Posted inଜାତୀୟ

ଶିବାଜୀ ସ୍ମାରକରେ ୧୩ ଶହ କୋଟି ଦୁର୍ନୀତି: କଂଗ୍ରେସ-ଏନ୍‌ସିପି କଲେ ଅଭିଯୋଗ

ମୁମ୍ବାଇ,୨୫।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏବଂ ଏନ୍‌ସିପି ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ କରାଯାଇଛି। ଆରବ ସାଗରରେ ମୁମ୍ବାଇ ସମୁଦ୍ର କୂଳରେ ନିର୍ମିତ ହୋଇଥିବା ଶିବାଜୀ ସ୍ମାରକରେ ୧୩ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଂଗ୍ରେସ-ଏନ୍‌ସିପି ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରେ ଟେଣ୍ଡର ଦୁର୍ନୀତି ହୋଇଥିବା କଂଗ୍ରେସ-ଏନ୍‌ସିପି
କହିଛନ୍ତି। ୨୦୧୭ରେ ଟେଣ୍ଡର ଖୋଲା ଯାଇଥିଲା। ଏଲ୍‌ ଆଣ୍ଡ ଟି ପକ୍ଷରୁ ଏନେଇ ୩,୨୨୬ କୋଟି ଟଙ୍କାର ଠିକା ପ୍ରସ୍ତାବ ଦିଆଯାଇଥିଲା। ଏହି ସ୍ମାରକର ଉଚ୍ଚତା ୧୨୧.୨ ମିଟର, ସେଥି ମଧ୍ୟରେ ଶିବାଜୀଙ୍କ ମୂର୍ତ୍ତିର ଉଚ୍ଚତା ୮୩.୨ ମିଟର ଏବଂ ୩୭ ମିଟର ଖଣ୍ଡା ରହିଛି। ଏଲ୍‌ ଆଣ୍ଡ ଟି ସହିତ ଆଲୋଚନା ପରେ ସରକାର ଟେଣ୍ଡର ମୂଲ୍ୟ ୨୫ ଶହ କୋଟି କରିଥିଲେ। ଏହାକୁ ନେଇ ବିରୋଧୀ ପ୍ରଶ୍ନ କରିଥିଲେ। ଏହି ଘଟଣାର ନ୍ୟାୟିକ ଯାଞ୍ଚ୍‌ ପାଇଁ କଂଗ୍ରେସ-ଏନ୍‌ସିପି ପକ୍ଷରୁ ଦାବି କରାଯାଇଛି।


All Right Reserved By Dharitri.Com

ଦୁର୍ନୀତି ଏବଂ ଯୌନ ନିର୍ଯ।ତନା ଅଭିଯୋଗ: ୧୨ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତା ମୂଳକ ଅବସର

ନୂଆଦିଲ୍ଲୀ,୧୧।୬: ଦୁର୍ନୀତି ଏବଂ ଯୌନ ନିର୍ଯ।ତନା ଅଭିଯୋଗରେ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ବରିଷ୍ଠ...

କନ୍ଦାଇଲାଣି ନୂଆ ମୋଟରଯାନ ନିୟମ: ଅଟୋ ଚାଳକଙ୍କ ନାଁରେ ୩୨ ହଜାର ୫ଶହ ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୯: ନୂଆ ମୋଟରଯାନ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ କାନ୍ଦିବାକୁ ପଡିଲାଣି। କାରଣ ଏବେ ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବୁଧବାର...

କଟା ହେଲା ଗଛ: ଭଙ୍ଗା ବସା ପାଖରେ ୨ଦିନ ବସି ରହିଲା ମା’ ପକ୍ଷୀ; ଭିଡ଼ିଓ ଭାଇରାଲ

ମୁମ୍ବାଇ,୬।୧୦: ମହାରାଷ୍ଟ୍ର ମୁମ୍ବାଇର ଆରେ କଲୋନୀରେ ଗଛ କଟା ଜାରି ରହିଛି। ଏହାଦ୍ୱାରା ଘଛରେ ଥିବା ଶହେରୁ ଅଧିକ ପକ୍ଷୀ ବସା ଭାଙ୍ଗି ଯାଇଛି। ତେବେ...

ଅଯୋଧ୍ୟା ରାୟ ପୂର୍ବରୁ ପୋଲିସ ଆଲର୍ଟ: କଲେଜରେ ତିଆରି ହେଲା ୮ ଅସ୍ଥାୟୀ ଜେଲ୍‌

ଲକ୍ଷ୍ନୌ,୭।୧୧: ଅଯୋଧ୍ୟା ରାୟ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଉତ୍ତରପ୍ରଦେଶ ପୋଲିସ ବିଭାଗ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ଆମ୍ବେଡ଼କର...

ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ ପାଇଁ ଶପଥ

ନୂଆଦିଲ୍ଲୀ,୨ା୧: ନାଗରିକତ୍ୱ ପ୍ରକ୍ରିୟାକୁ ବର୍ଜନ କରିବା ଲାଗି ନୂଆବର୍ଷ ଅବସରରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଶତାଧିକ ବିକ୍ଷୋଭକାରୀ ଗଣଶପଥ ନେଇଛନ୍ତି। ସେମାନେ ସଂଶୋଧିତ ନାଗରିକତ୍ୱ...

ମୁକୁଳିବେ ନଜରବନ୍ଦୀ ଥିବା ଜମ୍ମୁ-କଶ୍ମୀରର ୩ ନେତା

ନୂଆଦିଲ୍ଲୀ,୧୦।୧୦: ବିଭିନ୍ନ ସର୍ତ୍ତ ଆଧାରରେ ଜମ୍ମୁ-କଶ୍ମୀରରେ ନଜରବନ୍ଦୀ ଥିବା ୩ ନେତା ଗୁରୁବାର ମୁକୁଳିବେ ବୋଲି ଜଣାପଡିଛି। ବୁଧବାର ଏସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।...

ଚାଲାଣ କାଟିବା ସମୟରେ ହୃଦ୍‌ଘାତରେ କାର୍‌ ଚାଳକଙ୍କ ମୃତ୍ୟୁ

ନଏଡା,୯।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ଏହାର ଉଲ୍ଲଂଘନକାରୀଙ୍କୁ ଅଟକାଇ ପୋଲିସ ଚାଲାଣ କାଟିବା କଥା ସମସ୍ତଙ୍କୁ ଜଣା। ହେଲେ ରବିବାର ନଏଡାର...

୫ ବର୍ଷରେ ୭୧ ହଜାର କୋଟି ବ୍ୟାଙ୍କ ଦୁର୍ନୀତି: କର୍ମଚାରୀଙ୍କ ଜାଣତରେ ଲୁଟ ହୋଇଛି ୬୫ ହଜାର କୋଟି

ନୂଆଦିଲ୍ଲୀ, ୯।୭: ଗତ ୫ ବର୍ଷରେ ଦେଶର ବିଭିନ୍ନ ବ୍ୟାଙ୍କରେ ୭୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ସେଥିମଧ୍ୟରୁ କେବଳ ୬୪ ହଜାର କୋଟି...

Leave a comment

Your email address will not be published. Required fields are marked *