Posted inଖେଳ

୩ ଓଭର ମେଡେନ ପକାଇବା ରେକର୍ଡ ଅଧିକାରୀ ଦୀପ୍ତି

ନୂଆଦିଲ୍ଲୀ,୨୫।୯: ଅଲରାଉଣ୍ଡର ଦୀପ୍ତି ଶର୍ମା ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁରାଟଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଏକ ବିରଳ ରେକର୍ଡ ଅଧିକାରୀ ହୋଇଛନ୍ତି। ସେ ୪ ଓଭର ବୋଲିଂ କରି ୮ ରନ୍‌ ବ୍ୟୟରେ ୪ ଉଇକେଟ ନେଇ ଭାରତୀୟ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ କୋଟାରେ ୩ ଓଭର ମେଡେନ ରହିଥିଲା। ପ୍ରଥମ ଥର ପାଇଁ କୌଣସି ଭାରତୀୟ ବୋଲର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ୩ ମେଡେନ ଓଭର ପକାଇଛନ୍ତି। ତାଙ୍କର ପ୍ରଥମ ୩ ଓଭର ମେଡେନ ରହିବା ପରେ ୪ର୍ଥ ଓଭରରେ ୮ ରନ୍‌ ବ୍ୟୟ କରିଥିଲେ। ପ୍ରଥମ ଦୁଇ ଓଭରକୁ ମେଡେନ ରଖିବା ସହ ଉଇକେଟ ମଧ୍ୟ ଉଇକେଟ ମଧ୍ୟ ନେଇଥିଲା। ତେବେ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟରେ କୌଣସି ବୋଲର ଏପର୍ଯ୍ୟନ୍ତ ୩ ଓଭର ମେଡେନ ପକାଇ ନାହାନ୍ତି। କିନ୍ତୁ ୩ ଓଭର ବୋଲିଂ କରି ୨ଟି ମେଡେନ ନେଇଥିବା ବୋଲରଙ୍କ ତାଲିକାରେ ଭାରତୀୟ ପେସର ଯଶପ୍ରୀତ ବୁମରାଙ୍କ ନାମ ରହିଛି।


All Right Reserved By Dharitri.Com

Posted inଖେଳ View All

ଓଡ଼ିଶାରେ ଆଇଏସ୍‌ଏଲ୍‌ ଉତ୍ସାହ

ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ପ୍ରଥମଥର ପାଇଁ ଓଡ଼ିଶାର ନିଜ ଦଳ ଅଂଶଗ୍ରହଣ କରିବ। ପୂର୍ବରୁ ଦିଲ୍ଲୀ ଡାଇନାମସ ଏଫ୍‌ସି ଥିବା ଦଳ ଏବେ...

ଭାଜପାରେ ବବିତା, ବାପା ମହାବୀର

ନୂଆଦିଲ୍ଲୀ,୧୨।୮- ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକଧାରୀ ବବିତା ଫୋଗଟ ଓ ତାଙ୍କ ବାପା ତଥା କୋଚ୍‌ ମହାବୀର ଫୋଗଟ ସୋମବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ...

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌ଙ୍କୁ ଅଷ୍ଟମ ଟାଇଟଲ, ନଂ.୧କୁ ପ୍ରତ୍ୟାବର୍ତ୍ତନ

ମେଲ୍‌ବୋର୍ନ, ୩।୨(ଏଏଫ୍‌ପି)- ଅଭିଜ୍ଞ ସର୍ବିୟା ଟେନିସ୍‌ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ...

ପାକିସ୍ତାନରେ ବିଶ୍ୱକପ୍‌ ଆୟୋଜନ ଲାଗି ହେବ ଆଲୋଚନା

କରାଚୀ,୧୭।୧(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ମୁଖ୍ୟ କାର୍ଯ୍ୟକାରୀ (ସିଇଓ) ମନୁ ସାହାନେ ଆସନ୍ତା ସପ୍ତାହରେ ପାକିସ୍ତାନ ଗସ୍ତ କରିବେ। ସେଠାରେ ସେ ପାକିସ୍ତାନ କ୍ରିକେଟ...

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ...

୧୮ ବର୍ଷରୁ କମ୍‌ ସାଫ୍‌ ଚାମ୍ପିୟନଶିପ୍‌ :ମାଳଦ୍ୱୀପକୁ ହରାଇ ଫାଇନାଲରେ ଭାରତ

କାଠମାଣ୍ଡୁ, ୨୮।୯ (ପି.ଟି.)- ଏଠାରେ ଚାଲିଥିବା ସାଉଥ୍‌ ଏସିଆନ୍‌ ଫୁଟ୍‌ବଲ ଫେଡେରେଶନ (ସାଫ୍‌) ୧୮ ବର୍ଷରୁ କମ୍‌ ଫୁଟ୍‌ବଲ ପ୍ରତିଯୋଗିତାର ଫାଇନାଲରେ ଭାରତ ପ୍ରବେଶ କରିଛି।...

୧୫୦୦ତମ ମ୍ୟାଚ୍‌ରେ ଫେଡରରଙ୍କ ବିଜୟ

ବାସେଲ, ୨୨।୧୦ (ଏଏଫ୍‌ପି)- ସୁଇଜରଲାଣ୍ଡର କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ନିଜ କ୍ୟାରିୟରର ୧୫୦୦ତମ ମ୍ୟାଚ୍‌ ଖେଳିଛନ୍ତି। ସୁଇସ୍‌ ଇନ୍‌ଡୋର୍ସ ପ୍ରତିଯୋଗିତା ଅବସରରେ ଫେଡରର...

ଜାଫର୍‌ଙ୍କ ନାମରେ ଆଉ ଏକ ରଣ୍‌ଜୀ ରେକର୍ଡ

ନାଗପୁର, ୪।୨- ଭେଟେରାନ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର୍‌ ରଣ୍‌ଜୀ ଟ୍ରଫି କ୍ରିକେଟ୍‌ରେ ଆଉ ଏକ ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ରଣ୍‌ଜୀ ଟ୍ରଫି ଇତିହାସରେ...

Leave a comment

Your email address will not be published. Required fields are marked *