କମିଶନରେଟ୍‌ ପୋଲିସରେ ହେବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଡ୍ରଗ୍ସ ମାଫିଆ, ଜମି ମାଫିଆ, ବନ୍ଧୁକ ବେପାରୀ ଓ ସଂଗଠିତ ଅପରାଧୀ ସାବାଡ଼ ହେବେ। ବଡ଼ ଅପରାଧ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଭଳି କମିଶନରେଟ ପୋଲିସରେ ଗଠନ ହେବ ‘ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌’। କର୍ମଚାରୀ ହେଉ ଅବା ସମୟର ଅଭାବ ଯୋଗୁ ଥାନାଗୁଡିକରେ ବଡ଼ ଅପରାଧଗୁଡିକୁ ତଦନ୍ତ କରିବା ସମ୍ଭବ ହେଉ ନ ଥିବାରୁ କମିଶନରେଟ ପୋଲିସ ସ୍ତରରେ ଏଭଳି ଏକ ନୂଆ ପ୍ରସ୍ତୁତି ଚାଲିଛି। ମାମଲାର ଗୁରୁତ୍ୱକୁ ଦେଖି ପୋଲିସ କମିଶନର ତଦନ୍ତ ପାଇଁ ଏହି ଟିମ୍‌କୁ ନିର୍ଦ୍ଦେଶ ଦେବେ। ୨୫ରୁ ୩୦ଜଣ ଦକ୍ଷ ପୋଲିସ ଅଫିସରଙ୍କୁ ନେଇ ଟିମ୍‌ ଗଠନ ହେବ ଓ ମୁଖ୍ୟଭାବେ ଡିଆଇଜି ର଼୍ୟାଙ୍କ୍‌ର ଜଣେ ଅଫିସର ରହିବେ। ଗୋଇନ୍ଦା ସୂଚନା ଦେବାକୁ ସ୍ବତନ୍ତ୍ର ଅଫିସର ନିୟୋଜିତ ରହିବେ। ଏଭଳି ଏକ ପ୍ରସ୍ତାବର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସପ୍ତାହକ ମଧ୍ୟରେ ଏହାକୁ ଗୃହ ବିଭାଗ ନିକଟକୁ ପଠାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ମଙ୍ଗଳବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ପୂର୍ବତନ ଗୃହ ସଚିବ, ପୂର୍ବତନ ଡିଜିପିଙ୍କ ସମେତ କେତେଜଣ ବରିଷ୍ଠ ନାଗରିକ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଥିଲେ। ବଡ଼ ତଥା ସମ୍ବେଦନଶୀଳ ମାମଲାର ତଦନ୍ତ ସାରିବାକୁ ଥାନାକୁ ଅଧିକ ସମୟ ଲାଗୁଛି। ଥାନା କର୍ମଚାରୀମାନେ ତୃଣମୂଳସ୍ତରରୁ ତଦନ୍ତ କରୁ ନ ଥିବାରୁ ଲୋକଙ୍କୁ ନ୍ୟାୟ ମିଳିପାରୁ ନାହିଁ। ଏଣୁ କମିଶନରେଟ ପୋଲିସ ଏଥିପାାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରୁ ବୋଲି ମତ ପ୍ରକାଶ ପାଇଥିଲା। ପୋଲିସ କମିଶନର ଷଡ଼ଙ୍ଗୀ କହିଛନ୍ତି, ଗୃହ ବିଭାଗର ଅନୁମତି ମିଳିବା ପରେ ହିଁ ‘ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌’ ଗଠନ କରାଯିବ। ଏଥିପାଇଁ ସହରର ବିଭିନ୍ନବର୍ଗର ପ୍ରସ୍ତାବ ଓ ମତାମତକୁ ସ୍ବାଗତ କରାଯିବ। ଏହି ବ୍ୟବସ୍ଥା ମୁମ୍ବାଇ, କଲିକତା, ଦିଲ୍ଲୀ ଓ ହାଇଦ୍ରାବାଦ ଭଳି ସହରରେ କରାଯାଇଛି। ତେଣୁ ଭୁବନେଶ୍ୱରରେ ଏହା ସଫଳ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି କମିଶନର। ସୂଚନାଯୋଗ୍ୟ, ପୂର୍ବରୁ ଲ’ ଆଣ୍ଡ୍‌ ଅର୍ଡର ଏବଂ ତଦନ୍ତକୁ ଅଲଗା କରିବା ପାଇଁ ଯୋଜନା ହୋଇଥିଲା। ପୂର୍ବତନ ପୋଲିସ ଡିଜି ଆର୍‌.ପି ଶର୍ମା ଗୃହବିଭାଗକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରି ନ ଥିବାବେଳେ ନୂଆ ପ୍ରସ୍ତାବକୁ ତୁରନ୍ତ ତର୍ଜମା କରାଯିବାର ଆବଶ୍ୟକତା ରହିଛି।


