ରେତଙ୍ଗ ଷ୍ଟେଶନର ମୁଖ୍ୟ ରାସ୍ତା ଜଳମଗ୍ନ

ଯାଁଳା, ୨୫। ୯(ଡି.ଏନ.ଏ.): ଖୋର୍ଦ୍ଧା- ଭୁବନେଶ୍ୱର ଜାତୀୟ ରାଜପଥ ନଂ. ୧୬ର ଯାଁଳାଠାରୁ ରେତଙ୍ଗ ରେଳ ଷ୍ଟେଶନକୁ ଯାଇଥିବା ମୁଖ୍ୟ ରାସ୍ତାଟି ଲଗାଣ ବର୍ଷା ଯୋଗୁ ଜଳମଗ୍ନ ହୋଇଛି। ଫଳରେ ୩ଟି ପଞ୍ଚାୟତରେ ଲୋକମାନେ ଜାତୀୟ ରାଜପଥ ନଂ. ୧୬କୁ ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବର୍ଷା ଯୋଗୁ ଏହି ରାସ୍ତାର ପ୍ରାୟ ୫ ଶହ ମିଟର ଜଳମଗ୍ନ ହୋଇରହିଛି। ଏହି ରାସ୍ତାରେ ଯାଉଥିବା ପାଣି ତଳକୁ ଗଡିଯିବା ବଦଳରେ ଅଟକି ରହୁଛି। କାରଣ ଏଠାରେ ଥିବା ଏକ କଲେଜ ପାଣି ଯିବା ବାଟଟିକୁ ଆବଦ୍ଧ କରି ଦେଇଛି। ତାହା ଛଡା ଆହୁରି ମଧ୍ୟ କେତେକ ଘରୋଇ ଜାଗାର ଘର ଓ ପ୍ରାଚିର ହେବା ଫଳରେ ଏହି ସମସ୍ୟା ଦେଖାଦେଇଛି। ଏଥିଯୋଗୁ କେତେକ ଘରୋଇ ସ୍କୁଲ, କଲେଜ ଏବଂ ସରକାରୀ ସ୍କୁଲର କର୍ମଚାରୀମାନଙ୍କର ଯିବା ଆସିବା ବାଧାପ୍ରାପ୍ତ ହୋଇଛି। ପାଣି ସୁଅରେ ରାସ୍ତାଟି କ୍ଷତିଗ୍ରସ୍ତ ହୋଇଛି। ଏବେଠାରୁ ଯଦି ଏହାର ବିକଳ୍ପ ବ୍ୟବସ୍ଥା କିଛି କରା ନ ଯାଏ ତେବେ ଭବିଷ୍ୟତରେ ଏ ରାସ୍ତାଟି ଲୋକମାନଙ୍କ ପାଇଁ ମରଣଯନ୍ତା ପାଲଟିଯିବ।

 


All Right Reserved By Dharitri.Com

ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ତହସିଲ ଅଫିସ ଘେରାଉ

ଜଳେଶ୍ୱର, ୨୦।୮-ବାଲେଶ୍ୱର ଜିଲା ଜଳେଶ୍ୱର ଜିକେଭଟ୍ଟର ହସ୍‌ପିଟାଲରେ ଗତ ୧୫ତାରିଖଠାରୁ ଅଦ୍ୟାବଧି ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ସୋମବାର ପୂର୍ବାହ୍ନ ୧୦ଟାରୁ ଶତାଧିକ ଜନସାଧାରଣ ଜଳେଶ୍ୱର ତହସିଲ...

କଂଗ୍ରେସ ଭାଇଙ୍କ ପରଲୋକ

ଠାକୁରମୁଣ୍ଡା, ୨୧ା୩(ଡି.ଏନ.ଏ): ମୟୂରଭଞ୍ଜର ଭୂମିପୁତ୍ର ସେବକ କଂଗ୍ରେସ ଭାଇଙ୍କର ଶୁକ୍ରବାର ପରଲୋକ ଘଟିଛି। ଶ୍ୱାସ ରୋଗରେ ପୀଡ଼ିତ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସିତ...

ମୋ’ ବସ୍‌ ଓ ଘରୋଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ବିବାଦ: ୩ ଘଣ୍ଟା ବନ୍ଦ ରହିଲା ବସ୍‌ ଚଳାଚଳ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରେ ଗୁରୁବାର ମୋ’ ବସ୍‌ କର୍ମଚାରୀ ଓ ଘରୋଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ବିବାଦ ଘଟି ଉତ୍ତେଜନା ସୃଷ୍ଟି ହୋଇଥିଲା। ଫଳରେ ପ୍ରାୟ...

ଏଥର ଗ୍ରୀନ୍‌ ରାଖୀପୂର୍ଣ୍ଣିମା

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ପ୍ରଦୂଷଣମୁକ୍ତ ଗ୍ରୀନ୍‌ ଦୀପାବଳି ଓ ଗ୍ରୀନ୍‌ ହୋଲି ପରେ ଏଥର ଗ୍ରୀନ୍‌ ରକ୍ଷାବନ୍ଧନ। ପରିବେଶ ସୁରକ୍ଷା ପ୍ରତି ଧୀରେ ଧୀରେ ସଚେତନ ହେଉଥିବା ଲୋକେ...

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୫।୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଅନ୍ୟ ଏକ ଗାଁର ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ...

ଖଡିଆଳ ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଖଡିଆଳ,୮।୮(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ଓକିଲ ସଂଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । ଖଡିଆଳ, ସିନପାଲି, ବୋଡେନ ଅଞ୍ଚଳର...

ନିଲାମ ହେବ ଖଣି, ବିଭିନ୍ନ କମ୍ପାନୀ ତତ୍ପର

ଯୋଡ଼ା, ୨୦।୧୦(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ବିଭିନ୍ନ ଖଣି ଗୁଡିକରେ ଲିଜ୍‌ ଅବଧି ଶେଷ ହେବାକୁ ଥିବାରୁ ସେଗୁଡିକର ପୁନଃ ନିଲାମ ପାଇଁ ଘୋଷଣା ପରେ ଯୋଡା ଖଣି...

ଗଞ୍ଜାମ ଜିଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର

ଛତ୍ରପୁର,୧୬ା୫(ଡି.ଏନ.ଏ)-ରାଜ୍ୟରେ ଫନୀ ବାତ୍ୟା ବିପନ୍ନଙ୍କୁ ବିଭିନ୍ନ ସହାୟତା ଯୋଗାଇଥିବାରୁ ଗଞ୍ଜାମ ଜିଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରଂଶସାପତ୍ର ମିଳିଛି। ପୁରୀ ଜିଲାର ବାତ୍ୟା ବିପନ୍ନଙ୍କୁ...

Leave a comment

Your email address will not be published. Required fields are marked *