ସୀମା ଟପିଲେ ଟ୍ରମ୍ପ୍‌: ଟେକିବାକୁ ଯାଇ କହିଲେ,ମୋଦି ଭାରତର ଜନକ

ନ୍ୟୁୟର୍କ,୨୫-୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ମର୍ଯ୍ୟାଦାର ସୀମା ଟପିଯାଇଛନ୍ତି। ୭୪ତମ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ବୈଠକ ପରେ ସେ ମୋଦିଙ୍କୁ ଭାରତର ଜନକ ଭାବେ ଅଭିହିତ କରିଛନ୍ତି।
ଟେକ୍ସାସ୍‌ର ହ୍ୟୁଷ୍ଟନ ସହରରେ ରବିବାର ଅନୁଷ୍ଠିତ ‘ହାଓଡି ମୋଦି’ ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ୍‌ଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ଏପରି କି ‘ଅବ୍‌କୀ ବାର୍‌ ଟ୍ରମ୍ପ୍‌ ସରକାର’ (ଏଥର ଟ୍ରମ୍ପ୍‌ ସରକାର) ବୋଲି ମୋଦି କହିଥିଲେ, ଯାହାକୁ ନେଇ ଭାରତରେ ବିବାଦ ସୃଷ୍ଟି ହୋଇଛି। ଟ୍ରମ୍ପ୍‌ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାରୁ ମୋଦି ତାଙ୍କ ପ୍ରଚାର କରି ଭାରତର ବହିର୍ବ୍ୟାପାର ନୀତିର ଉଲ୍ଲଂଘନ କରିଥିବା କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ଏହାର ଦୁଇଦିନ ପରେ ନ୍ୟୁୟର୍କ ସହରସ୍ଥିତ ଜାତିସଂଘ ମୁଖ୍ୟାଳୟରେ ୟୁଏନ୍‌ଜିଏ ଚାଲିଥିବାବେଳେ ମଙ୍ଗଳବାର ଭାରତୀୟ ସମୟ ରାତି ୯ଟା ୪୫ରେ ଦୁଇନେତା ପୁଣି ଏକାଠି ହୋଇଥିଲେ। ମୋଦି ଓ ଟ୍ରମ୍ପ୍‌ ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ବୈଠକ ପରେ ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଟ୍ରମ୍ପ୍‌ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ସମ୍ପର୍କରେ ଅବତାରଣା କରିବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଆମେରିକୀୟ ଗାୟକ ତଥା ଅଭିନେତା ଏଲ୍‌ଭିସ୍‌ ପ୍ରେସ୍‌ଲିଙ୍କ ସହ ତୁଳନା କରିଥିଲେ। ମୋଦି ହେଉଛନ୍ତି ‘ଭାରତର ଏଲ୍‌ଭିସ୍‌’। ତାଙ୍କର ଲୋକପ୍ରିୟତା ଏଲ୍‌ଭିସ୍‌ଙ୍କ ଭଳି, ଯାହାକି ଏନ୍‌ଆର୍‌ଜି ଷ୍ଟାଡିୟମ୍‌ରେ ଉପସ୍ଥିତ ଭିଡ଼ର ଭଲପାଇବା ପ୍ରମାଣିତ କରିଛି। ଟ୍ରମ୍ପ୍‌ଙ୍କ ପ୍ରଶଂସା ଏତିକିରେ ସୀମିତ ନ ଥିଲା। ସେ ଆହୁରି କହିଥିଲେ, ମୋଦି ଭାରତର ଜନକ। ଭାରତ ଓ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ଏକ ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି। ସେହିପରି ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ୍‌ କହିଥିଲେ, ପାକିସ୍ତାନକୁ ମୋଦି ଏକ ଉଚ୍ଚ ଓ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଦୁଇଜଣ ମହାନ୍‌ ଭଦ୍ରଲୋକ। ଉଭୟେ ପରସ୍ପରକୁ ଜାଣନ୍ତି ଓ ମିଳିମିଶି କାମ କରିବେ। ଅନୁରୂପ ଭାବେ ମୋଦି ମଧ୍ୟ ଟ୍ରମ୍ପ୍‌ଙ୍କୁ ହ୍ୟୁଷ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ, ଟ୍ରମ୍ପ୍‌ ତାଙ୍କର ବନ୍ଧୁ, ସେ ଭାରତର ମଧ୍ୟ ଜଣେ ଭଲ ବନ୍ଧୁ। ଭାରତ ଓ ଆମେରିକା ମଧ୍ୟରେ ରବିବାର ଏକ ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର ହୋଇଛି। ଚୁକ୍ତି ଅନୁସାରେ ଭାରତୀୟ କମ୍ପାନୀ ପେଟ୍ରୋନେଟ୍‌ ଶକ୍ତି କ୍ଷେତ୍ରରେ ୨.୫ ବିଲିୟନ ଡଲାର ନିବେଶ କରିବ। ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ମୋଦି ପୁନଃ ନିର୍ବାଚିତ ହେବା ପରେ ୪ ମାସ ମଧ୍ୟରେ ଟ୍ରମ୍ପ୍‌ଙ୍କ ସହ ଏହା ଥିଲା ତାଙ୍କର ଚତୁର୍ଥ ସାକ୍ଷାତ ଆଲୋଚନା।


