ଭୁବନେଶ୍ୱରକୁ ନୂଆ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ): ପ୍ରଥମେ ଏୟାର ଇଣ୍ଡିଆ ଓ ପରେ ଏୟାର ଏସିଆ ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ପ୍ରତ୍ୟାହାର କରିସାରିଲେଣି। ହେଲେ ଏବେ ଖୁସି ଖବର ଆସିଛି। ‘ବ୍ୟାଙ୍ଗକକ୍‌ ଏୟାରଓ୍ବେଜ’ ନାମକ ଉଡାଣ ସଂସ୍ଥା ଭୁବନେଶ୍ୱର ସହ ଯୋଡ଼ି ହେବାକୁ ଇଚ୍ଛା କରିଛି। ଏହି ସଂସ୍ଥା ଥାଇଲାଣ୍ଡ୍‌ର ରାଜଧାନୀ ବ୍ୟାଙ୍ଗକକ୍‌ରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ଚଳାଚଳ କରିବାକୁ ଯୋଜନା କରୁଛି। ଅଷ୍ଟ୍ରେଲିଆର ଆଡିଲେଡ୍‌ଠାରେ ଚାଲିଥିବା ବିମାନ ମେଳା ‘ଓ୍ବାଲର୍‌ଡ ରୁଟ୍‌-୨୦୧୯’ରେ ଏହି ସଂସ୍ଥା ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସହ ଆଲୋଚନା କରିଛି। ଭୁବନେଶ୍ୱର ସହ ଜୟପୁର, ପୁଣେ, ପୋର୍ଟବ୍ଲେୟାର, କୋଲକାତା ଓ ଗୁଆହାଟୀକୁ ବିମାନ ସେବା ପ୍ରଦାନ କରିବାକୁ ବ୍ୟାଙ୍ଗକକ୍‌ ଏୟାରଓ୍ବେଜ ଯୋଜନା ରଖିଥିବା ଜଣାପଡିଛି।


All Right Reserved By Dharitri.Com

ଓଟିଡିସି କରିବ ଡେଷ୍ଟିନେଶନ ଓ୍ବେଡିଂ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଗୋଆ, ମସୌରୀ, ଉଦୟପୁର ଭଳି ଓଡ଼ିଶାରେ ବି ହେବ ଡେଷ୍ଟିନେଶନ ଓ୍ବେଡିଂ। ମେହେନ୍ଦି, ସଙ୍ଗୀତ ସେରିମନିରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁକିଛି ମହାଆଡ଼ମ୍ବରରେ ହେବ।...

ଘୂର୍ଣ୍ଣିବଳୟ: ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷା

ଭୁବନେଶ୍ୱର, ୬ା୭(ବ୍ୟୁରୋ): ଓଡ଼ିଶା ଏବଂ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ...

ବଢ଼ିଲା ଶୀତ, ଆଉ ଦୁଇଦିନ

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି। ରାଜ୍ୟର ୮ଟି ଜିଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସି ଯାଇଛି।...

ରାଜ୍ୟରେ ବ୍ୟାପକ ହେବ ପାଠାଗାର ଆନ୍ଦୋଳନ ଖୁବ୍‌ଶୀଘ୍ର ଓଡ଼ିଶା ସର୍ବସାଧାରଣ ପାଠାଗାର ପାଣ୍ଠି

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ରାଜ୍ୟରେ ପାଠାଗାର ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ଖୁବ୍‌ଶୀଘ୍ର ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠନ କରାଯିବ। ବିଭିନ୍ନ ବର୍ଗରେ ପ୍ରତିନିଧିତ୍ୱ କରିବା ଭଳି...

ବାରିଷ୍ଟର ରଣଜିତ୍‌ ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବ ଓ ସ୍ମାରକୀ ବକ୍ତୃତା:ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ରଣଜିତ୍‌ ମହାନ୍ତ

କଟକ ଅଫିସ,୩।୯: ଦେଶରେ ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ବାରିଷ୍ଟର ରଣଜିତ୍‌ ମହାନ୍ତି। ତାଙ୍କ ପ୍ରଚେଷ୍ଟାରେ ବାଙ୍ଗାଲୋରରେ ପ୍ରଥମ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲା।...

ଓଏମ୍‌ସି ଦୈତାରି ଲୌହ, ମାଙ୍ଗାନିଜ ଖଣି ଜନଶୁଣାଣି: ସମର୍ଥନ ପାଇଁ ସର୍ତ୍ତ ରଖିଲେ ଅଞ୍ଚଳବାସୀ

କାଳିଆପାଣି,୫ା୧୦(ଡି.ଏନ୍‌.ଏ.): ଓଡ଼ିଶା ଖଣି ନିଗମ(ଓଏମ୍‌ସି) ପରିଚାଳିତ ଦୈତାରୀିଲୌହ ଓ ମାଙ୍ଗାନିଜ ଖଣିର ବାର୍ଷିକ ୩ ଲକ୍ଷ ଟନ୍‌ରୁ ୬ ଲକ୍ଷ ଟନ୍‌ କ୍ରୋମାଇଟ ଉତ୍ପାଦନ ବୃଦ୍ଧି...

‘ଓଡ଼ିଆଙ୍କ ମଧ୍ୟରେ ସ୍ବାଭିମାନ କ୍ଷୁଣ୍ଣ ଶୁଭ ସୂଚନା ନୁହେଁ’

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ମାତୃଭାଷା ଗୋଟିଏ ଜାତିର ପରିଚୟ। ଏହା ନିଜ ଭିତରେ ସ୍ବାଭିମାନ ସୃଷ୍ଟି କରିବା ସହ ସମାଜକୁ ସମୃଦ୍ଧ କରିଥାଏ। ତେଣୁ ମାତୃଭାଷାର ସୁରକ୍ଷା...

ଶିଶୁପୁତ୍ରର ମୃତଦେହ ଧରି ଏଏନ୍‌ଏମଙ୍କ ଘର ସମ୍ମୁଖରେ ବସିଲେ ପରିବାର ଲୋକେ

ନିରାକାରପୁର,୯ା୬(ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ପାଟଣା ଗ୍ରାମର ୨୪ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକେ ଆଶାକର୍ମୀ ଏବଂ ଏଏନ୍‌ଏମ୍‌ଙ୍କୁ...

Leave a comment

Your email address will not be published. Required fields are marked *