ପ୍ରେମିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ବାରିପଦା ଅଫିସ,୨୫।୯- ମୟୁରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧିନ ଧନପୁର ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସଦର ଥାନା ପୋଲିସ ସମ୍ପୃକ୍ତ ଯୁବକ ଗୁଲସନ ମହନ୍ତଙ୍କୁ ବୁଧବାର ଗିରଫ କରିଛି। ଥାନାରେ ଯୁବତୀଙ୍କ ଅଭିଯୋଗଙ୍କୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ. ୧୦୩/୧୯) ରୁଜୁ କରିଛି। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନସ୍ବରୂପ ଯୁବକଙ୍କୁ ଗିରଫ କରାଯାଇଥିବା ଥାନା ଅଧିକରିଣୀ ସ୍ବର୍ଣ୍ଣାଲତା ମିଞ୍ଜ କହିଛନ୍ତି। ଗୁରୁବାର ଗୁଲସନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

ସୂଚନାନୁଯାୟୀ, ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ଗୁଲସନ୍‌ ଯୁବତୀଙ୍କୁ ପ୍ରତାରଣା କରିଥିଲେ। ଯୁବତୀ ଏହା ଜାଣିବା ପରେ ତାଙ୍କ ସହ ଆଉ ସମ୍ପର୍କ ରଖି ନ ଥିଲେ। ଏଥିରେ ଗୁଲସନ୍‌ ରାଗିଯାଇ ସେମାନେ ବିତାଇ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆ (ଫେସବୁକ/ହାଟ୍ସଆପ) ରେ ଭାଇରଲ କରିଥିଲେ।


All Right Reserved By Dharitri.Com

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ସୂର୍ଯ୍ୟଙ୍କ ଗତିର ବିପରୀତ ଦିଗକୁ ଢଳିଥାନ୍ତି ଶିବ ଲିଙ୍ଗ

ଖଣ୍ଡପଡା,୧୮ା୭(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ ପରିଚିତ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ସିଦ୍ଧେଶ୍ୱର ମହାଦେବ ବିରାଜମାନ ହୋଇଛନ୍ତି। ବୁଧବାର କର୍କଟ ସଂକ୍ରାନ୍ତି...

ହରଭଙ୍ଗା ବ୍ଲକ: ଜଳିଗଲାଣି ପଲ୍‌ହାଘାରି, ଗଜାମରୁଡି ଆଶଙ୍କା

ପୁରୁଣାକଟକ,୧୫।୭ (ଡି.ଏନ.ଏ) : କେଉଁ ବର୍ଷ ମରୁଡି ତ କେଉଁ ବର୍ଷ ବନ୍ୟା । ଏଭଳି ଗତ ୩୦ ବର୍ଷ ଧରି ପ୍ରକୃତ ଦାଉ ସାଧୁଥିବାରୁ...

ସରକାରୀ ଜମିରୁ ମୋରମ ଲୁଟ୍‌: ରାଜସ୍ବ ହରାଉଛନ୍ତି ସରକାର

ଔପଦା, ୧୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ତହସିଲ ଅନ୍ତର୍ଗତ ଗଡ଼ସାହି ପଞ୍ଚାୟତର କୁସୁନଦାସପୁର, ରଙ୍ଗାମାଟିଆ, ପଣ୍ଡୁଆ, ପଥରପଦା ଆଦି ଗ୍ରାମରେ ଥିବା ସରକାରୀ ଜମିରୁ ମୋରମ ଲୁଟ୍‌...

ଭାଲୁ ସହ ବୃଦ୍ଧଙ୍କ ଲଢେଇ

ମୈଇଦଲପୁର,୧୧ା୧୨(ଡି.ଏନ.ଏ.)-ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା। ଜୀବନ ବଞ୍ଚାଇବା ପାଇଁ ଭାଲୁ ସହ ଲଢେଇ କରି ଗୁରୁତର ହୋଇଛନ୍ତି ନବରଙ୍ଗପୁର...

ମଦ୍ୟପ ବାପାଙ୍କୁ ହତ୍ୟା କଲା ପୁଅ

ବୌଦ୍ଧ, ୮ା୬(ସ୍ବ.ପ୍ର): ବୌଦ୍ଧ ଥାନା ଅନ୍ତର୍ଗତ ସରଣ୍ଡା ଗ୍ରାମରେ ଗୁରୁବାର ଏକ ହତ୍ୟା ଘଟଣା ଘଟିଛି । ମଦ୍ୟପ ବାପାଙ୍କ ନିର୍ଯାତନା ଅସହ୍ୟ ହେବାରୁ ପୁଅ...

ଜାଲ୍‌ନୋଟ କାରବାର : ଜଣେ ଅଭିଯୁକ୍ତ ଗିରଫ

ରାୟଗଡ଼ା ଅଫିସ,୯।୧୧: ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ହରିଜନ ସାହିର ଦେବଜହନ ନାୟକ(୨୫)ନାମକ ଜଣେ ଯୁବକ ସୁନାମୁଦି ସାହିରେ ଏକ ଘରଭଡ଼ା ନେଇ ଜାଲ୍‌ନୋଟ...

ଚୋରା ଦେଶୀମଦ ଜବତ: ଜଣେ ଗିରଫ

ବଡ଼ବିଲ,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ପୋଲିସ ଶୁକ୍ରବାର ବାଲାଗୋଡ଼ା ସ୍ଥିତ ଡବ୍ଲ୍ୟୁ ହଟିଂ ଅଞ୍ଚଳରେ ଚଢ଼ାଉ କରି ୧୦ ଲିଟର ଚୋରା ଦେଶୀ ମଦ...

ନିଶାସକ୍ତ ଚାଳକଙ୍କ ମଧ୍ୟରେ କୋକୁଆ ଭୟ

ବ୍ରହ୍ମପୁର ଅଫିସ,୨୬ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଚାରିଆଡେ ଚେକିଂ କରାଯାଉଛି। ଅନ୍ୟପଟେ ରାଜପଥରେ ନିଶାସକ୍ତ ଗାଡି ଚାଳକଙ୍କୁ ସାବାଡ଼ କରିବା ପାଇଁ ପୋଲିସ...

Leave a comment

Your email address will not be published. Required fields are marked *