Posted inଜାତୀୟ

ଜୈଶ୍‌ ଟାର୍ଗେଟ୍‌ରେ ମୋଦି-ଶାହ-ଡୋଭାଲ୍‌: ୩୦ ସହର ଓ ୪ ବିମାନ ବନ୍ଦର ଉପରେ ଆକ୍ରମଣ ପାଇଁ ମିଳିଲା ଧମକପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ,୨୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ଟାର୍ଗେଟ୍‌ କରିଛି। ଏନେଇ ଲକ୍ଷ୍ନୌର ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏଶନ୍‌କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ପ୍ରତିଶୋଧ ନେବା ପାଇଁ ଚିଠିରେ ଜୈଶ୍‌ ଧମକ ଦେଇଛି। ଦେଶର ଜମ୍ମୁ- ପଠାଣକୋଟ୍‌, ଅମୃତସର, ଜୟପୁର, ଗାନ୍ଧୀନଗର, କାନପୁର, ଲକ୍ଷ୍ନୌ ଆଦି ୩୦ ସହର ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରାଯିବା ଲାଗି ଚିଠିରେ ଧମକ ଦିଆଯାଇଛି। ଏହା ସହିତ ଚିଠିରେ ୪ଟି ବିମାନ ବନ୍ଦର ଉପରେ ଆକ୍ରମଣ ଲାଗି ମଧ୍ୟ କୁହାଯାଇଛି। ଚିଠି ମିଳିବା ପରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।


All Right Reserved By Dharitri.Com

ଲୋକତନ୍ତ୍ରରେ ହିଂସା ଦୁର୍ଭାଗ୍ୟପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶରେ ହିଂସା ଦେଖାଦେଇଛି। ଲୋକତନ୍ତ୍ରରେ ଏଭଳି ହିଂସା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଟୁଇଟ୍‌ କରି...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ

ନୂଆଦିଲ୍ଲୀ,୨୨ା୪: ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ...

ଚିନ୍ମୟାନନ୍ଦଙ୍କଠାରୁ ମୁହଁ ଫେରାଇଲା ଭାଜପା

ଲକ୍ଷ୍ମୌ,୨୫।୯: ଆଇନ ଛାତ୍ରୀ ଯୌନ ନିର୍ଯାତନା ମାମଲାରେ ଜେଲ୍‌ ଯାଇଥିବା ଚିନ୍ମୟାନନ୍ଦ ଆଉ ଭାଜପାର ସଦସ୍ୟ ନାହାନ୍ତି। ବୁଧବାର ଏନେଇ ଉତ୍ତରପ୍ରଦେଶ ଭାଜପାର ମୁଖପାତ୍ର ସ୍ପଷ୍ଟ...

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ: ମାସ୍କ ପିନ୍ଧିବା ଜରୁରୀ

ନୂଆଦିଲ୍ଲୀ,୧୧।୫: ଲକ୍‌ ଡାଉନରେ ଫସି ରହିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରିଛନ୍ତି। ମେ’ ୧୨ ଅର୍ଥାତ୍‌ ମଙ୍ଗଳବାରଠାରୁ ୧୫ଟି...

ନିଜ ପଦରୁ ଇସ୍ତଫା ଦେଲେ ମଣିପୁରର ୧୨ କଂଗ୍ରେସ ବିଧାୟକ

ଇମ୍ଫାଲ,୩୦।୫: ଲୋକ ସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସରେ ସଙ୍କଟ ଲାଗି ରହିଛି। ମଣିପୁର ବିଧାନସଭାର ୧୨ ଜଣ ବିଧାୟକ ଗୁରୁବାର ମଣିପୁର ପ୍ରଦେଶ କଂଗ୍ରେସ...

ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ

ବଳରାମପୁର,୨୩।୪: ଝାଡଖଣ୍ଡ-ଛତିଶଗଡ଼ ସୀମାରେ ଥିବା ବନ୍ଦରଚୁଆ ନିକଟରେ ମଙ୍ଗଳବାର ସକାଳେ ଏକ ଆଇଇଡି ବିସ୍ଫୋରଣ ହୋଇଛି। ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ବିସ୍ଫୋରଣରେ କେହି ମୃତାହତ...

ବହୁମତରେ ବିଜୟୀ ହେବୁ: ୟେଦୁରପ୍ପା

ବେଙ୍ଗାଲୁରୁ,୨୮।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭାଜପା ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ସୋମବାର ଅର୍ଥାତ୍‌ ୨୯ ତାରିଖରେ ସେ ସଂଖ୍ୟା...

ହୋଲିକା ଦହନ ଉତ୍ସବରେ କରୋନା ଭାଇରସ ଥିମ୍‌ରେ ଲାଗିଲା ପ୍ରତିମୂର୍ତ୍ତି

ମୁମ୍ବାଇ,୯।୩: ମୁମ୍ବାଇରେ ସୋମବାର ହୋଲିକା ଦହନ ପାଳନ କରାଯାଉଥିବା ବେଳେ ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୁମ୍ବାଇର ଓ୍ବର୍ଲିରେ ହୋଲିକା ଦହନ କରିବାକୁ...

Leave a comment

Your email address will not be published. Required fields are marked *