ଚାଇନାକୁ ଟ୍ରମ୍ପ୍‌ଙ୍କ ନାଲିଆଖି

ନ୍ୟୁୟର୍କ,୨୫ା୯: ବେଜିଂର ବାଣିଜି୍ୟକ ସ୍ବେଚ୍ଛାଚାରିତା ଶେଷ ହୋଇଛି। ହଂକଂବାସୀଙ୍କ ଗଣତାନ୍ତ୍ରିକ ଉପାୟରେ ଜୀବନକୁ ଚାଇନା ସୁରକ୍ଷା ଦେଉ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ବାଣିଜ୍ୟ ଓ ହଂକଂ ପ୍ରସଙ୍ଗରେ ଚାଇନାକୁ ଏଭଳି ଭାଷାରେ ଚେତାବନୀ ଦେଇଛନ୍ତି।
ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)କୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି, ବାଣିଜ୍ୟକୁ ନେଇ ଚାଇନାର ଅନ୍ୟାୟ ଓ ସ୍ବେଚ୍ଛାଚାରିତାକୁ ଅନେକ ବର୍ଷ ଧରି ବରଦାସ୍ତ କରାଯାଇଛି। କେତେବେଳେ ଏହାକୁ ଅଣଦେଖା କରାଯାଇଥିବାବେଳେ ଆଉ କେବେ ପ୍ରୋତ୍ସାହନ ମଧ୍ୟ ଦିଆଯାଇଛି। ବିଶ୍ୱବାଦ ଯୋଗୁ ବିଶ୍ୱନେତାମାନେ ନିଜ ଦେଶର ଜାତୀୟ ସ୍ବାର୍ଥକୁ ଅଣଦେଖା କରିଛନ୍ତି। କିନ୍ତୁ ଯେତେଦୂର ଆମେରିକା କଥା ଉଠୁଛି, ସେହିଦିନଗୁଡ଼ିକ ଶେଷ ହୋଇଯାଇଛି। ସେହିପରି ହଂକଂ ସଙ୍କଟକୁ ଚାଇନା ଯେପରି ପରିଚାଳନା କରୁଛି, ତା ଉପରେ ତାଙ୍କ ପ୍ରଶାସନ ସତର୍କତା ସହ ଅନୁଧ୍ୟାନ କରଛି। ସେ ଆହୁରି କହିଛନ୍ତି, ହଂକଂର ସ୍ବାଧୀନତା, ଆଇନ ବ୍ୟବସ୍ଥା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନେଇ ସମ୍ପାଦିତ ଚୁକ୍ତିକୁ ଚାଇନା ପୂର୍ଣ୍ଣ ସମ୍ମାନ ଦେବ ବୋଲି ବିଶ୍ୱ ଆଶାବାଦୀ। ଆମେରିକାବାସୀଙ୍କ ପାଇଁ ସେ ଏକ ଖରାପ ଚୁକ୍ତିକୁ ଗ୍ରହଣ କରିବେ ନାହିଁ ବୋଲି ଏହି ବିଶ୍ୱମଞ୍ଚରେ ସେ ସ୍ପଷ୍ଟ କରିଛନ୍ତି।


All Right Reserved By Dharitri.Com

ବଦଳିପାରେ ମାକ୍ସ ୭୩୭ ବୋଇଂ ବିମାନର ନାମ

ନ୍ୟୁୟର୍କ,୧୮।୬: ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂ ଏବେ ମାକ୍ସ ୭୩୭ ବିମାନର ନାମ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି। ଦୁଇଟି ବଡ଼ ଦୁର୍ଘଟଣା ପରେ କେହି...

ଏହି ଦେଶରେ ରହିଛି ସମୁଦ୍ର ମନ୍ଥନରେ ମିଳିଥିବା ଅମୃତ କଳସ

ଇଣ୍ଡୋସେନିଆର ଏକ ମନ୍ଦିରରେ ସମୁଦ୍ର ମନ୍ଥନ ସମୟରେ ମିଳିଥିବା ଅମୃତ କଳସ ଥିବା କୁହାଯାଉଛି। କଂଡି ସୁକୁହ ନାମକ ଏହି ମନ୍ଦିରରେ ଏମିତି ଏକ କଳସ...

