‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଡିଜିପିଙ୍କ କଲ୍‌ସେଣ୍ଟର ପରିଦର୍ଶନ: ୩ ଅଭିଯୋଗକାରୀଙ୍କଠାରୁ ରିପୋର୍ଟ ନେଲେ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଥାନାରେ ସ୍ବଚ୍ଛତା ଆସିବ। ମିଳିବ ନ୍ୟାୟ ଓ ପୋଲିସର ଉତ୍ତମ ବ୍ୟବହାର। ଏନେଇ ରାଜ୍ୟ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଥାନାଗୁଡିକୁ ଆସୁଥିବା ଅଭିଯୋଗକାରୀଙ୍କଠାରୁ ଥାନା ରିପୋର୍ଟ ପ୍ରସ୍ତୁତ ଚାଲିଛି। ମଙ୍ଗଳବାର ରସୁଲଗଡ଼ସ୍ଥିତ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଅଫିସରେ ଥିବା ରାଜ୍ୟସ୍ତରୀୟ କଲ୍‌ସେଣ୍ଟରକୁ ଡିଜିପି ବି.କେ. ଶର୍ମା ପରିଦର୍ଶନରେ ଆସି ଅଭିଯୋଗ ସଂକ୍ରାନ୍ତରେ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ୩ ଥାନା ଯଥା ଭୁବନେଶ୍ୱରର ଧଉଳି, ନୟାଗଡ଼ ଓ ନବରଙ୍ଗପୁର ଥାନାକୁ ଆସିଥିବା ଜଣେ ଲେଖାଏ ଅଭିଯୋଗକାରୀଙ୍କ ସହ ସିଧାସଳଖ କଥାହୋଇ ରିପୋର୍ଟ ନେଇଛନ୍ତି। ଏଥିସହ ପୋଲିସର ବ୍ୟବହାର, ସେବା ଆଦି ସଂକ୍ରାନ୍ତରେ ପଚାରି ମାର୍କ ଦେବାକୁ କହିଥିଲେ। ତେବେ ଅଧିକାଂଶ ଅଭିଯୋଗକାରୀ ପୋଲିସର ବ୍ୟବହାରକୁ ନେଇ ଅସନ୍ତୋଷ ଜଣାଇଥିଲେ।
ଡିଜିପି ଶର୍ମା କଲ୍‌ସେଣ୍ଟରରୁ ବାହାରିବା ପରେ ଗଣମାଧ୍ୟମକୁ କହିଥିଲେ ଯେ, ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୋଲିସ ଅଫିସରଙ୍କୁ ଟ୍ରେନିଂ ଦିଆଯାଇଛି। ସେହିପରି ଲୋକଙ୍କଠାରୁ ଫିଡ୍‌ବ୍ୟାକ୍‌ ଗ୍ରହଣ କରାଯାଉଛି। ଜିଲା, ରେଞ୍ଜ୍‌ ଓ ରାଜ୍ୟସ୍ତରରେ ଫିଡ୍‌ବ୍ୟାକ୍‌ ଗ୍ରହଣ କରାଯିବା ସହ ତର୍ଜମା କରାଯାଉଛି। ରାଜ୍ୟସ୍ତରର ଫିଡ୍‌ବ୍ୟାକ୍‌ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋରେ ଗ୍ରହଣ କରାଯାଉଛି। ଥାନାକୁ ଯାଇଥିବା ୩ଜଣ ବ୍ୟକ୍ତିଙ୍କୁ ସେମାନଙ୍କ ଅନୁଭୂତି ସମ୍ପର୍କରେ ପଚାରି ବୁଝିବା ସହ ଫିଡ୍‌ବ୍ୟାକ ଗ୍ରହଣ କରିଥିଲି। ତେବେ ବିଭିନ୍ନ ସମୟରେ ଅଭିଯୋଗକାରୀଙ୍କ ସହ ଯୋଗାଯୋଗବେଳେ ଅଧିକାଂଶ ପ୍ରଥମେ କହିବାକୁ ସଙ୍କୋଚ କରୁଛନ୍ତି। ସେମାନଙ୍କୁ ଧିରେ ଧିରେ ପଚାରିଲେ ସବୁକିଛି କହୁଛନ୍ତି। ଯେଉଁ ଥାନା ଅଧିକାରୀଙ୍କ ସପକ୍ଷରେ ମାର୍କ ଆସିବ ତାଙ୍କୁ ପୁରସ୍କାର ମିଳିବ ଓ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ଥାନାରେ ସ୍ବଚ୍ଛତା ଆସିପାରିବ ବୋଲି ଡିଜିପି କହିଛନ୍ତି।