All Right Reserved By Dharitri.Com

ଅପରାଧରେ ବୁଡ଼ିଛନ୍ତି ୯୪୭ ପୋଲିସ ଅଧିକାରୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ। ଦୁର୍ନୀତି, ଅପରାଧ ଏବଂ ଅସଦାଚରଣ ଭଳି କୁତ୍ସିତ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବାକୁ ପ୍ରଶାସନିକ ସ୍ତରରେ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ରୋଡ,୧୮ା୧୧(ଡି.ଏନ୍‌.ଏ.): ବଡ଼ଗଡ଼ ଥାନା ପୋଲିସ ରବିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଯାଜପୁର ଜିଲା ଅଞ୍ଚଳର ଉଷାରାଣୀ...

ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଉଛି: ମନ୍ତ୍ରୀ

ଭୁବନେଶ୍ୱର,୨୦।(ବ୍ୟୁରୋ): କର୍ମନିଯୁକ୍ତି ସହାୟକ ତାଲିମ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ କାର୍ଯ୍ୟରତ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକର...

ମେଗା କୁଇଜ୍‌ ଇଭେଣ୍ଟ୍‌ ‘ମେଟଲ୍‌ମିଟ୍‌-୨୦୧୯’ ଆରମ୍ଭ

ଭୁବନେଶ୍ୱର,୩।୮(ବ୍ୟୁରୋ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ୍‌ ପ୍ରତିଯୋଗିତା ‘ମେଟଲ୍‌ମିଟ୍‌ ୨୦୧୯’ ଭୁବନେଶ୍ୱରର ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ଠାରେ ଆରମ୍ଭ ହୋଇଛି। ଓଡ଼ିଶାର...

ମଙ୍ଗଳବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ଅଫିସ, ୨୦।୫: ମଙ୍ଗଳବାର ସକାଳ ୯ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଦିନ ୧୧ଟାରେ ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ଏ ନେଇ...

ଖୋର୍ଦ୍ଧା ଅଞ୍ଚଳରେ ପଥର ଚୋରା ଚାଲାଣ ଅଭିଯୁକ୍ତ ନିତୁ ମାନସିଂ ଗିରଫ

ଭୁବନେଶ୍ୱର,୯।୭(ବ୍ୟୁରୋ): ଖୋର୍ଦ୍ଧାରେ ଖଣି ମାଫିଆଙ୍କ ରାଜୁତି ଚାଲିଛି। ସେଠାକାର ପଥର ଖାଦାନଗୁଡ଼ିକ ଉପରେ ସେମାନଙ୍କ ଲୋଲୁପ ନଜର ପଡ଼ିଛି। ରାତାରାତି କୋଟି କୋଟି ଟଙ୍କା ରୋଜଗାର...

ସାରା ଦେଶରେ ଲାଗୁ ହେବ ଏକକ ଇ-ଟୋଲ ଆଦାୟ ବ୍ୟବସ୍ଥା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ ଏକକ ଇ(ଇଲେକ୍ଟ୍ରୋନିକ)-ଟୋଲ୍‌ ଆଦାୟ ବ୍ୟବସ୍ଥ। ବର୍ତ୍ତମାନ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ରାଜପଥର ଟୋଲ୍‌ ପ୍ଲାଜାଗୁଡ଼ିକରେ...

ଚଳିତବର୍ଷ ୩୮ଟି ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବ

ଭୁବନେଶ୍ୱର, ୩୦।୭(ବ୍ୟୁରୋ):ରାଜ୍ୟରେ ଆଉ ୬୦ଟି ସ୍ଥାନରେ କୋର୍ଟ ଖୋଲିବ। ଚଳିତବର୍ଷ ୩୮ଟି ସ୍ଥାନରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ପ୍ରଶ୍ନକାଳବେଳେ ଆଇନ୍‌ ମନ୍ତ୍ରୀ...

Leave a comment

Your email address will not be published. Required fields are marked *