All Right Reserved By Dharitri.Com

ଗିରଫ ହେଲେ ମରିୟମ

ଇସଲାମାବାଦ,୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଗୁରୁବାର ଗିରଫ କରାଯାଇଥିବା କହିଛି ପାକିସ୍ତାନ ଗଣମାଧ୍ୟମ। ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ଏବି) ତାଙ୍କୁ...

ପ୍ରଦୂଷଣ ବିରୋଧରେ ବିପ୍ଳବ: ଖାଦ୍ୟ ନଷ୍ଟ ରୋକିବାକୁ ଫ୍ରାନ୍ସର ପ୍ରୟାସ

ପ୍ୟାରିସ୍‌,୨୯ା୯: ପରିବେଶ ପ୍ରଦୂଷଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଏହାର ସମାଧାନ ଦିଗରେ ଫ୍ରାନ୍ସ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି।...

ଇମ୍ରାନ୍‌ଙ୍କ ଅଫିସ ଉପରେ ଆଇଇଏସ୍‌ସିଓର ୪୧ ଲକ୍ଷ ବାକି:ବିଦ୍ୟୁତ୍‌ ସଂଯୋଗ କାଟିବାକୁ ଧମକ

ଇସ୍‌ଲାମାବାଦ,୩୦-୮(ପି.ଟି.):ଆର୍ଥତ୍କ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଉପରେ...

ପାକିସ୍ତାନ ରାଷ୍ଟ୍ରପତି ଦେଖାଇଲେ ନାଲିଆଖି: କହିଲେ ଯୁଦ୍ଧ ହେଲେ ଜେହାଦ୍‌ରେ ଦିଆଯିବ ଉତ୍ତର

ଇସଲାମାବାଦ୍‌,୧୪।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ଅବସ୍ଥା ଭୋକ ବିକଳରେ ତାଟିଆ କାମୁଡ଼ା ଭଳି ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ବିଭିନ୍ନ ବିବାଦୀୟ...

ମିଳିଲା ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ…

ପାକିସ୍ତାନର ଖୈବର ପଖସ୍ତୁନଖ୍ବା ଅଞ୍ଚଳରୁ ଏକ ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ ମିଳିଛି। ପାକିସ୍ତାନ ଏବଂ ଇଟାଲୀର ପ୍ରତ୍ନତତ୍ତ୍ୱବିତ୍‌ମାନେ ସ୍ବାତ୍‌ ଜିଲାର ବାରିକୋଟ୍‌ରେ...

ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଶହେ ଦିନ ଫ୍ରିଜରେ ରଖିଥିବା ଅଭିଯୋଗରେ ସ୍ବାମୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ

ବେଜିଂ,୫।୭: ଚାଇନାର ସାଂଘାଇ ଅଞ୍ଚଳରେ ପତ୍ନୀଙ୍କୁ ହତ୍ୟା କରି ଶହେ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନାଯୋଗ୍ୟ,...

ପାକିସ୍ତାନ କଳା ତାଲିକାରେ ସ୍ଥାନ ପାଇବା ଆଶଙ୍କା ବଢ଼ିଲା

ଓ୍ବାଶିଂଟନ,୭।୧୦: ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବାରେ ଲାଗିଛି। ଏନେଇ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖୁଥିବା...

ଫ୍ରାନ୍ସରେ ମୋଦିଙ୍କୁ ଜୋରଦାର ସ୍ବାଗତ କଲେ ମୁସଲମାନ: ଚିଡିଲା ପାକିସ୍ତାନ

ପ୍ୟାରିସ୍‌,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ବିମାନବନ୍ଦରରେ ମୋଦିଙ୍କୁ ଗୁଜରାଟର ବୋହରା ମୁସଲମାନମାନେ ତ୍ରିରଙ୍ଗା ଧରି ଜୋରଦାର ସ୍ବାଗତ କରିଥିଲେ। ଏହାସହ ଭାରତ...

Leave a comment

Your email address will not be published. Required fields are marked *