ଇରାନର ବୁଡି ଯାଇଥିବା କାର୍ଗୋ ଜାହାଜରୁ ଉଦ୍ଧାର ହେଲେ ୨ ଭାରତୀୟ

ଅଜରବୈଜାନ,୨୭।୭: ଇରାନର ଅଜରବୈଜାନ ନିକଟରେ ଏହାର ଏକ ମାଲବାହୀ ଜାହଜ ‘ଶାବହାଂଗ’ ବୁଡିଯାଇଛି। ଏଥିରେ ଥିବା କ୍ରିୟୁ ମେମ୍ବରଙ୍କ ମଧ୍ୟରୁ ସମସ୍ତ ୯ ଜଣଙ୍କୁ ଉଦ୍ଧାର...

ଅସ୍ତ୍ର ବାଣିଜ୍ୟ ଚୁକ୍ତିରୁ ଓହରିବ ଆମେରିକା

ଇଣ୍ଡିଆନାପୋଲିସ୍‌,୨୮ା୪: ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟ ରାଜିନାମା (ଏଟିଟି)ରୁ ଆମେରିକା ଓହରିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ୨୦୧୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ...

ନେପାଳ, ବାଲାଂଦେଶରେ ବନ୍ୟା: ୬୫ ମୃତ, ଲକ୍ଷାଧିକ ବିସ୍ଥାପିତ

କାଠମାଣ୍ଡୁ/ଢାକା,୧୫।୭: ଭାରତର କିଛି ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ପଡୋଶୀ ଦେଶ ନେପାଳ ଏବଂ ବାଲାଂଦେଶରେ ମଧ୍ୟ ଜଳପ୍ରଳୟ ଲାଗିରହିଛି। ବନ୍ୟା ଏବଂ ଭୁସ୍ଖଳନ...

ତେଜଗାମ ଏକ୍ସପ୍ରେସରେ ନିଆଁ

କରାଚି,୩୧।୧୦: ପାକିସ୍ତାନର କରାଚି-ରାଓ୍ବଲପିଣ୍ଡି ତେଜଗ୍ରାମ ଏକ୍ସପ୍ରେସରେ ଗୁରୁବାର ସକାଳେ ନିଆଁ ଲାଗିଯାଇଛି। ରହିମ୍‌ ୟାର ଖାନ୍‌ ନିକଟ ଲିଆକତପୁରର ତାଲଓ୍ବାରି ଷ୍ଟେଶନଠାରେ ଉକ୍ତ ଟ୍ରେନରେ ଭୟଙ୍କର...

ଲଣ୍ଡନ ମାରାଥନ୍‌ରେ ଦୌଡ଼ିଲେ ୪୦ହଜାର

ଲଣ୍ଡନ, ୨୯ା୪: ରବିବାର ବିଶ୍ୱପ୍ରସିଦ୍ଧ ୩୯ତମ ଲଣ୍ଡନ ମାରାଥନ୍‌ରେ ୪୦ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭାଗନେଇଥିଲେ। ଅଧିକାଂଶ ଦୌଡାଳି ଗିନିଜ୍‌ ବିଶ୍ୱରେକର୍ଡ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲେ।...

‘ଲିଲି ବବ୍‌’ ମୃତ୍ୟୁରେ ନାସାର ଶ୍ରଦ୍ଧାଞ୍ଜଳି: ୬୭ ଲକ୍ଷ ଫଲୋଅର୍ସ ଥିଲେ

ଓ୍ବାଶିଂଟନ: ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟୁଥିବା ଚର୍ଚ୍ଚିତ ବିଲେଇ ‘ଲିଲି ବବ୍‌’ର ରବିବାର ମୃତ୍ୟୁ ହୋଇଯାଇଛି। ୮ବର୍ଷୀୟ ଏହି ବିଲେଇର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟୁଇଟର ଏବଂ...

Leave a comment

Your email address will not be published. Required fields are marked *