All Right Reserved By Dharitri.Com

ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଭୁବନେଶ୍ବର ଭିଏସ୍‌ଏସ୍‌ ନଗରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଉଛନ୍ତି...

ସାନିଟାଇଜର ପ୍ରସ୍ତୁତ କଲେ ୩ ଅଧ୍ୟାପକ

କଟକ ଅଫିସ,୨।୪: ଲକ୍‌ଡାଉନ୍‌ ବଳବତ୍ତର ଥିବାରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିଛି। ତେବେ ୩ଜଣ ଅଧ୍ୟାପକ ଏହି ଫାଙ୍କା ସମୟର ସଦୁପଯୋଗ କରି ଏକ...

ଇ- ବିଧାନସଭା: ୪୭ ବିଧାୟକ କିଣିଲେ କମ୍ପ୍ୟୁଟର

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ବିଧାୟକମାନେ ଆଉ କାଗଜପତ୍ର ନୁହେଁ କମ୍ପ୍ୟୁଟର ଜରିଆରେ ସମସ୍ତ ସୂଚନା ପାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ। ଏପରି କି ବିଧାନସଭାକୁ ମଧ୍ୟ ଲାପଟପ୍‌...

ଭାସୁଛି ୫କେଜିର ପଥର

ନିମାପଡ଼ା,୧୪ା୮(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଡମ୍ପାଳୋ ଗ୍ରାମପଞ୍ଚାୟତର ଆଶାପୂରଣ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଆଖଣ୍ଡେଳଶ୍ୱର ମହାଦେବଙ୍କ...

ବାଂଲାଦେଶ ମୁହାଁଇଲା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର,୮-୧୧(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ବାତ୍ୟା ‘ବୁଲ୍‌ବୁଲ୍‌’ରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହି ସାମୁଦ୍ରିକ...

ଅବ୍ୟବସ୍ଥାରେ ଅରେବେଡା ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ବିପଦସଙ୍କୁଳ କୋଠାରେ ପାଠପଢ଼ା; ବର୍ଷାରେ ଛାତରୁ ପାଣି ଗଳୁଛି

ଭବାନୀପାଟଣା/କଲମପୁର,୨୩।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରଣମାଳ ପଞ୍ଚାୟତ ଅରେବେଡା ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଗତି କରୁଛି। ୧୯୪୨ରେ ସ୍ଥାପିତ ଏହି...

ସ୍ୟାଟ୍‌କୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଜଣିକିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି

କଟକ ଅଫିସ, ୬।୧୨ :ସ୍ୟାଟ୍‌(ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ) ଉଚ୍ଛେଦ ଉପରେ କେନ୍ଦ୍ର ମୋହର ଲଗାଇବା ପରେ ଏହା ଏକପ୍ରକାର ଅଚଳ ହୋଇପଡ଼ିଛି। ସ୍ୟାଟ୍‌ରେ ଅଚଳାବସ୍ଥା ଯୋଗୁ ଏଠାରେ...

ସୁନ୍ଦରଗଡ଼ ଜିଲା ଅବକାରୀ ବିଭାଗର ଚଢ଼ାଉ: ୨୫ କିଗ୍ରା ଗଞ୍ଜେଇ ଜବତ, ଜଣେ ଗିରଫ

ରାଉରକେଲା ଅଫିସ,୩।୭: ସୁନ୍ଦରଗଡ଼ ଜିଲା ଅବକାରୀ ପୋଲିସ ବୁଧବାର ଲକ୍ଷାଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି।...

Leave a comment

Your email address will not be published. Required fields are marked *