାଜପୁର ସଦରଥାନା ଅନ୍ତର୍ଗତ ତୋରଡ ଗ୍ରାମରେ ଜନୈକା ନବବଧୁ କିରାସିନ ଢ଼ାଳି ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିବା ଘଟଣାରେ ଅତିରିକ୍ତ ଜିଲା ଦୌରାଜଜ୍‌...

ରସିଦ୍‌ ସ୍କୁଲ, ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ୨୦୦୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରସିଦ୍‌ ଖାନ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରସିଦ୍‌ ବର୍ତ୍ତମାନ...

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

ଭଦ୍ରକ ଅଫିସ,୨୯।୪ : ଭଦ୍ରକ ପୌରାଞ୍ଚଳରେ ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି।  ଜିଲା ସ୍କୁଲ ପରିସର ମଡେଲ ବୁଥରେ ଭୋଟରମାନେ ଧାଡ଼ିରେ ମତଦାନ କରୁଥିବା ଦେଖିବାକୁ ମିଳିଛି।...

Leave a comment

Your email address will not be published. Required fields are marked *