Posted inଜାତୀୟ

‘କଶ୍ମୀର ସ୍ଥିତି ଅତି ଖରାପ’

ଜମ୍ମୁ,୨୫ା୯(ପି.ଟି.): ଜମ୍ମୁ-କଶ୍ମୀର ସ୍ଥିତି ଅତ୍ୟନ୍ତ ଖରାପ ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ ମଙ୍ଗଳବାର କହିଛନ୍ତି। ବର୍ତ୍ତମାନ ସେ ଗଣମାଧ୍ୟମକୁ କିଛି କହିବେ ନାହିଁ। ଯାହା କହିବାର ଅଛି ଗସ୍ତ ଶେଷ ହେବା ପରେ ହିଁ କହିବେ। ତାଙ୍କୁ ମାତ୍ର ୧୦% ସ୍ଥାନକୁ ଯିବାକୁ ପ୍ରଶାସନ ଅନୁମତି ଦେଇଛି । ସେଠାରେ ସ୍ବାଧୀନତାର ଚିହ୍ନବର୍ଣ୍ଣ ନାହିଁ ବୋଲି ନିଜ ବାସଭବନ ଆଗରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ୬ ଦିନିଆ କଶ୍ମୀର ଗସ୍ତରେ ଥିବା ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଆଜାଦ୍‌ ଚତୁର୍ଥ ଦିନରେ ଜମ୍ମୁରେ ପହଞ୍ଚତ୍ଛନ୍ତି। ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜାଦଙ୍କ ଏହା ହେଉଛି ଉପତ୍ୟକାକୁ ପ୍ରଥମ ଗସ୍ତ। ଏହା ପୂର୍ବରୁ ସେ କଶ୍ମୀର ଯିବା ପାଇଁ ୩ ଥର ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲେ। ଗତ ୧୬ ତାରିଖରେ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ସେ ଏହି ଯାତ୍ରା କରିପାରିଛନ୍ତି। ଆଜାଦ୍‌ ଦିଲ୍ଲୀ ଫେରିବା ପରେ ସୁପ୍ରିମକୋର୍ଟଙ୍କୁ ସ୍ଥିତି ନେଇ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ସେ କହିଛନ୍ତି।


All Right Reserved By Dharitri.Com

କରତାରପୁର କରିଡର: ଭାରତର ପ୍ରସ୍ତାବକୁ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪।୭: କରତାରପୁର କରିଡରକୁ ନେଇ ରବିବାର ପାକିସ୍ତାନର ଓ୍ବାଘା ସୀମାରେ ଚାଲିଥିବା ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାରତ ଯେଉଁ ପ୍ରସ୍ତାବ ରଖିଥିଲା ତାହାକୁ...

ସ୍ବାଭାବିକ ହେଉଛି କଶ୍ମୀର ସ୍ଥିତି

ଶ୍ରୀନଗର/ନୂଆଦିଲ୍ଲୀ,୧୦ା୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଉତ୍ତେଜନା ଓ ହିଂସା ଏଡ଼ାଇବା ପାଇଁ ଜାରି ହୋଇଥିବା କଟକଣାକୁ ପ୍ରଶାସନ ପକ୍ଷରୁ ଧୀରେ ଧୀରେ ଉଠାଇ...

ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ ଭେଟିଲେ ସୋନିଆ-ମନମୋହନ

ନୂଆଦିଲ୍ଲୀ,୨୩।୯: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ତିହାର ଜେଲ୍‌ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ଭେଟିଛନ୍ତି। ସେମାନଙ୍କ...

ନମସ୍ତେ ବାପୁ କହି ଗାନ୍ଧୀଙ୍କ ଛାତିରେ ୩ଟି ଗୁଳି ଚଳାଇଥିଲେ ଗଡସେ

ନୂଆଦିଲ୍ଲୀ,୨।୧୦:ଅକ୍ଟୋବର ୨ ତାରିଖ। ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ। ଏବର୍ଷ ସାରା ଦେଶ ପାଳନ କରୁଛି ମହାତ୍ମାଙ୍କ ୧୫୦ ତମ ପୁଣ୍ୟତିଥି। ଏହି ପରିପ୍ରେକ୍ଷୀରେ...

ଗୋଟେ ପାରା ଧରିଲେ ହଜାରେ ଟଙ୍କା ପୁରସ୍କାର

ବଡ଼ୋଦରା,୭।୧୨: ଗୁଜରାଟ ବଡ଼ୋଦରା ବିମାନ ବନ୍ଦର କର୍ତ୍ତୃପକ୍ଷ ଏକ ନିଆରା ପୁରସ୍କାର ଘୋଷଣା କରିଛନ୍ତି। ବିମାନ ବନ୍ଦର କାର୍ଯ୍ୟାଳୟର ୨୫ ମିଟର ଉଚ୍ଚରେ ପାରା ବସା...

କରହନିଆରେ ଉତ୍କଟ ଜଳ ସଙ୍କଟ: ପୁଅଙ୍କୁ ଝିଅ ଦେବାକୁ ରାଜି ହେଉ ନାହାଁନ୍ତି କନ୍ୟାଘର

ବିଳାସପୁର,୧୯।୫: ଛତିଶଗଡ଼ରେ ଦେଖାଦେଇଛି ଜଳ ସଙ୍କଟ। ଏହାଯୋଗୁ କେତେକ ଅଞ୍ଚଳରେ ଝିଅ ବିବାହ ଦେବାକୁ କନ୍ୟାଘର ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଆଦିବାସୀ...

ପଶ୍ଚିମବଙ୍ଗ ହିଂସା: ସୁରକ୍ଷା ନେଇ ଏନ୍‌ଏସ୍‌ଏ, ଆଇବି ଏବଂ ର ମୁଖ୍ୟଙ୍କ ସହିତ ଶାହ କଲେ ଆଲୋଚନା

ନୂଆଦିଲ୍ଲୀ, ୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ, ଆଇବି...

ମାତୋଶ୍ରୀରେ ଚାଲିଲା ମନ୍ଥନ: ଶିବସେନା ପୁଣି ଦୋହରାଇଲା ମୁଖ୍ୟମନ୍ତ୍ରୀ ଆମ ଦଳର ହେବ

ମୁମ୍ବାଇ,୭।୧୧: ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ଏହା ପୂର୍ବରୁ ଭାଜପା-ଶିବସେନା ମଧ୍ୟରେ ଥିବା ବିବାଦ ଛିଣ୍ଡୁନି।...

Leave a comment

Your email address will not be published. Required fields are marked *