ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଦର ଥାନା ପୋଲିସ ସମ୍ପୃକ୍ତ ଯୁବକ ଗୁଲସନ ମହାନ୍ତଙ୍କୁ ବୁଧବାର ଗିରଫ କରିଛି। ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୧୦୩/୧୯) ରୁଜୁ କରିଛି। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଯୁବକଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରିଣୀ ସ୍ବର୍ଣ୍ଣଲତା ମିଞ୍ଜ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ପରବର୍ତ୍ତୀ ସମୟରେ ଗୁଲସନ ଯୁବତୀଙ୍କୁ ପ୍ରତାରଣା କରିଥିଲେ। ଯୁବତୀ ଏହା ଜାଣିବା ପରେ ତାଙ୍କ ସହ ଆଉ ସମ୍ପର୍କ ରଖି ନ ଥିଲେ। ଏଥିରେ ଗୁଲସନ ରାଗିଯାଇ ସେମାନେ ପୂର୍ବରୁ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।


All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା କ୍ଷୟକ୍ଷତି ଆକଳନ

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାରେ ଗତ ୭ ଓ ୮ ତାରିଖ ଲଘୁଚାପ ଜନିତ ବର୍ଷାରେ ଜିଲାର ଲାଞ୍ଜିଗଡ଼, ଥୁଆମୂଳ ରାମପୁର ଓ କର୍ଲାମୁଣ୍ଡା ବ୍ଲକରେ...

ମେ ମାସରେ ବଡ଼ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଙ୍ଗଠନ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛି। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ସଂଯୋଜକ ଆସନ୍ତା ୨୬ରୁ ଅନଶନରେ ବସିବେ। ମଙ୍ଗଳବାର ନବ ନିର୍ମାଣ...

ସୁନା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢାଉ: ଜବତ ୬୮.୧୩ ଲକ୍ଷ ଟଙ୍କାର ଖୋଳତାଡ

ବ୍ରହ୍ମପୁର ଅଫିସ,୨୯ା୭-ଆୟକର ବିଭାଗ ପକ୍ଷରୁ ବ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀ କେ.ପ୍ରସାଦ ରାଓ ସୁବୁଦ୍ଧିଙ୍କ ବଡବଜାର ଗୌଡ଼ ସାହିସ୍ଥିତ ବାସଭବନରେ ଚଢାଉ କରାଯାଇଛି। ଗତ ୨୬...

ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

ବୁଗୁଡ଼ା,୧୭ା୭(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମ ୫ନଂ. ୱାର୍ଡରେ ଥିବା ତେଲୁଗୁସାହି ରାସ୍ତା ମରାମତି ଅଭାବରୁ ଖାଲଖମାରେ ଭର୍ତ୍ତି ହୋଇଛି। ଏହାର ମରାମତି ଲାଗି ଗ୍ରାମବାସୀ...

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା

ଓଡ଼ଗାଁ,୨।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ରାବେରା କୋଠସାହିରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ତିନି ପରିବାରଙ୍କ ୬ ବଖରା ଜଳିଯାଇଛି। ବିପନ୍ନ ପରିବାର...

ଦୁର୍ଘଟଣା ପରେ ଡ଼ମ୍ପର ଚାଳକଙ୍କୁ ମାଡ଼ ମାରିବା ଘଟଣା : ୭ ଗ୍ରାମବାସୀଙ୍କୁ ଗିରଫ କଲା ପୋଲିସ

ରାଇରଙ୍ଗପୁର,୨୯ା୮(ଡି.ଏନ୍‌.ଏ)- ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଞ୍ଚଳରେ ମଙ୍ଗଳବାର ଘଟିଥିବା ଏକ ଦୁର୍ଘଟଣାକୁ ନେଇ ଡମ୍ଫର ଚାଳକ ବିଶ୍ୱନାଥ ହଁାସଦାଙ୍କୁ ମାଡ଼ ମାରିବା ଓ ଲୁହାଖଣି...

ଖୁଣ୍ଟାରେ ଚାଷୀ ସମାବେଶ

ଖୁଣ୍ଟା,୨୦ା୯(ଡି.ଏନ୍‌.ଏ.)- ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ଖୁଣ୍ଟା କଲ୍ୟାଣମଣ୍ଡପଠାରେ ଗୁରୁବାର ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଖୁଣ୍ଟା ଓ...

ବେଆଇନ ଇଟାଭାଟି ସିଲ୍‌ କଲା ପ୍ରଶାସନ

ହିଞ୍ଜିଳିକାଟୁ, ୧୯ା୮(ଡି.ଏନ୍‌.ଏ)- ହିଞ୍ଜିଳିକାଟୁ ତହସିଲର ବିଭିନ୍ନ ବେଆଇନ ଇଟାଭାଟିରେ ପ୍ରଶାସନ ପକ୍ଷରୁ ସୋମାବର ଲାଲ ବାନା ଲଗାଯିବା ସହ ଭାଟିରେ ତାଲା ପକାଯାଇଛି। ହିଞ୍ଜିଳିକାଟୁ ତହସିଲର...

Leave a comment

Your email address will not be published. Required fields are marked *